ନୂଆଦିଲ୍ଲୀ: ପ୍ରେମ ପାଇଁ ଚାଲିଗଲା ଜୀବନ । ଛାତ୍ରଙ୍କ ଜୀବନ ନେଇଗଲେ । ତେଲେଙ୍ଗାନାର ସିକନ୍ଦରାବାଦର ବିଟେକ ଛାତ୍ର ଇଭୋନଙ୍କୁ ହତ୍ୟା କରାଯାଇଛି । ପ୍ରେମ ବ୍ୟାପାରରୁ ଏହି ହତ୍ୟା କରାଯାଇଥିବାବେଳେ ୧୦ ଜଣ ଗିରଫ ହୋଇଛନ୍ତି । ଏହି ଘଟଣାରେ ଛାତ୍ରୀଙ୍କ ଭାଇ ମଧ୍ୟ ସମ୍ପୃକ୍ତ ଥିବା ଜଣାପଡ଼ିଛି । ସେପଟେ ଏହାରି ଭିତରେ ତାଙ୍କୁ ଭଲ ପାଉଥିବା ଆଉ ଜଣେ ଯୁବକ ଦାବି କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ରହସ୍ୟ ଘେରକୁ ଚାଲିଯାଇଛି ।
ପୁଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଇଭୋନଙ୍କ ବାପାଙ୍କ ଏତଲା ଆଧାରରେ ୧୦ ଜଣଙ୍କୁ ଗିରଫ କରାଯାଇଛି । ଯେଉଁଥିରେ ଯୁବତୀଙ୍କ ବାପା, ଦାଦା ଏବଂ ଭାଇ ମଧ୍ୟ ସମ୍ପୃକ୍ତ ଥିବା ଜଣାପଡ଼ିଛି । ସେ ତାଙ୍କ ଝିଅକୁ ଭଲ ପାଉଥିବାରୁ ଛୁରୀ ଭୁସି ହତ୍ୟା କରିଥିବା ପୁଲିସ ସାମ୍ନାରେ ମାନିଛନ୍ତି । ସମସ୍ତେ ମିଶି ହତ୍ୟା କରିଥିବା ଅଭିଯୋଗ ହେବା ପରେ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ଝିଅଟି ସ୍କୁଲରେ ପଡ଼ିଥିବା ଦିନରୁ ଇଭୋନଙ୍କୁ ଭଲ ପାଉଥିଲେ । ଯାହାକୁ ପରିବାର ଲୋକେ ବିରୋଧ କରି ଆସୁଥିଲେ । ମାତ୍ର ଉଭୟ ଏହାକୁ ମାନୁନଥିଲେ । ସେମାନେ ସବୁବେଳେ ମିଳାମିଶ କରୁଥିଲେ । ଘର ପାଖକୁ ମଧ୍ୟ ଦେଖା କରୁଥିଲେ । ଏହାସହ ସାଇ କିରଣ ନାମକ ଜଣେ ଯୁବକ ତାଙ୍କୁ ଭଲ ପାଉଥିବାବେଳେ ସେ ଅନେକଥର ଧମକ ଦେଇଥିଲେ । ସମସ୍ତେ ମିଶି ତାଙ୍କୁ ହତ୍ୟା କରିଛନ୍ତି । ଝିଅର ବାପା ସାଇ କିରଣଙ୍କ ସହ ବାହା କରାଇବାକୁ ଚାହୁଁଥିବା ଜଣାଇଥିଲେ ।
ଏହାସହ ପଢ଼ନ୍ତୁ : କନ୍ୟାଙ୍କ ଯୁକ୍ତି, କହିଲେ ମେଡିକାଲ ରିପୋର୍ଟ ଆଣିଲେ ବାହା ହେବି…