ନୂଆଦିଲ୍ଲୀ : ମିଶରର ପିରାମିଡ ଗୁଡ଼ିକ ତଳେ ଏକ ଅଦ୍ଭୂତପୂର୍ବ ଆବିଷ୍କାରର ଦାବି କରାଯାଉଛି। ଏହି ଦାବି ପୂରା ଦୁନିଆରେ ତେହଲକା ସୃଷ୍ଟି କରିଛି। ଇଟଲୀ ଓ ସ୍କଟଲ୍ୟାଣ୍ଡର ଗବେଷକମାନେ ଗୀଜାର ପିରାମିଡ ଗୁଡ଼ିକ ତଳେ ଏକ ବିଶାଳ ଅଣ୍ଡରଗ୍ରାଉଣ୍ଡ ସହରର ଆବିଷ୍କାର କରିବାj ଦାବି କରିଛନ୍ତି।
ନୂଆ ଅଧ୍ୟୟନ ଅନୁସାରେ , ଏହି ଦାବି କରାଯାଇଛି ଯେ, ଗୀଜାର ପିରାମିଡ ଗୁଡ଼ିକର ଠିକ୍ ତଳେ ୬,୫୦୦ଫୁଟରୁ ଅଧିକ ଗଭୀର ଯାଏ ସହର ବ୍ୟାପି ରହିଛି, ଯେଉଁଥିରୁ ଏହି ପିରାମିଡ୍ ନିଜର ଉଚ୍ଚତାରୁ ୧୦ ଗୁଣ ବଡ଼ ହୋଇପାରେ। ଡେଲି ମେଲ୍ ଅନଲାଇନ୍ର ରିପୋର୍ଟ ଅନୁସାରେ , ଇଟାଲୀର ପିସା ବିଶ୍ୱବିଦ୍ୟାଳୟର କୋରାଡୋ ମାଲଙ୍ଗା ଓ ସ୍କଟଲ୍ୟାଣ୍ଡର ଷ୍ଟ୍ରାଥକ୍ଲାଇଡ୍ ବିଶ୍ୱବିଦ୍ୟାଳୟର ଫିଲିପୋ ବିୟୋନଡିଙ୍କ ଦ୍ୱାରା କରାଯାଇ ଥିବା ଏକ ନୂଆ ଅଧ୍ୟୟନରେ ଏହି ଦାବି କରାଯାଇଛି। ଏହି ସପ୍ତାହରେ ଇଟାଲୀରେ ଏକ ବ୍ୟକ୍ତିଗତ ବ୍ରିଫିଂ ବେଳେ ହିଁ ଏହାକୁ ଦାବି କରାଯାଇଛି। ଏହାକୁ ଏବେସୁଦ୍ଧା କୌଣସି ସାଇଣ୍ଟିଫିକ୍ ଜର୍ଣ୍ଣାଲରେ ପ୍ରକାଶିତ କରାଯାଇ ନାହିଁ। ସେପଟେ ଏହାକୁ ଇଣ୍ଡିପେଣ୍ଡେଣ୍ଟ ଏକ୍ସପର୍ଟଙ୍କ ଦ୍ୱାରା ବିଶ୍ଳେଷଣ କରାଯିବା ଆବଶ୍ୟକ ହେବ।
ହେଲେ , ଏହି ଅଧ୍ୟୟନ ଅନୁସାରେ , ପିରାମିଡ ତଳେ ୨,୧୦୦ଫୁଟରୁ ଅଧିକ ଗଭୀର ଯାଏ ବ୍ୟାପି ଥିବା ୮ଟି ଭର୍ଟିକଲ ସିଲିଣ୍ଡ୍ରିକାଲ ଷ୍ଟ୍ରକଚର୍ କଥା ୪,୦୦୦ଫୁଟ୍ ଗଭୀରରେ ଅଜ୍ଞାତ ଷ୍ଟ୍ରକଚର ମିଳିବାର ଦାବି କରାଯାଇଛି। ଏହି ଆଶ୍ଚର୍ଯ୍ୟକର ଦାବି –ଯାହାକୁ ଅନେକ ବିଶେଷଜ୍ଞ ପୂର୍ବରୁ ବିଁ ଖାରଜ କରି ଦେଇଛନ୍ତି – ଏକ ଏମିତି ଅଧ୍ୟୟନରୁ ଆସିଛି, ଯେଉଁଥିରେ ଷ୍ଟ୍ରକଚର୍ସ ତଳେ ଗ୍ରାଉଣ୍ଡର ଗଭୀରତା ଯାଏ ଉଚ୍ଚ-ରିଜଲ୍ୟୁସନ ଥିବା ଛବି ତିଆରି କରିବା ପାଇଁ ରାଡାର ପଲ୍ସର ଉପଯୋଗ କରାଯାଇ ଥିଲା। ଠିକ୍ ଏହିପରି ସୋନାର ରାଡାରର ବ୍ୟବହାର ସମୁଦ୍ରର ଗଭୀରତାର ମ୍ୟାପ୍ ଗଠନ ପାଇଁ କରାଯାଏ।
ଉଲ୍ଲେଖନୀୟ ଯେ, ଗୀଜା ପରିସରରେ ତିନୋଟି ପିରାମିଡ୍ ଅଛି – ଖୁଫୁ , ଖଫରେ ଓ ମେନକୌର, ଯାହା ୪,୫୦୦ବର୍ଷ ପୂର୍ବେ ଉତ୍ତରୀ ମିଶରରେ ନୀଳ ନଦୀର ପଶ୍ଚିମୀ ତଟରେ ଏକ ଚଟାଣ ପଠାରେ ତିଆରି କରାଯାଇ ଥିଲା।
ଏହି ନୂଆ ଆବିଷ୍କାର ପ୍ରୋଜେକ୍ଟର ପ୍ରବକ୍ତା ନିକୋଲ ସିକୋଲୋ କହିଛନ୍ତି ଯେ, ପିରାମିଡ ଗୁଡ଼ିକର ତଳେ ଏକ ବିଶାଳ ଅଣ୍ଡରଗ୍ରାଉଣ୍ଡ ସହରର ଆବିଷ୍କାର କରାଯାଇଛି। ଏହି ଅଦ୍ଭୂତପୂର୍ବ ଅଧ୍ୟୟନ ଉପଗ୍ରହ ଡାଟା ବିଶ୍ଳେଷଣ ଓ ପ୍ରତ୍ନତାତ୍ତ୍ୱିକ ଅନୁସନ୍ଧାନର ସୀମା ଗୁଡ଼ିକୁ ପୁନଃ ପ୍ରକାଶ କରିଛି। ସେ ୧୫ ମାର୍ଚ୍ଚରେ ଆୟୋଜିତ ପ୍ରେସ୍ ବ୍ରିଫିଂର ଏକ ଛୋଟିଆ କ୍ଲିପ୍ ସେୟାର କରି କହିଛନ୍ତି, କାର୍ଯ୍ୟକ୍ରମର ପୂରା ଭିଡ଼ିଓ ୨୫ମାର୍ଚ୍ଚରେ ଜାରି କରାଯିବ।