ପ୍ରମୁଖ ଖବର
  • କଟକ: ରତ୍ନଭଣ୍ଡାର ମରାମତି ମାମଲା: ମଙ୍ଗଳବାର ହାଇକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି
  • ||
  • ନୂଆଦିଲ୍ଲୀ: ରୋଜଗାର ମେଳା: ଆଜି ୫୧,୦୦୦ ନିଯୁକ୍ତିପତ୍ର ବାଣ୍ଟିବେ ମୋଦି, ଦେଶର ୪୬ଟି ସ୍ଥାନରେ ଅନୁଷ୍ଠିତ ହେବ
  • ||
  • ପୁରୀ: ଶ୍ରୀମନ୍ଦିରରେ ବାମନ ଜନ୍ମ ଓ ବଳିବାମନ ବେଶ ନୀତି, ବାମନରୂପୀ ବ୍ରାହ୍ମଣ ଭାବେ ଧରାବତରଣ ପ୍ରଭୁ
  • ||

ଦୁର୍ଘଟଣାରେ ଛାତ୍ରୀ ମୃତ୍ୟୁ ମାମଲା: ସୋ’ରୁମ୍‌ କାରିଗରକୁ ଗିରଫ କଲା ପୋଲିସ

ପୁରୀ,୦୯/୦୬: ସୁବାସ ବୋଷ ଛକ ନିକଟରେ ଦୁର୍ଘଟଣା ଘଟି ଛାତ୍ରୀ ମୃତ୍ୟୁ ମାମଲାରେ ସୋ’ରୁମ୍‌ କାରିଗରକୁ ଗିରଫ କରିଛି ଟ୍ରାଫିକ୍‌ ଥାନା ପୁଲିସ । ଗିରଫ କାରିଗର ଜଣକ ହେଲା ରଣପୁରର ସଞ୍ଜିତ କୁମାର ପ୍ରଧାନ । ସେପଟେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଛାତ୍ରୀ ସର୍ବୋଦୟ ନଗରର ନିହାରିକା ଶତପଥୀ (୧୯)ଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି ପୁଲିସ । ଆହତ ଶୁଭଲକ୍ଷ୍ମୀ ନାୟକ (୨୦) ଚିକିତ୍ସାଧୀନ ଥିବା ପୁଲିସ କହିଛି ।

ଟ୍ରାଫିକ୍‌ ଥାନା ଆଇଆଇସି ସଙ୍ଗୀତା ଦାଶ କହିଛନ୍ତି ଯେ, ଭିଆଇପି ରୋଡସ୍ଥିତ ଗାଡ଼ି ସୋ’ରୁମ୍‌ରେ କାରିଗର ଭାବେ କାମ କରେ ସଞ୍ଜିତ । ବୁଧବାର ଅପରାହ୍ନରେ ଏକ ବାଇକ ନେଇ ସେ ଟେଷ୍ଟ୍‌ ଡ୍ରାଇଭ୍‌ରେ ଯାଇଥିଲା । ଏହି ସମୟରେ ୨ ଛାତ୍ରୀ ଟ୍ୟୁସନ୍‌ ଯାଇଥିଲେ । ଟ୍ୟୁସନ୍‌ ବନ୍ଦ ଥିବାରୁ ଉଭୟ ନୀଳାଦ୍ରି ବିଚ୍‌ ବୁଲିବାକୁ ଯାଇଥିଲେ । ବିଚ୍‌ରୁ ଫେରି ମେଫାୟାର୍‌ ଗଳି ବାଟ ଦେଇ ସିଟି ରୋଡ଼କୁ ଆସିଥିଲେ । ଏହି ସମୟରେ ସୁବାସ ବୋଷ ଛକ ଆଡୁ ଏକ ବିବାହ ବରଯାତ୍ରୀ ଯାଉଥିଲେ । ବରଯାତ୍ରୀଙ୍କୁ ଅତିକ୍ରମ କରିବାବେଳେ ମେଫାୟାର ଗଳିରୁ ଉଭୟ ସ୍କୁଟର୍‌ ଯୋଗେ ସିଟି ରୋଡକୁ ଚାଲି ଆସିଥିଲେ । ଫଳରେ ସଞ୍ଜିତ ଚଳାଉଥିବା ବାଇକ ଉଭୟଙ୍କୁ ଧକ୍କା ଦେଇଥିଲା । ଏନେଇ ରୁଜୁ ହୋଇଥିବା ମାମଲାରେ ଗିରଫ ପରେ ସଞ୍ଜିତକୁ ଜାମିନ୍‌ ମିଳିଥିବା କହିଛନ୍ତି ଆଇଆଇସି ଶ୍ରୀମତି ଦାଶ ।

wp:embed {"url":"https://www.prameya.com/bike-hit-scooty-at-puri/","type":"wp-embed","providerNameSlug":"prameya"}
https://www.prameya.com/bike-hit-scooty-at-puri/
/wp:embed

Copyright © 2022 - Summa Real Media Private Limited. All Rights Reserved.