ପ୍ରମୂଖ ଖବର
  • ଚନ୍ଦନେଶ୍ଵର: କଟକଣା ନମାନିବା ପଡ଼ିଲା ମହଙ୍ଗା, ୨ବୋଟ ସହ ମାଲିକକୁ ଧରିଲା ପୁଲିସ
  • ||
  • ମାଲକାନିରି: ପୁଣି ୧୭ ମାଓବାଦୀଙ୍କ ଆତ୍ମସମର୍ପଣ, ୫୦ ହଜାର ଚେକ୍ ପ୍ରଦାନ କଲେ ଏସ୍‌ପି
  • ||
  • ପାକିସ୍ତାନରେ ଭୂକମ୍ପ ଝଟକା , ରେକ୍ଟର ସ୍କେଲରେ ୪.୨ ତୀବ୍ରତା ରେକର୍ଡ
  • ||
  • ବହୁର୍ଚ୍ଚିତ ନବ ଦାସ ହତ୍ୟା ଘଟଣା, ଗାନ୍ଧି ଛକ ଫଣ୍ଡିରେ କ୍ରାଇମ୍‌ବ୍ରାଞ୍ଚ ଖୋଳତାଡ଼
  • ||
  • ୩ ବର୍ଷ ପରେ ଅଙ୍କିତାଙ୍କୁ ମିଳିଲା ନ୍ୟାୟ; ୩ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ
  • ||
  • 'ପାକିସ୍ତାନ କାଶ୍ମୀରକୁ ଭୁଲିବନି କି ଛାଡ଼ିବନି '; ପାକ୍‌ ସେନାମୁଖ୍ୟ ଆସିମ୍‌ ମୁନୀରଙ୍କ ମୁହଁଫୁଟାଣି
  • ||
  • ସୁନ୍ଦରଗଡ଼ : ପ୍ଲାଣ୍ଟରେ ଶ୍ରମିକଙ୍କ ଉପରେ ମାଡ଼ିଗଲା ଆଇରନ୍‌ ବୋଝେଇ ଟ୍ରକ୍, କ୍ଷତିପୂରଣ ଦାବିରେ ଉତ୍ତେଜନା
  • ||
  • ରାୟଗଡ଼ା :ଯୁବ ବ୍ୟବସାୟୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସିକ୍କିମ ଦୁର୍ଘଟଣାରେ ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ପରିବାର ନିଖୋଜ
  • ||
  • ସମ୍ୱଲପୁର : ବସ୍‌କୁ ପଛରୁ ପିଟିଲା କୋଇଲା ବୋଝେଇ ଟ୍ରକ୍‌, ୨୦ ଆହତ
  • ||
  • ସିକ୍କିମରେ ଟୁରିଷ୍ଟ ଗାଡି ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଯାତ୍ରୀଙ୍କ ସୁରକ୍ଷା ଓ ଚିକିତ୍ସା ପରିଚାଳନା ପାଇଁ ଓଡ଼ିଶାରୁ ଯିବ ଟିମ୍
  • ||
  • ନୟାଗଡ଼ : ବାଣୁଆ ଗୁଳିରେ ଆମ୍ୱ ଗୋଟାଳି ମୃତ, ଶିକାରୀକୁ ଅଟକ ରଖିଲେ ଗ୍ରାମବାସୀ
  • ||
  • ଶୁକ୍ରବାର ବିଏମ୍‌ସି ବୈଠକ: ଉଠିବ ବିଧାୟକଙ୍କ ପାଇଁ ଏସ୍‌ଓପି ଦାବି, ବିଜେଡି କର୍ପୋରେଟର ହୋ ହଲ୍ଲା କରିବେ
  • ||
  • ବଲାଙ୍ଗୀର : ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ
  • ||
  • IPL 2025: ଆଜି ମୁମ୍ବାଇ-ଗୁଜରାଟ ଏଲିମିନେଟର ଲଢ଼େଇ, ପରାଜିତ ଦଳ ହେବ ବିଦା
  • ||
  • ‘ଅପରେସନ ସିଲ୍ଡ’, ଆଜି ପାକିସ୍ତାନ ସୀମାରେ ଦ୍ୱିତୀୟ ନାଗରିକ ସୁରକ୍ଷା ମକ୍‌ଡ୍ରିଲ
  • ||
  • ଅନୁଗୁଳ : ଭିଜିଲାନ୍ସ ପଞ୍ଝାରେ RD ବିଭାଗର ମୁଖ୍ୟଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ଦେହାନ୍ତ, ରାଜ୍ୟର ପ୍ରଥମ ବିଜେପି MLA ଥିଲେ
  • ||
  • ଗଭୀର ଅବପାତ ପଳେଇଲା, ବଡ଼ ବର୍ଷା ହେଲାନି: ଆଜିଠୁ କମିବ ବର୍ଷା, ଜୁନ୍ ୧ରୁ ୩ ଯାଏ ବଢ଼ିବ ତାପମାତ୍ରା
  • ||
  • ପାଣି ଟାଙ୍କିରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା: ରାତି ଅଧରେ ହେଲା ଶବ ବ୍ୟବଚ୍ଛେଦ
  • ||

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ : ଉପକୂଳ ଓ ପଶ୍ଚିମ ଓଡ଼ିଶାରୁ ଖସୁନି ତାତି, ୫ ଦିନରେ କେରଳ ଛୁଇଁପାରେ ମୌସୁମୀ

Published By : Rasmita Pradhan | May 21, 2025 7:59 AM

ଭୁବନେଶ୍ୱର, ୨୧/୦୫ : ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ। କଲବଲ କରୁଛି ଅସହ୍ୟ ଗୁଳୁଗୁଳି। ଦିନ ୯ଟାରେ ଘରୁ ବାହାରିବା ହୋଇଯାଉଛି ମୁସ୍କିଲ। ତତଲା କଡ଼େଇରେ ସନ୍ତୁଳି ହେଉଛନ୍ତି ଲୋକେ। ତେବେ ତାତିରୁ ସାମାନ୍ୟ ଆଶ୍ଵସ୍ତି ଦେଇପାରେ କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ। ଗଞ୍ଜାମ, ଗଜପତି ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜରେ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ଅଛି । ତେବେ ଉପକୂଳ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ଗରମ ଓ ଗୁଳୁଗୁଳି ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। 

ବୁଧବାର ସମ୍ବଲପୁରର ଦିନ ତାପମାତ୍ରା ସର୍ବାଧିକ ୪୧ ଡିଗ୍ରୀ ଛୁଇଁବ । ବଲାଙ୍ଗିରରେ ୪୦, ଝାରସୁଗୁଡ଼ା, ବୌଦ୍ଧ, ବରଗଡ଼ ଓ ଟିଟଲାଗଡ଼ରେ ୩୯ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗୁରୁବାର(୨୨ ତାରିଖ) ସମ୍ବଲପୁର ଓ ବଲାଙ୍ଗିରରେ ୪୦ ଡିଗ୍ରୀ ଛୁଇଁବ । ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାତି ୩୮ରୁ ୪୦ ଡିଗ୍ରୀ ରହିପାରେ । ମଙ୍ଗଳବାର ସମ୍ବଲପୁରରେ ତାତି ୪୧.୬ ଡିଗ୍ରୀ ରହିଥିଲା । ହୀରାକୁଦ, ବଲାଙ୍ଗିର, ଟିଟିଲାଗଡ଼ ଓ ଅନୁଗୁଳରେ ତାତି ୪୦ ଡିଗ୍ରୀ ଉପରେ ଥିଲା। ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ୪୦ ଡିଗ୍ରୀ ପାଖାପାଖି ରହିଥିଲା। 

ମଙ୍ଗଳବାର ସକାଳୁ ରାଜଧାନୀ ତାତି ୩୩ ଡିଗ୍ରୀ ଅତିକ୍ରମ କରିଥିଲା। ସକାଳ ସାଢ଼େ ୮ଟା ବେଳକୁ ଭୁବନେଶ୍ୱରରେ ତାତି ୩୩.୬ ଡିଗ୍ରୀ ଏବଂ ଆର୍ଦ୍ରତା ୬୨.୩% ରହିଥିଲା । ଏଥିପାଇଁ ପ୍ରବଳ ଗୁଳୁଗୁଳି ହୋଇଥିଲା । ଦିନ ସାଢ଼େ ୧୧ଟାରେ ତାତି ୩୭.୪ ଡିଗ୍ରୀ ହୋଇଥିଲା । ସେବେ ଆର୍ଦ୍ରତା ଥିଲା ୪୮.୭% । ଏଥିପାଇଁ ୪୬ ଡିଗ୍ରୀ ଭଳି ତାତି ଅନୁଭୂତ ହୋଇଥିଲା । ମଧ୍ୟାହ୍ନ ବେଳକୁ ତାତି ୩୮.୪ ଡିଗ୍ରୀରେ ପହଞ୍ଚିଥିଲା । ଏବେ ଆକାଶକୁ ବାଦଲ ଘୋଡ଼ାଇ ରଖୁଥିବାରୁ ଆଗକୁ ତାତି ଓ ଗୁଳୁଗୁଳି ବଢ଼ିପାରେ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । 

ଆସନ୍ତା ୪ରୁ ୫ ଦିନ ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁପାରେ ବୋଲି ପୂର୍ବାନୁମାନ ରହିଛି । ଗତ ୨୪ ଘଣ୍ଟାରେ କାଳବୈଶାଖୀ ପ୍ରଭାବରେ ଝାରସୁଗୁଡ଼ା କିରମାରାରେ ୫୫.୪ ମିମି ବର୍ଷା ହୋଇଛି । ଭଦ୍ରକ ଆଖୁଆପଦାରେ ୩୮.୮, ସୁନ୍ଦରଗଡ଼ ଟାଙ୍ଗରାପାଲ୍ଲୀରେ ୩୨.୪, ଢେଙ୍କାନାଳରେ ୨୯.୪, ଭଦ୍ରକରେ ୨୬.୪, ଯାଜପୁରରେ ୨୪.୬, ଝାରସୁଗୁଡ଼ାରେ ୨୦ମିମି ବର୍ଷା ରେକର୍ଡ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.