ପ୍ରମୁଖ ଖବର
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ଏବେଠୁ ଜଳିଲାଣି ସାରା ଓଡ଼ିଶା, ଦିନ ସାଢେ ୧୧ଟାରେ ଟପିଗଲା ୩୬ ଡିଗ୍ରୀ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

ପୁରୀରେ ପୁଣି ଗୁଳିମାଡ଼, ସେବାୟତ ମୃତ

ପୁରୀ, ୨୪।୫ ପୁଣି ଅଶାନ୍ତ ହୋଇପଡିଛି ପୁରୀ। ଦୀର୍ଘ ଦିନର ବ୍ୟବଧାନ ପ​‌ରେ ପୁଣି ପୁରୀରେ ଫୁଟିଛି ଗୁଳି। ଗୁଳିମାଡରେ ଜଣେ ସେବାୟତଙ୍କ ମୃତ୍ୟୁ ଘଟିଛି।  ପ୍ରେମ ବ୍ୟାପାରକୁ ନେଇ ଏହି ଗୁଳିମାଡ଼ ହୋଇଛି।  ପୁରୀ ଏମାର ମଠ ନିକଟରେ ଏହି ଗୁଳିମାଡ଼ ହୋଇଛି। ମୃତ ସେବାୟତ ଜଣକ ହେଲେ ତଳୁଛ ସାହିର ଶିବରାମ ପାତ୍ର ।

ଶିବରାମ ବାଇକ ଯୋଗେ ଘରୁ ଆସୁଥିବା ସମୟରେ ଦୁର୍ବୁତ୍ତ ମାନେ ଏମାର ମଠ ନିକଟରେ ତାଙ୍କ ମୁଣ୍ଡ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଥିଲେ।‌ ଘଟଣାସ୍ଥଳରେ ହିଁ ଶିବାରାମ ଟଳି ପଡ଼ିଥିଲେ। ସେଠାରେ ତାଙ୍କର ବାଇକ ଓ ମୋବାଇଲ ବ୍ଲୁ ଟୁଥ୍ ପଡିଛି। ।  ଖବର ପାଇ ଘଟଣାସ୍ଥଳରେ ସିଂହଦ୍ଵାର, ଟାଉନ୍ ଥାନା ପୋଲିସ ସହ ଏସପି କନୱର ବିଶାଳ ସିଂ ପହଞ୍ଚି ତଦନ୍ତ  କରୁଛନ୍ତି। ତେବେ କେଉଁ କାରଣରୁ ଏଭଳି ଘଟଣା ଘଟିଲା ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଏସପି କହିଛନ୍ତି। ଗୁଳି ମାଡ କରିଥିବା ଅଭିଯୁକ୍ତ ଚନ୍ଦନ ବାରିକକୁ ପୋଲିସ ଅଟକ ରଖିଥିବା ବେଳେ ତା’ ଠାରୁ ଗୋଟିଏ ବନ୍ଧୁକ ଜବତ କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.