ନ୍ୟୁଜିଲାଣ୍ଡ-ଭାରତ ଦ୍ବିତୀୟ ଦିନିକିଆରେ ବର୍ଷା ବାଧକ, ଅଧାରୁ ବାତିଲ ହେଲା ମ୍ୟାଚ୍

ହାମିଲଟନ୍ ୨୭/ ୧୧: ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟରେ ଜାରି ରହିଥିବା ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ୍ରେ ବର୍ଷା ସାଜିଛି ବାଧକ । ଫଳରେ ଦ୍ବିତୀୟ ମ୍ୟାଚ୍ ଅଧାରୁ ବାତିଲ ହୋଇଯାଇଛି । ରବିବାର ହାମିଲଟନ୍ର ସେଡୋନ୍ ପାର୍କରେ ଖେଳାଯାଇଥିବା ଦିନିକିଆ ମ୍ୟାଚ୍ରେ ପ୍ରବଳ ବର୍ଷା ହୋଇଛି । ଦ୍ବିତୀୟ ମ୍ୟାଚ୍ ବନ୍ଦ ବାତିଲ ହେବା ପରେ ନ୍ୟୁଜିଲାଣ୍ଡ ଏବେ ୧-୦ରେ ଆଗୁଆ ରହିଛି । ଟ୍ବେଣ୍ଟି ଟ୍ବେଣ୍ଟି ସିରିଜକୁ ଭାରତ ୧-୦ରେ ହାତେଇନେଇଥିଲା । ସେଥିରେ ମଧ୍ୟ ବର୍ଷା ସାଜିଥିଲା ବାଧକ । ଯାହା ଫଳରେ ଭାରତ ସିରିଜ୍ ହାତେଇଥିଲା ।
ଦ୍ବିତୀୟ ଦିନିକିଆରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ପାଇଁ ଆମନ୍ତ୍ରିତ ହୋଇଥିବା ଭାରତ ପ୍ରଥମ ୫ ଓଭରରେ ବିନା ଓ୍ବିକେଟରେ ସଂଗ୍ରହ କରିଥିଲା ୨୨ରନ । ପରେ ପ୍ରବଳ ବର୍ଷା ଯୋଗୁ ଖେଳ ୩ ଘଣ୍ଟା ପରେ ଆରମ୍ଭ ହୋଇଥିଲା ଏବଂ ପ୍ରତି ଟିମ୍ ୨୯ ଓଭର ଖେଳିବାକୁ ଧାର୍ଯ୍ୟ କରାଯାଇଥିଲା । ଖେଳ ଆରମ୍ଭ ହେବାପରେ ଅଧିନାୟକ ଶିଖର ଧାଓ୍ବନ ୩ ରନ କରି ଆଉଟ ହୋଇଥିଲେ । ପରେ ସୂର୍ଯ୍ୟକୁମାର ଯାଦବ ଏବଂ ଶୁଭମାନ ଗିଲ କ୍ରିଜ୍ରେ ଜମି ରହିଥିଲେ । ସୂର୍ଯ୍ୟ ୨୫ ବଲରୁ ୩୪ ରନ ଓ ଗିଲ ୪୨ ବଲରୁ ୪୫ ରନ କରି ଅପରାଜିତ ଥିଲେ । ଦଳର ସ୍କୋର ୧୨.୫ ଓଭରରେ ୮୯ ରନ ହୋଇଥିବା ବେଳେ ପୁଣି ଆରମ୍ଭ ହୋଇଯାଇଥିଲା ବର୍ଷା । ଫଳରେ ମ୍ୟାଚ୍ ବାତିଲ କରିବାକୁ ପଡିଛି । ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାଟ୍ ହେନରୀ ୨୦ ରନ ଦେଇ ଏକମାତ୍ର ଓ୍ବିକେଟ ନେବାକୁ ସକ୍ଷମ ହୋଇଛନ୍ତି ।
Handshakes 🤝 all around after the second ODI is called off due to rain.
— BCCI (@BCCI) November 27, 2022
Scorecard 👉 https://t.co/frOtF82cQ4 #TeamIndia | #NZvIND pic.twitter.com/pTMVahxCgg