PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଜିଲ୍ଳା କୋର୍ଟ ପରିସରରେ ୨୧ ତାରିଖରେ ଖୋଲିବ ଦ୍ୱିତୀୟ ଏସଡିଜେଏମ୍ କୋର୍ଟ, ଭର୍ଚୁଆଲ୍ ମାଧ୍ୟମରେ ଉଦ୍‌ଘାଟନ କରିବେ ହାଇକୋର୍ଟ ମୁଖ୍ୟ ବିଚାରପତି

ବ୍ରହ୍ମପୁର,୧୮ା୧୧: ସ୍ଥାନୀୟ ଜିଲ୍ଳା କୋର୍ଟ ପରିସରରେ ଚଳିତ ମାସ ୨୧ ତାରିଖରେ ପୂର୍ବରୁ ନିଷ୍ପତି ହୋଇଥିବା ଦ୍ୱିତୀୟ ଏସଡିଜେଏମ୍ କୋର୍ଟ ଏଠାରେ ଖୋଲିବ । ହାଇକୋର୍ଟ ମୁଖ୍ୟ ବିଚାରପତି ଜେ.ମୁରଲିଧର ଏହାକୁ ଭର୍ଚୁଆଲ୍ ମାଧ୍ୟମରେ ଉଦ୍‌ଘାଟନ କରିବେ ବୋଲି ଜଣାପଡିଛି । ସାରା ଓଡିଶାରେ ଏହିପରି ୨୭ଟି କୋର୍ଟ ଖୋଲିବ । ନଭେମ୍ବର ୨୧ ତାରିଖ ଦିନ ଏକାଥରକେ ଭର୍ଚୁଆଲ୍ ମାଧ୍ୟମରେ ଏହାକୁ ମାନ୍ୟବର ହାଇକୋର୍ଟ ମୁଖ୍ୟ ବିଚାରପତି ମୁରଲୀଧର ଭୁର୍ଚୁଆଲ୍ ମାଧ୍ୟମରେ ଉଦ୍‌ଘାଟନ କରିବେ । ବ୍ରହ୍ମପୁର ପୁଲିସ ଜିଲ୍ଲାର ପ୍ରାୟ ୪ଟି ଥାନା ଗୋଳନ୍ଥରା, ସଦର, ଗୋପାଳପୁର ଓ ସୋନପୁର ଥାନାର ମାମଲା ଓ ଅଭିଯୁକ୍ତମାନଙ୍କୁ ଏଠାକୁ ପଠାଯିବ । ବର୍ତମାନ ଏହି କୋର୍ଟରେ ପ୍ରାୟ ୫ହଜାର ମାମଲା ବିଚାରଣା ହେବାକୁ ରହିଛି ।

ଗ୍ରାମାଞ୍ଚଳର ଲୋକମାନଙ୍କ ମାମଲାଗୁଡିକର ତୁରନ୍ତ ଫଇସଲାରେ ଏହା ବେଶ୍ ସହାୟକ ହେବ । ଏହି କୋର୍ଟରେ ଛତ୍ରପୁରଠାରେ ବର୍ତମାନ ଜେଏମ୍‌ଏଫସି ଭାବେ କାର୍ଯ୍ୟ କରୁଥିବା ଜୁଏଲ୍ ପଟ୍ଟନାୟକ ଦ୍ୱିତୀୟ ଏସଡିଜେଏମ୍ କୋର୍ଟରେ ପ୍ରଥମ ଏସଡିଜେଏମ୍ ଭାବେ ଦାୟିତ୍ୱ ନେବେ ବୋଲି ଜଣାପଡିଛି । ସେହିପରି ଉକ୍ତ କୋର୍ଟରେ ଜଣେ କ୍ୟାଡର ଏପିପି ରହିବେ । ଏପିପି ମୋନାଲି ରାଇତା ଏହି କୋର୍ଟରେ କ୍ୟାଡର ଏପିପି ଭାବେ କାର୍ଯ୍ୟ କରିବେ ବୋଲି ପିପି ତ୍ରିଲୋଚନ ପରିଡା ସୂଚନା ଦେଇଛନ୍ତି । ଏ ନେଇ ଜିଲ୍ଲାଜଜ୍ ଓ ଜିଲ୍ଲାପାଳଙ୍କୁ ଜଣାଇ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ପୂର୍ବରୁ ବିଭିନ୍ନ ସ୍ଥାନରେ ଗୋଟିଏ ଲେଖାଏଁ ଏସଡିଜେଏମ୍‌ଙ୍କ କୋର୍ଟ ରହିଥିବା ବେଳେ ସେହି କୋର୍ଟଗୁଡିକ ଉପରେ ଭରପୁର କାର୍ଯ୍ୟଭାର ରହିବା ସହ ଚାପ ରହୁଥିଲା । ଏ ନେଇ ଜିଲ୍ଲାଜଜ୍ ସମ୍ମିଳନୀରେ ଜିଲ୍ଳାଜଜ୍ମମାନେ ଏହି ଦାବି ଉଠାଇଥିଲେ । ଏହାକୁ ଦୃଷ୍ଟିରେ ରଖି ହାଇକୋର୍ଟ ବିଚାରପତି ଏହି ପଦକ୍ଷେପ ନେବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ୨୭ଟି କୋର୍ଟ ଖୋଲିବେ ବୋଲି ନିଷ୍ପତି ନେଇଥିଲେ।