ବିବେକାନନ୍ଦ ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିରେ ବିଜ୍ଞାନ ପ୍ରଦର୍ଶନୀ

ଭୁବନେଶ୍ବର,12।1(ବୁୟରୋ): ମଦନପୁରସ୍ଥିତ ସ୍ବାମୀ ବିବେକାନନ୍ଦ ସ୍କୁଲ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିରେ ଆଇଏସ୍ଟିଇ ସହଭାଗିତାରେ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଡ. ମନ୍ମଥ କୁମାର ରାଉଳ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ପ୍ରଦର୍ଶନୀରେ ଖୋର୍ଦ୍ଧ। ଡିଏଭି ପବ୍ଲିକ୍ ସ୍କୁଲ୍, ଖଣ୍ଡଗିରି ବିକାଶ ରେସିଡେନ୍ସିଆଲ୍ ସ୍କୁଲ୍, ନାପୁଟ ନୀଳକଣ୍ଠ ନୋଡାଲ ହାଇସ୍କୁଲ୍, ମଦନପୁରର ସରକାରୀ ଉଚ୍ଚବିଦ୍ୟାଳୟ, ମେଣ୍ଢାଶାଳ ଉଚ୍ଚବିଦ୍ୟାଳୟ, ଯାଁଳା କୃଷ୍ଣଚନ୍ଦ୍ର ସରକାରୀ ହାଇସ୍କୁଲର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ସ୍କୁଲର ଚେୟାରମ୍ୟାନ, ଇଂ. ଆଶିଷ କୁମାର ପାତ୍ର, ପ୍ରିନ୍ସିପାଲ୍ ଡ. ରମେଶ ଚନ୍ଦ୍ର ନାୟକ, ବିଭାଗ ଅଧ୍ୟକ୍ଷ ଅଶୋକ କୁମାର ପାଣିଗ୍ରାହୀ, ଚିତ୍ତରଞ୍ଜନ ରାଉତରାୟ, କାଳାଶ ଚନ୍ଦ୍ର ସେନାପତି, ଇପ୍ସିତା ଦାଶ, ପ୍ରଭାତ କୁମାର ସିଂ, ଇପ୍ସିତା ଜେନା, ଦିଲ୍ଲୀପ କୁମାର ଲେଙ୍କା, ସୁବ୍ରତ କୁମାର ପଟ୍ଟନାୟକ, ବିଶ୍ବଜିତ୍ ବିଦ୍ୟାଧର, ତୁଷାର ରଞ୍ଜନ ମହାପାତ୍ର ଉପସ୍ଥିତ ରହି ବିଜ୍ଞାନ ପ୍ରଦର୍ଶନୀର ଉପଯୋଗିତା ସମ୍ପର୍କରେ ଉଦ୍ବୋଧନ ଦେଇଥିଲେ।