PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିଆରା ପ୍ରୟାସ, ଦରମାରୁ ଅର୍ଥ ସଂଗ୍ରହ କରି ପାଳିଲେ ୨୬ ଛାତ୍ରଛାତ୍ରୀଙ୍କ ଜନ୍ମଦିନ

ମୋହନା, ୨୯/୦୯ : ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିଆରା ପ୍ରୟାସ। ନିଜ ଦରମାରୁ କିଛି ଅର୍ଥ ସଂଗ୍ରହ କରି ପାଳିଲେ ୨୬ ପିଲାଙ୍କ ଜନ୍ମଦିନ। ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ ଅନ୍ତର୍ଗତ ଅବାରସିଂ ପଞ୍ଚାୟତର କେଏମ ଭାଲିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଏଭଳି ନିଆର ପ୍ରୟାସ ଦେଖିବାକୁ ମିଳିଛି। ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳର ପିଲାମାନେ ନିଜ ପରିବାରକୁ ଛାଡି ଆଶ୍ରମ ବିଦ୍ୟାଳୟରେ ପାଠପଢୁଥିବା ବେଳେ ପ୍ରଥମ ଥର ବିଦ୍ୟାଳୟରେ ସମୂହ ଜନ୍ମଦିନ ପାଳନ ଉତ୍ସବ କରାଯାଇଛି । ପିଲାଙ୍କ ଜନ୍ମଦିନ ପାଇଁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ନିଜ ଦରମାରୁ ସଂଗୃହୀତ କିଛି ଅର୍ଥ ବିନିମୟରେ କେକ୍ କାଟି, ମିଠା ଖୁଆଇ ଜନ୍ମଦିନ ଉତ୍ସବ ପାଳନ କରିଛନ୍ତି । ଯାହାକୁ ନେଇ ଉତ୍ସବ ମୁଖର ହେଉଛି ବିଦ୍ୟାଳୟ ପରିବେଶ l ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷିୟତ୍ରୀମାନେ ବେଶ୍ ଖୁସି ଥିବା ଦେଖିବାକୁ ମିଳିଛି।

ପିଲାଙ୍କ ଜନ୍ମଦିନ ପାଳନ ପାଇଁ ବିଦ୍ୟାଳୟ ସାଜସଜା କରଯାଇଥିଲା l ସ୍କୁଲର ସଂସ୍କୃତ ଶିକ୍ଷକ ଓ ହିନ୍ଦୀ ଶିକ୍ଷୟିତ୍ରୀ ପିଲାଙ୍କୁ ଜୋତା, ଡ୍ରେସ, ପ୍ରଦାନ କରିଥିଲେ l ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଏଭଳି ନିଆରା ସଂପର୍କ ଦେଖିବାକୁ ମିଳିଛି। ଯାହାକୁ ନେଇ ଏବେ ଚାରିଆଡ଼ୁ ପ୍ରଂଶସାର ସୁଅ ଛୁଟିଛି। ବିଦ୍ୟାଳୟରେ ଅଧ୍ୟୟନରତ ୨୬ ଜଣ ଛାତ୍ରଛାତ୍ରୀଙ୍କ ଅଗଷ୍ଟ ମାସର ବିଭିନ୍ନ ତାରିଖରେ ପଡ଼ୁଥିବା ଜନ୍ମଦିନ ହେତୁ ସମୂହ ଜନ୍ମଦିନ ପାଳନ କରାଯାଇଥିବା ସୂଚନା ଦେଇଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ।