PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

୫-ଟି ବିଦ୍ୟାଳୟରେ ଲହଡ଼ି ଭାଙ୍ଗୁଛି ବନ୍ୟା ପାଣି, ପୁଷ୍କରିଣୀ ପାଲଟିଲା ସ୍କୁଲ ପରିସର

ଖୁଣ୍ଟା,୧୧/୦୮: ରାଜ୍ୟ ସରକାରଙ୍କ ୫-ଟି ସ୍କୁଲ ଚାକଚକ୍ୟ ଆଲୋକରେ ଭରା । କେବଳ ରାତିର ସୌନ୍ଦର୍ଯ୍ୟକରଣ ମନେ ହେଉଥିବା ବେଳେ ସଜେଇ ହୋଇଛି ବିଦ୍ୟାଳୟ । ମାତ୍ର ପାଣି ନିଷ୍କାସନ ପ୍ରତି ଗୁରୁତ୍ୱ ନାହିଁ । ଫଳରେ ଶ୍ରେଣୀଗୃହ ସହ ବିଦ୍ୟାଳୟର ପରିବେଶ ହୋଇଛି ପୁଷ୍କରିଣୀ । ଏଭଳି କରୁଣ ପରିସ୍ଥିତି ଦେଖିବାକୁ ମିଳିଛି ୫-ଟି ଯୋଜନାରେ ସଜେଇ ହୋଇଥିବା ବଡ଼ ପଥରା ପଞ୍ଚାୟତ ଅଧୀନ ତାଡ଼କିଝରଣ ଗ୍ରାମରେ ଥିବା ବଡ଼ପଥରା ପଞ୍ଚାୟତ ସରକାରୀ ହାଇସ୍କୁଲ ।

ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ବିଦ୍ୟାଳୟଟି ୫ଟି ଯୋଜନା ମାଧ୍ୟମରେ ଉନ୍ନତି କରଣ କରାଯାଇଛି ।ଏହି ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଉନ୍ନତ ମାନର ଶିକ୍ଷା ପ୍ରଦାନ କରାଯିବାର ଲକ୍ଷ ରହିଛି । ମାତ୍ର ବର୍ଷା ଦିନ ମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ କିଭଳି ଶିକ୍ଷାଦାନ କରାଯାଇପାରିବ ସେ ନେଇ ଭୁଲି ଯାଇଛି ବ୍ଳକ ପ୍ରଶାସନ । ଯାହା ଏବେ ଚିନ୍ତା ବଢ଼ାଇ ଦେଇଛି । ପ୍ରଶାସନ ପକ୍ଷରୁ ବିଦ୍ୟାଳୟର ଉନ୍ନତୀକରଣ ସମୟରେ ବର୍ଷାଜଳ ନିଷ୍କାସନ ପ୍ରତି ଗୁରୁତ୍ୱ ଦିଆଯାଇନଥିବାରୁ ଏବେ ବିଦ୍ୟାଳୟରେ ଢ଼େଉ ଖେଳୁଛି ବର୍ଷା ପାଣି ସହ ବାହାର ପାଣି ।

ସମ୍ବନ୍ଧିତ ଖବର