ଏହା ହେଉଛି ଦୁନିଆର ସବୁଠୁ ଛୋଟ ଦେଶ, ଜନସଂଖ୍ୟା ହେଉଛି ମୋଟ ୨୭

ଏହି ଦେଶକୁ ଛୋଟ ରାଷ୍ଟ୍ର ବୋଲି କୁହାଯାଏ। ଛୋଟ ରାଷ୍ଟ୍ର ତାହାକୁ କୁହାଯାଏ ଯିଏ ଔପଚାରିକ ଭାବରେ ଏକ ରାଷ୍ଟ୍ର ଭାବେ ମାନ୍ୟତା ମିଳିନଥାଏ। ସେହି ରାଷ୍ଟ୍ର ମଧ୍ୟରୁ ଏମିତି ଏକ ରାଷ୍ଟ୍ର ଅଛି ଯେଉଁଠାରେ ଜନସଂଖ୍ୟା ମୋଟ ୨୭ଜଣ। ଏହା ହେଉଛି ଦୁନିଆଁର ସବୁଠୁ ଛୋଟ ରାଷ୍ଟ୍ର। ଆସନ୍ତୁ ଜାଣିବା ସେହି ରାଷ୍ଟ୍ର ବିଷୟରେ।

ଏହାର ନାଁ ହେଉଛି ସି-ଲ୍ୟାଣ୍ଡ। ଏହାକୁ ବ୍ରିଟେନ ତରଫରୁ ସେକେଣ୍ଡ ଓ୍ବାର୍ଲ୍ଡ ଓ୍ବାର ଯୋଗୁଁ ତିଆରି କରାଯାଇଥିଲା। ୨୦୦୨ ଜନଗଣନା ଅନୁସାରେ ଏହାର ଜନସଂଖ୍ୟା ମୋଟ ୨୭ଜଣ।

ସି-ଲ୍ୟାଣ୍ଡ ଦେଶର ଜମି ବିଧ୍ବଂସ ଅବସ୍ତାରେ ଥିବା ଏକ ଦୁର୍ଗ ଉପରେ ଅବସ୍ଥିତ। ଏହି ସ୍ଥାନ ଇଂଲଣ୍ଡର ସୋଫୋକ୍ଲେସ୍ କଷ୍ଟଲାଇନ୍ରୁ ପ୍ରାୟ ୧୦ କିମି ଦୂରରେ ରହିଛି। ସି-ଲ୍ୟାଣ୍ଡକୁ ମାଇକ ନିସାନ ନାମରେ ଜାଣନ୍ତି। ଏହା ଉପରେ ଅଲଗା ଅଲଗା ଲୋକ କବ୍ଜା କରି ରହିଛନ୍ତି।

ଯେଉଁ ଟାଓ୍ବର ଉପରେ ସି-ଲ୍ୟାଣ୍ଡର ଜମି ରହିଛି ତାହକୁ ରଫ୍ ଟାଓ୍ବର କୁହାଯାଉଛି। ୧୯୬୭ ମସିହା ଫେବ୍ରୁଆରି ଓ ଅଗଷ୍ଟ ମାସରେ ରଫ୍ ଟାଓ୍ବର ଉପରେ ଜୈକ ମୁର ଏବଂ ତାଙ୍କ ଝିଅ ଜୈନ କବ୍ଜା କରିଥିଲେ। ୧୯୬୭ ଡିସେମ୍ବରରେ ଦୁର୍ଗ ଉପରେ ବ୍ରିଟିଶ ମେଜର ପୈଡ୍ଡୀ ରାୟ ବ୍ରେଟସ କବ୍ଜା କରିଥିଲେ।

ସି-ଲ୍ୟାଣ୍ଡକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଏକ ଦେଶ ରୂପରେ ମାନ୍ୟତା ମିଳିନାହିଁ। କିନ୍ତୁ ଦୁନିଆଁର ବାକି ଦେଶ ଭଳି ସି-ଲ୍ୟାଣ୍ଡ ନିଜର ଚଳନ୍ତି ମୁଦ୍ରା ଏବଂ ଡାକଷ୍ଟାମ୍ପ୍ ରହିଛି। ଜାଗା ହିସାବରେ ସି-ଲ୍ୟାଣ୍ଡ ବହୁତ ଛୋଟ। ଏମିତିକି ଏହି ଜମିରେ ରୋଜଗାର କରିବାର କୈାଣସି ପନ୍ଥା ଏଠାରେ ନାହିଁ।