ବଲିଆ : ଉତ୍ତର ପ୍ରଦେଶର ବଲିଆ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ବଲିଆର ବାରିଆ ତହସିଲରେ ମୁତୟନ SDM ଆଲୋକ ପ୍ରତାପ ସିଂହଙ୍କୁ କୁକୁର କାମୁଡ଼ି ଥିଲା। ଡଗ୍ ବାଇଟ୍ କାରଣରୁ ଏସଡିଏମଙ୍କ ହାତ ପୂରା ଆହତ ହୋଇ ଯାଇଥିଲା। ଦୁଇ ହାତରେ ଭୟଙ୍କର ଫୁଲା କାରଣରୁ କୌଣସି ବି କାମ କରିବାରେ ସକ୍ଷମ ନୁହେଁ। ଏହି ସ୍ଥିତିରେ ତାଙ୍କୁ କୁକୁର କାମୁଡିବା ପରେ ଛୁଟିର ଯେଉଁ ଆବେଦନ କରିଥିଲେ , ସେଥିରେ ଟିପଚିହ୍ନ ଲଗାଇବାକୁ ପଡ଼ି ଥିଲା। ଏବେ ତାଙ୍କର ଏହି ଛୁଟିର ଆବେଦନ ସୋସିଆଲ ମିଡ଼ିଆରେ ଭାଇରାଲ । SDM ଏବେ ଛୁଟିର ଯାଇଛନ୍ତି। ହେଲେ ମାମଲାର ଖୁବ୍ ଚର୍ଚ୍ଚା ହେଉଛି।

SDM ଆଲୋକ ପ୍ରତାପ ସିଂହଙ୍କୁ କୁକୁରର ଖୁବ୍ ସଉକ। ସେ କୁକୁର ପାଳିଛନ୍ତି। ହୋଲିର ଗୋଟିଏ ଦିନ ପୂର୍ବରୁ SDMଙ୍କ ମାତା–ପିତା ତାଙ୍କୁ ଭେଟିବାକୁ ବାରିଆରେ ପହଞ୍ଚି ଥିଲେ। ତିନି ମାର୍ଚ୍ଚର ସକାଳେ ସେମାନେ ସମସ୍ତେ ଲନରେ ବସି ଚା' ପିଉ ଥିଲେ। ଏହି ସମୟରେ ତାଙ୍କର ଉତ୍ସାହିତ ହୋଇ ଭୁକିବାରୁ ଲାଗିଲା। SDM ତାର ବେକ ଫିତା ଧରି ଲନ୍‌ରୁ ନେଇ ଯାଉଥିଲେ। ଏହି ସମୟରେ କୁକୁରଟି ତାଙ୍କ ହାତକୁ କାମୁଡ଼ି ଦେଇଥିଲା। ଅନ୍ୟ ହାତରେ କୁକୁର ପାଟିରୁ ହାତ ବାହାର କରିବାକୁ ଚେଷ୍ଟା କଲା ବେଳେ ସେ ଅନ୍ୟ ହାତକୁ ବି କାମୁଡି ଦେଲା।

SDMଙ୍କ ଉପରେ କୁକୁରର ଆକ୍ରମଣ ଖୁବ୍ ଭୟଙ୍କର ଥିଲା। ଏହାପରେ ସେଠାରେ ଥିବା କର୍ମୀମାନେ ବୋତଲରେ ତା ଉପରକୁ ପାଣି ପକାଇଲେ। ଏହାପରେ କୁକୁର ତାଙ୍କ ହାତ ଛାଡ଼ି ଥିଲା। କୁକୁର କାମୁଡ଼ାରେ ତାଙ୍କର ଦୁଇ ହାତ ପୂରା ଖଣ୍ଡିଆ ହୋଇ ଯାଇଥିଲା। ତୁରନ୍ତ ସେ ହସ୍ପିଟାଲ ଗଲେ। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଗଲା, କିନ୍ତୁ ଫୁଲି ଯିବାରୁ ତାଙ୍କର ହାତ କାମ କରୁ ନଥିଲା।

ଡାକ୍ତରମାନେ SDMଙ୍କୁ ପ୍ରାଥମିକ ଚିକିତ୍ସା ପରେ ଉତ୍ତମ ଚିକିତ୍ସା ପାଇଁ ବିଶେଷଜ୍ଞ ଡାକ୍ତରଙ୍କ ପାଖକୁ ଯିବାକୁ ପରାମର୍ଶ ଦେଲେ। ତାଙ୍କୁ ଭଲ ହସ୍ପିଟାଲରେ ଚିକିତ୍ସା କରାଇବାକୁ ପରାମର୍ଶ ଦିଆଗଲା। SDM ଚିକିତ୍ସା ପାଇଁ ଦିଲ୍ଲୀ ପ୍ରସ୍ଥାନ କଲେ। ଏହି କ୍ରମରେ ୫ ମାର୍ଚ୍ଚରେ ସେ ବଲିଆ ଡିଏମଙ୍କୁ ଛୁଟିର ଆବେଦନ ପଠାଇ ଥିଲେ। ଏଥିରେ ପୋଷା କୁକୁର କାମୁଡ଼ିବାରୁ ଦୁଇ ହାତରେ କ୍ଷତ ହେବାର ଉଲ୍ଲେଖ କରାଯାଇଛି। ହାତରେ ଆଘାତ କାରଣରୁ ଦସ୍ତଖତ କରିବାରେ ସକ୍ଷମ ନହେବା କାରଣରୁ ତାଙ୍କୁ ଟିପଚିହ୍ନ ଦେବାକୁ ପଡ଼ିଲା।