ଭୁବନେଶ୍ୱର,୨୧/୦୧: ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲରେ ହେବ ଦ୍ୱିତୀୟ ସମେଟିଭ୍‌ ଆସେସ୍‌ମେଣ୍ଟ ପରୀକ୍ଷା । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଆସନ୍ତା ମାର୍ଚ୍ଚ ୧୭ରୁ ପରୀକ୍ଷା ଆରମ୍ଭ ହେବ ।  ୨୨ରେ ଶେଷ ହେବ । ପରୀକ୍ଷା ସରିବା  ମାତ୍ରେ ମୂଲ୍ୟାଙ୍କନ ଆରମ୍ଭ ହେବ । ୨୭ ମାର୍ଚ୍ଚ  ସୁଦ୍ଧା ମୂଲ୍ୟାଙ୍କନ ସରିବ । ୩୦ରେ ପରୀକ୍ଷା  ଫଳ ଘୋଷଣା କରାଯିବ । ଏନେଇ ଓଡ଼ିଶା  ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ  (ଓସେପା) ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା  ଅଧିକାରୀଙ୍କୁ ଚିଠି କରାଯାଇଛି ।

ଦ୍ୱିତୀୟ  ସମେଟିଭ୍‌ ଆସେସ୍‌ମେଣ୍ଟ (ଏସ୍‌ଏ-୨)  ପାଇଁ ଓସେପା ପକ୍ଷରୁ ପ୍ରସ୍ତୁତି ଆରମ୍ଭ  ହୋଇଛି । ପ୍ରଶ୍ନପତ୍ର ପ୍ରସ୍ତୁତି, ଉତ୍ତର ଖାତା  ଓ ପ୍ରଶ୍ନ ତିଆରି କରିବା ଲାଗି ଏସ୍‌ଇଆର୍‌ଟି  ପରାମର୍ଶ ଦେବ । ଫେବ୍ରୁଆରୀ ୫ ସୁଦ୍ଧା ସବୁ  ପ୍ରଶ୍ନପତ୍ର ତିଆରି ସରିବ । ମାର୍ଚ୍ଚ ୧୦ ସୁଦ୍ଧା  ଏ ସବୁ ବ୍ଲକ୍‌ରୁ ସ୍କୁଲକୁ ପହଞ୍ଚାଯିବ । ମାର୍ଚ୍ଚ  ୧୨ ଓ ୧୩ ତାରିଖରେ ଯାଞ୍ଚ କରାଯିବ ।