PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ସ୍କୁଲ ଛାତର ପ୍ଲାଷ୍ଟର ଖସି ଜଣେ ଛାତ୍ର ଏବଂ ୬ ଛାତ୍ରୀ ଆହତ

ଘଟଗାଁ, ୨୯/୦୯ : ସ୍କୁଲ ଛାତର ପ୍ଲାଷ୍ଟର ଖସି ଜଣେ ଛାତ୍ର ଏବଂ ୬ ଛାତ୍ରୀ ଆହତ। କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ଅର୍ଜୁନବିଲା ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହରେ ଏଭଳି ଅଘଟଣ ଘଟିଛି। ଆହାତ ଛାତ୍ରଛାତ୍ରୀଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଘଟଗାଁ ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଅର୍ଜୁନବିଲା ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ଦୀର୍ଘଦିନ ହେଲା ଅସୁରକ୍ଷିତ ହୋଇ ପଡିରହିଥିବା ବେଳେ ସ୍କୁଲର ପ୍ରଧାନ ଶିକ୍ଷୟୀତ୍ରୀ ବାରମ୍ବାର ବି.ଇ.ଓଙ୍କୁ ନୂତନ ଶ୍ରେଣୀଗୃହ ପାଇଁ ଲିଖିତ ଭାବେ ଜଣାଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ ନୂତନ ଗୃହ ହୋଇପାରି ନଥିଲା। ଗତ ୧୫ ଦିନ ତଳେ ବଡଜାମୁପଶି ପଂଚାୟତ ତରଫରୁ ଉକ୍ତ ଅସୁରକ୍ଷିତ ଶ୍ରେଣୀଗୃହଟିର ନିମ୍ନମାନର ମରାମତି କାମ ହୋଇଥିବାରୁ ଏଭଳି ଘଟଣା ଘଟିଥିବା ଅବିଭାବକ ମାନେ ଅଭିଯୋଗ ଆଣିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।