ଅସ୍ତରଙ୍ଗ,୨୨/୧୧: ଦେବୀ ନଦୀ ନିକଟ ପୀର ଜାହାନିଆଁ ସମୁଦ୍ରରେ କୁମ୍ଭୀର ଆତଙ୍କ । ଶୁକ୍ରବାର ମଧ୍ୟାହ୍ନରେ ସ୍ଥାନୀୟ ଅଞ୍ଚଳର ଯୁବକ ଏସଏସ ଜଗନ୍ନାଥଙ୍କ ସମେତ କିଛି ଯୁବକ ପୀର ଜାହାନିଆଁ ସମୁଦ୍ରକୂଳରେ ବୁଲୁଥିବା ବେଳେ ସମୁଦ୍ରରେ କୁମ୍ଭୀର ଦେଖିଥିଲେ । ଏହାକୁ ନେଇ ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ବାସିନ୍ଦା ।
କୁମ୍ଭୀରଟି କୂଳର ଅତି ନିକଟରେ ଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଅଞ୍ଚଳରେ କୁମ୍ଭୀର ବାରମ୍ବାର ଦେଖାଯାଉଥିବା ବେଳେ ବନବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଞ୍ଚଳବାସୀ । ନଦୀକୂଳିଆ ଅଞ୍ଚଳବାସୀ ସେମାନଙ୍କ ନିତ୍ୟକାର୍ଯ୍ୟ ପାଇଁ ନଦୀ ଉପରେ ସମ୍ପୂର୍ଣ ନିର୍ଭରଶୀଳ । ଯଥାଶୀଘ୍ର ବନବିଭାଗ କୁମ୍ଭୀରଟିକୁ ଧରିବା ପାଇଁ ଲୋକେ ଦାବି କରିଛନ୍ତି ।