PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ଦ୍ୱିତୀୟ ମାଆ ଭୈରବୀ ମହୋତ୍ସବର ତୃତୀୟ ସନ୍ଧ୍ୟା ଅନୁଷ୍ଠିତ

ହରଭଙ୍ଗା –  ବୌଦ୍ଧ ଜିଲ୍ଲା ପୁରୁଣାକଟକ ମିନି ଷ୍ଟାଡିୟମ ଠାରେ ଚାଲିଥିବା ଦ୍ୱିତୀୟ ମାଆ ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାର ତୃତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବର ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ଜିଲ୍ଲା ପରିଷଦ ୮ ଜୋନ୍ ସଦସ୍ୟା ଶ୍ରୀମତୀ ତାରାମଣି ପ୍ରଧାନ , ସମ୍ମାନିତ ଅତିଥି ଭାବେ ହରଭଙ୍ଗା ବ୍ଲକ୍ ସରପଞ୍ଚ ,ସଂଘ ସଭାପତି ନିହାର ଘୋଷ୍‌, ପୁରୁଣା କଟକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ମଲ୍ଲିକ ଓ ଭୈରବୀ ମହୋତ୍ସବ କମିଟି ସମ୍ପାଦକ ଅଶୋକ କୁମାର ସେଠୀ  ଯୋଗ ଦେଇଥିଲେ । ସମସ୍ତ ଅତିଥି ସବୁ ସମୟରେ ଏହି ମହୋତ୍ସବ ପାଇଁ ସାହାଯ୍ଯ ସହଯୋଗ କରିବା ସହିତ ଏହାର ଉନ୍ନତି କାମନା କରିଥିଲେ । 

ଉକ୍ତ ତୃତୀୟ ସନ୍ଧ୍ୟାର ସଭାକାର୍ଯ୍ୟ ପରିଚାଳନାରେ ଭୈରବୀ କନିଷ୍ଠ ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ ମନୋଜ କୁମାର ପାଠୀ ଓ ରମେଶ ଚନ୍ଦ୍ର ତାରିଣୀଆ ପରିଚାଳନା କରି ଥିବା ବେଳେ ,ଇଂରାଜୀ ଅଧ୍ୟାପକ ଡ. ପ୍ରମୋଦ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l ମହୋତ୍ସବର ତୃତୀୟ ସନ୍ଧ୍ୟାରେ ପ୍ରଥମେ ଆଞ୍ଚଳିକ କଳାକାରଙ୍କ ଦ୍ୱାରା କୃଷ୍ଣଗୁରୁ, ଦଣ୍ଡ ନୃତ୍ୟ ସହ କୁନି କୁନି ଛାତ୍ରଛାତ୍ରୀଙ୍କ ଦ୍ୱାରା ନୃତ୍ୟଗୀତ ପରିବେଷଣ ହୋଇଥିଲା l ପରେ ମଞ୍ଚରେ ବୌଦ୍ଧ ପ୍ରଣାମ ଅନୁଷ୍ଠାନ ପକ୍ଷରୁ ଓଡ଼ିଶୀ ନୃତ୍ୟ , ପଦ୍ମପୁରରୁ ଆସିଥିବା ଦୁଲ ଫୁଲ ସମ୍ବଲପୁରୀ ଗ୍ରୁପ୍, ଗନ୍ଧରାଡି କଳା ପରିଷଦ ଚାରି ସମ୍ଭୁ ପକ୍ଷରୁ ଆଦିବାସୀ ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମ, ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହୋଇଥିଲା ।

ଅନ୍ୟପଟେ ମିନାବଜାର, ପଲ୍ଲୀଶ୍ରୀ ମେଳେ, ଯାତ୍ରା ଅପେରା, ଏବଂ ବିଭିନ୍ନ ସୁସ୍ୱାଦ୍ୟ ଖାଦ୍ୟ ଷ୍ଟଲ ଗୁଡିକରେ ହଜାର ହଜାର ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କରାଯିବା ବେଳେ କାର୍ଯ୍ୟକ୍ରମ ମହୋତ୍ସବ କମିଟିର ଆବାହକ ଶ୍ରୀ ସୁକାନ୍ତ ପଟ୍ଟନାୟକଙ୍କ ସମେତ, ବିଭୁଦତ୍ତ ବୋଷ, , ସତୀଶ ବେହେରା, ସଜନ ଅଗ୍ରୱାଲା, ପ୍ରଶାନ୍ତ ସେଠି,କୈଳାସ ଅଗ୍ରୱାଲା, ସୁକାନ୍ତ ଦାସ, ମନୋଜ କୁମାର ସାହୁ, ମନୋଜ ପାଢି,ଶୁଭଜିତ୍ ପ୍ରଧାନ, ସୁବାସ କୁମାର ପ୍ରଧାନ, ପୁରନ୍ଦର ଠେଲା, ଅମୂଲ୍ୟ ମିଶ୍ର, ବିଜୟ କହ୍ନର, ସତ୍ୟ ନାୟକ, ଭାଗବତ ମେହେର,ପ୍ରମୁଖ କମିଟି ଅନନ୍ୟ ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।