PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ବିଲୁପ୍ତ ହୋଇଯାଇଥିବା ଏହି ଶିକାରୀ ପଶୁକୁ ପୁଣି ଜୀବନ୍ତ କରିବା ପାଇଁ ଲାଗିଛନ୍ତି ବୈଜ୍ଞାନିକ, ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା

ନୂଆଦିଲ୍ଲୀ ୧୭/୮: ପୃଥିବୀରେ ଡାଇନୋସର ଭଳି ଅନେକ ଜୀବ ପ୍ରଜାତି ବିଲୁପ୍ତ ହୋଇସାରିଲେଣି ବା ଧିରେ ଧିରେ ବିଲୁପ୍ତ ହେବାକୁ ଯାଉଛନ୍ତି । ଏହି ବିଲୁପ୍ତପ୍ରାୟ ପ୍ରଜାତିକୁ ବଞ୍ଚାଇବା ପାଇଁ ବୈଜ୍ଞାନିକମାନେ ଆପ୍ରାଣ ଚେଷ୍ଟା କରୁଛନ୍ତି । ଏହି କ୍ରମରେ ଆମେରିକା ଏବଂ ଅଷ୍ଟ୍ରେଲିଆର ବୈଜ୍ଞାନିକମାନେ ଥାଏଲାସିନ୍ ବା ତାସମାନିଆନ୍ ବାଘକୁ ପୁର୍ନଜୀବିତ କରିବା ପାଇଁ ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି ।

ତାସମାନିଆନ୍ ବାଘ ୧୯୩୦ର ଦଶକରେ ବିଲୁପ୍ତ ହୋଇସାରିଥିବା ଏକ ପଶୁ । ଏହା ମାଂସାହାରୀ । ଏହା ଥାଏଲାସିନ୍ ରୂପେ ମଧ୍ୟ ଜଣାଯାଏ । ଏହି ପଶୁ ଅଷ୍ଟ୍ରେଲିଆ ଜଙ୍ଗଲରେ ବୁଦା ମାନଙ୍କରେ ଦେଖିବାକୁ ମିଳେ । ଏହି ପଶୁକୁ ପୁଣି ଜୀବିତ କରିବା ପାଇଁ କୋଲୋସଲ ବାୟୋସାଇନ୍ସ ଏବଂ ହାୱର୍ଡ ମେଡିକାଲ୍ ସ୍କୁଲ୍ ଏକାଠି ମିଶି କାମ କରୁଛନ୍ତି । କୋଲୋସଲ ଟେକ୍ସାସ ସ୍ଥିତ ଏକ ଜୈବ ପ୍ରଦ୍ୟେଗିକୀ କମ୍ପାନୀ । ଏହି କମ୍ପାନୀ ମୈମଥ(ଘନ କେଶ ଥିବା ହାତୀ)କୁ ପୁଣି ଜୀବନ୍ତ କରିବା ପାଇଁ ୧୫ ମିଲିୟନ୍ ଡଲାର ଖର୍ଚ୍ଚ କରି ଏକ ପ୍ରୋଜେକ୍ଟ ଉପରେ ପୂର୍ବରୁ କାମ କରୁଛି ।

ଏହି ପରିଯୋଜନାର କୌଣସି ସମୟ ସୀମା ନାହିଁ । କିନ୍ତୁ କୋଲୋସଲ ବାୟୋସାଇନ୍ସେଜର ସଂସ୍ଥାପକ ବ୍ୟାନ୍ ଲୈମଙ୍କ ଅନୁସାରେ ପ୍ରଥମ ଥାଏଲାସିନ୍ ପ୍ରାୟ ୧୦ ବର୍ଷରେ ଜୀବିତ ହୋଇପାରେ । ତେବେ ଲୈମଙ୍କ ଅନୁସାରେ ମୈମଥର ଅସ୍ଥିତ୍ୱକୁ ପୁଣି ଫେରାଇ ଆଣିବା ପାଇଁ ଅନେକ ସମୟ ଲାଗିବ କାରଣ ହାତୀଙ୍କୁ ଗର୍ଭ ଧାରଣ କରିବାରେ ଅଧିକ ସମୟ ଲାଗିଥାଏ । ଏହି ପ୍ରୋଜେକ୍ଟର ଉଦ୍ଦେଶ୍ୟ ସମାନ ଡିଏନଏ ବିଶିଷ୍ଟ ଜୀବିତ ପ୍ରଜାତିଙ୍କଠୁ ଷ୍ଟେମ୍ ସେଲ୍ ନେବା ଏବଂ ଜିନ୍ ଏଡିଟିଂର ବ୍ୟବହାର କରି ସେମାନଙ୍କୁ ଥାଏଲାସିନ୍ କୋଷରେ ପରିବର୍ତ୍ତନ କରିବା ।

କହିରଖୁଛୁ ଅଷ୍ଟ୍ରେଲିଆର ଏହି ଶିକାରୀ ଜୀବ ସାରା ମହାଦ୍ୱୀପରେ ରହୁଥିଲା । କିନ୍ତୁ ପ୍ରାୟ ୩ ହଜାର ବର୍ଷ ପୂର୍ବେ ଏହି ଜୀବ ତାସମାନିଆରେ ହିଁ ସୀମିତ ରହିଯାଇଥିଲା । ତାସମାନିଆକୁ ଛାଡି ଏହି ଜୀବ ପ୍ରାୟ ୨ ହଜାର ବର୍ଷ ପୂର୍ବେ ଅନ୍ୟ ସବୁ ସ୍ଥାନରୁ ଗାଏବ ହୋଇଯାଇଥିଲା । ୧୯୮୦ ଦଶକରେ ଏହାକୁ ଅଫିସିଆଲ୍ ରୂପେ ବିଲୁପ୍ତ ଘୋଷିତ କରିଦିଆଯାଇଥିଲା ।

ସମ୍ବନ୍ଧିତ ଖବର