ନୂଆଦିଲ୍ଲୀ - ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ ଅଭିଷେକ ପୋରେଲଙ୍କ ମୁସ୍କିଲ ବଢିବାର ନଜର ଆସୁଛି। କୋଲକାତା ହାଇକୋର୍ଟ ଦୁଷ୍କର୍ମ କେସରେ ପୋରେଲଙ୍କ ସମେତ ଦୁଇ ଜଣ ଲୋକଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ମୋଗରା ପୁଲିସକୁ ପୋରେଲଙ୍କ ଇଲେକ୍ଟ୍ରୋନିକ ଡିଭାଇସ ଜବତ କରିବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି ,ଯାହାକି ଅଭିଯୋଗ କରୁଥିବା ମହିଳାଙ୍କ ଫଟୋ ଓ ଭିଡିଓ ଯେମିତି ସେୟାର କରାଯାଇ ପାରିବ ନାହିଁ। ତାଙ୍କ ନାଁରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ କରିବାର ଅଭିଯୋଗ ଅଛି।
ଛାତ୍ରୀ ଅଭିଯୋଗ କରିଛନ୍ତି ଯେ, କ୍ରିକେଟର ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ୱନ୍ଧ ରଖି ଥିଲେ ଏବଂ ଦୁହିଁଙ୍କର ବ୍ୟକ୍ତିଗତ ମୁହୂର୍ତ୍ତକୁ ରେକର୍ଡ କରି ନେଇଥିଲେ. ୨୩ ବର୍ଷିୟ ପୋରେଲ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପକ୍ଷରୁ ଖେଳନ୍ତି। ସେ ଆଇପିଏଲ ୨୦୨୬ରେ ଡିସି ପାଇଁ ୪ଟି ମ୍ୟାଚ୍ ଖେଳିଥିଲେ। ସେ ଘରୋଇ କ୍ରିକେଟରେ ବଙ୍ଗଳାର ପ୍ରତିନିଧିତ୍ୱ କରନ୍ତି।
ହାଇକୋର୍ଟ ନିଜ ଆଦେଶରେ କହିଛନ୍ତି, ୬ ଜୁଲାଇ, ୨୦୨୬ ତାରିଖରେ ପୁଲିସ ରିପୋର୍ଟରେ କୁହାଯାଇଛି ଯେ, ଆବେଦନକାରୀଙ୍କ ଠାରୁ କିଛି ତଥ୍ୟ ସମ୍ବଳିତ ଏକ ପେନ୍ ଡ୍ରାଇଭ୍/ଷ୍ଟୋରେଜ୍ ଡିଭାଇସ୍ ଜବତ କରାଯାଇ ଥିଲା। ତେଣୁ, ଅଭିଯୁକ୍ତଙ୍କୁ ଧରିବା ଏବଂ ଇଲେକ୍ଟ୍ରୋନିକ୍ ଡିଭାଇସ୍ ଜବତ କରିବା ଆବଶ୍ୟକ ଯାହା ଦ୍ୱାରା ତଥ୍ୟ ଅନ୍ୟମାନଙ୍କ ସହ ସେୟାର ନହୁଏ। ପୁଲିସ ଅଧିକାରୀମାନେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ସେମାନେ ଗ୍ରହଣ କରନ୍ତି ନାହିଁ। ସମ୍ୱନ୍ଧିତ ପୁଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଉଛି ଯେ, ସେମାନେ ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରନ୍ତୁ ଏବଂ ଡିଭାଇସ ଜବତ କରନ୍ତି ,ଯାହାକି ଡାଟା ସେୟାର କରାଯାଇ ପାରିବ ନାହିଁ।
ଆହୁରି ମଧ୍ୟ ପଢନ୍ତୁ - ତୁମ ସାମ୍ନାରେ ଏବେ ୨ଟି ବିକଳ୍ପ ; ସୋନମ ରଘୁବଂଶୀକୁ ସୁପ୍ରିମକୋର୍ଟ ପଚାରିଲେ …
ମିଡିଆ ରିପୋର୍ଟ ମୁତାବିକ, ପୋରେଲ (ଅଭିଯୋଗ ଆଧାରରେ) ଜାନୁଆରୀ ୨୦୨୩ ମସିହାରେ ଛାତ୍ରୀଙ୍କୁ ସଂପର୍କ କରିଥିଲେ , ଏହାପରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇ ଥିଲା। ତାଙ୍କ ଉପରେ ଅଭିଯୋଗ ଯେ, ଯେବେ ଛାତ୍ରୀଙ୍କ ମାତା ପିତା ବାହାରେ ଥିଲେ , ସେ ତାଙ୍କୁ ମନକୁଣ୍ଡୁରେ ଥିବା ତାଙ୍କ ଫ୍ଲାଟକୁ ନେଇ ଥିଲେ। ଆବେଦନକାରୀ ଅଭିଯୋଗ କରିଛନ୍ତି ଯେ, ପୋରେଲ ତାଙ୍କୁ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରି ଥିଲେ। ପରେ ଦୁହିଁଙ୍କ ପରିବାର ବିବାହକୁ ନେଇ କଥାବାର୍ତ୍ତା ହୋଇ ଥିଲେ। ଛାତ୍ରୀ ଜଣଙ୍କ ଗତ ମାସରେ ଅଭିଯୋଗ ରୁଜୁ କରାଇ ଥିଲେ।
ଅଭିଯୋଗ ଅନୁସାରେ, ଛାତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି ଯେ, ଉଭୟ ଗତ ତିନି ବର୍ଷ ହେବ ସଂପର୍କରେ ଥିଲେ ଏବଂ ଗତ ବର୍ଷ ସେମାନଙ୍କ ମଧ୍ୟରେ ମତଭେଦ ହୋଇଛି, ଯାହାପରେ ପୋରେଲ ତାଙ୍କ ଠାରୁ ଦୂରେଇ ଯିବା ଆରମ୍ଭ କରିଥିଲେ।