ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ଘରେ ପୂଜା ଆଳରେ ମହିଳାଙ୍କୁ ଅସଦାଚରଣ! ମା’ ଶାରଳାଙ୍କ ସେବାୟତ ଥାନାରେ ଅଟକ, ଭାଇରାଲ୍‌ ଅଡିଓକୁ ନେଇ ଅଞ୍ଚଳରେ ଆଲୋଡ଼ନ

ଜଗତସିଂହପୁର,୨୬/୦୫: ଗ୍ରହ ରିଷ୍ଟ ଖଣ୍ଡନ ହେବ । ହୃଦ୍‌ରୋଗର ଶିକାର ହୋଇଥିବା ପୁଅ ସୁସ୍ଥ ହୋଇଯିବ । ଯେଉଁ ଲୋକମାନେ ପଛରେ ପଡ଼ିଛନ୍ତି, ସେମାନେ ହଟିଯିବେ । ଏଥିପାଇଁ ଏକ ପୂଜା ଆବଶ୍ୟକ । ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ତଥା ତିର୍ତ୍ତୋଲ କନକପୁରସ୍ଥିତ ଝଙ୍କଡ଼ବାସିନୀ ମା’ ଶାରଳାଙ୍କ ମନ୍ଦିରର ଜଣେ ସେବାୟତ ଏପ୍ରକାର ଘୃଣ୍ୟ କାମ କରି ବୁଧବାର ରାତିରୁ ଜଗତସିଂହପୁର ଥାନାରେ ଅଟକ ରହିଛନ୍ତି । ଅଟକ ସେବାୟତ ହେଉଛନ୍ତି ତିର୍ତ୍ତୋଲ ଥାନା କନକପୁର ଦେଉଳି ଗ୍ରାମର ସମିରେନ୍ଦ୍ର ରାଉଳ । ଜଗତସିଂହପୁର ଥାନା ଅନ୍ତର୍ଗତ କାଂସ ଗ୍ରାମ ତଥା ବୈଷ୍ଣବ ସାହିର ସନ୍ତୋଷ କୁମାର ସ୍ୱାଇଁଙ୍କ ପତ୍ନୀ ପ୍ରତିମା ସ୍ୱାଇଁଙ୍କ ଏତଲା ଆଧାରରେ ପୁଲିସ ମାମଲା ରୁଜୁ କରିଛି ।

ସଂକ୍ରାନ୍ତିରେ ମା’ ଶାରଳାଙ୍କ ଦର୍ଶନ କରିବାକୁ ଯାଇଥାନ୍ତି ପ୍ରତିମା ଓ ତାଙ୍କ ସ୍ୱାମୀ ସନ୍ତୋଷ । ଗତ ୧୫ ତାରିଖ ଦିନ ମଧ୍ୟ ମା’ ଶାରଳାଙ୍କ ଦେଉଳକୁ ଯାଇଥିଲେ ଏହି ଦମ୍ପତି । ଦେଉଳରେ ପହଞ୍ଚିବା ପରେ ମା’ଙ୍କଠାରେ ପୂଜା ନିମନ୍ତେ ସେବାୟତ ସମିରେନ୍ଦ୍ର ରାଉଳଙ୍କୁ ଜଣାଇଥିଲେ । ସେବାୟତ ସମିରେନ୍ଦ୍ର ନାଲି କପଡ଼ା ଓ ଗୁଆ ଆଣିବାକୁ ପ୍ରତିମାଙ୍କ ସ୍ୱାମୀ ସନ୍ତୋଷକୁ ପଠାଇ ଦେଇଥିଲେ । ପରେ ଏକୁଟିଆ ଥିବା ପ୍ରତିମାଙ୍କୁ ପରିବାରରେ ବହୁତ ସମସ୍ୟା ଥିବା କଥା ସେବାୟତ ସମିରେନ୍ଦ୍ର କହିଥିଲେ । ସମାଧାନ ହେଇଯିବ କହି ଫୋନ୍‌ ନମ୍ବର ମାଗି ନେଇଥିଲେ । ପରବର୍ତ୍ତୀ ସମୟରେ ସମିରେନ୍ଦ୍ର ବହୁବାର ପ୍ରତିମାଙ୍କୁ ଫୋନ୍‌ରେ ଯୋଗାଯୋଗ କରିଛନ୍ତି । ବୁଧବାର ସନ୍ଧ୍ୟାରେ ପୂଜା ହେବ ବୋଲି ଫୋନ୍‌ରେ ଜଣାଇବା ପରେ ମା’ ଶାରଳାଙ୍କ ପ୍ରତି ଅଖଣ୍ଡ ବିଶ୍ୱାସ ରଖିଥିବା ପ୍ରତିମାଙ୍କ ପରିବାର ଲୋକେ ଏଥିନିମନ୍ତେ ରାଜି ହୋଇ ଯାଇଥିଲେ । ରାତି ପାଖାପାଖି ୮ଟା ସୁଦ୍ଧା ଏକ ସ୍କୁଟିରେ ସେବାୟତ ସମିରେନ୍ଦ୍ର ପୂଜା ନିମନ୍ତେ ପ୍ରତିମାଙ୍କ ଘରେ ପହଞ୍ଚିଥିଲେ । ରାତି ୯ଟା ପାଖାପାଖି ପୂଜା ଆରମ୍ଭ କରିଥିଲେ । ପୂଜା ଆରମ୍ଭ ପୂର୍ବରୁ ପ୍ରତିମାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ବାହାରକୁ ଚାଲି ଯିବାକୁ ନିର୍ଦ୍ଦେଶ ଦେଇଥିଲେ ସମିରେନ୍ଦ୍ର । ପୂଜାରେ ପ୍ରତିମାଙ୍କୁ ବସିବାକୁ କହିଥିଲେ । କିନ୍ତୁ ଚାରିକାନ୍ଥ ଭିତରେ ପୂଜା ଆରମ୍ଭ କରିବା ଭିତରେ ପ୍ରତିମାଙ୍କୁ ଅସଦାଚରଣ କରିଥିଲେ ସମିରେନ୍ଦ୍ର । ଏପରିକି ବଳାତ୍କାର କରିବାକୁ ଚେଷ୍ଟା କରିବା ସମୟରେ ପ୍ରତିମା ଚିତ୍କାର କରିଥିଲେ । ପାଟି ଶୁଣି ପରିବାରର ଅନ୍ୟ ସଦସ୍ୟମାନେ ପ୍ରକୋଷ୍ଠକୁ ପଶି ଆସି ହତଚକିତ ହୋଇପଡ଼ିଥିଲେ । ପ୍ରତିମାଙ୍କ ସ୍ୱାମୀ ସନ୍ତୋଷ ପିସିଆର୍‌କୁ କଲ୍‌ କରି ଡାକିଥିଲେ । ଏପଟେ କେତେକ ଅଡ଼ିଓ ଭାଇରାଲ ହୋଇଛି । ଏଥିରେ ଜଣେ ମହିଳାଙ୍କ ସହ ଅତି ଅଶାଳୀନ ଏବଂ ଅଶ୍ଳୀଳ ଭାଷାରେ କଥା ହେଉଛନ୍ତି ଜଣେ ପୁରୁଷ । ପୂଜା ପଦ୍ଧତି ସଂପର୍କରେ ଆଲୋଚନା ଆଳରେ ପାଟିରେ ଧରି ନହେବା ଭଳି କଥୋପକଥନ ଥିବାରୁ ଭାଇରାଲ୍‌ ଅଡିଓରେ ଭାସି ଆସୁଥିବା ସ୍ୱର ସମିରେନ୍ଦ୍ରଙ୍କର ବୋଲି ସନ୍ଦେହ କରାଯାଉଛି ।

ଜିଲ୍ଲାରେ ଆଜି ଦିନ ଭରି ବେଶ ଚର୍ଚ୍ଚାରେ ରହିଥିବା ଏହି ଘଟଣା ପରବର୍ତ୍ତୀ ସମୟରେ ନୂଆ ମୋଡ଼ ନେଇଥିଲା । ବିଶେଷକରି ଘଟଣାକୁ ରଫାଦଫା କରିବାକୁ ଉଦ୍ୟମ ଚାଲିଥିବା ଆଲୋଚନା ପରିଧିକୁ ଆସିବା ବେଳେ ପାଲଟା ଏକ ଏତଲା ଜଗତସିଂହପୁର ଥାନାରେ ପ୍ରଦାନ କରିଥିଲେ ଅଟକ ସେବାୟତ ସମିରେନ୍ଦ୍ରଙ୍କ ପତ୍ନୀ ଡେଜି ଭାରତୀ । ଅଭିଯୋଗ ମୁତାବକ, ସମିରେନ୍ଦ୍ର କାଂସ ଗ୍ରାମର ଜଜମାନ ଥିବାରୁ ଗତକାଲି ସନ୍ଧ୍ୟାରେ ଏକ ପୂଜା ନିମନ୍ତେ ସେଠାକୁ ଯାଇଥିଲେ । ରାତି ୧୧ଟା ଭିତରେ ଫେରିବେ ବୋଲି ନିଜ ପତ୍ନୀଙ୍କୁ ଜଣାଇଥିଲେ । ରାତି ୧୦ଟା ୧୫ ସୁଦ୍ଧା ନିଜ ସ୍ୱାମୀଙ୍କୁ ଫୋନ୍‌ କରିଥିଲେ ଡେଜି ଭାରତୀ । ଅପରପଟୁ କିନ୍ତୁ ଅନ୍ୟ ଜଣେ ପୁରୁଷ ଲୋକ ଫୋନ୍‌ ଉଠାଇ ସମିରେନ୍ଦ୍ର ଏଠାରେ ଅଟକ ଅଛନ୍ତି, ମୁକୁଳାଇବାକୁ ଯଦି ଚାହୁଁଛ ୫ ଲକ୍ଷ ଟଙ୍କା ଶୀଘ୍ର ଧରି ପହଞ୍ଚ ବୋଲି ଜଣାଇଥିଲେ । ସେ ଦୃଷ୍ଟିରୁ ମିଥ୍ୟା କେସ୍‌ରେ ସମିରେନ୍ଦ୍ରଙ୍କୁ ଛନ୍ଦି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିବାକୁ ଯୋଜନା କରିଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି କରି ଥାନାରେ ଡେଜି ଭାରତୀ ଏତଲା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.