ନୂଆଦିଲ୍ଲୀ: ଚାଲିଥିଲା ବାହାଘର ସମସ୍ତେ ବେଶ ଖୁସିର ଖାଉଥିଲେ ଭୋଜି । ଆଉ ଏତିକି ବେଳେ କନ୍ୟା କହିଲେ ବରର ମେଡିକାଲ ରିପୋର୍ଟ ଦେଖିବା ପରେ ମୁଁ ତାଙ୍କୁ ବିବାହ କରିବି । ତେବେ ସେ ଏଭଳି କହିବା ପଛର କାରଣ ଥିଲା ବରର ବେଦୀରେ ବସିଥିବାବେଳେ ହଠାତ ଅସୁସ୍ଥ ହୋଇପଡ଼ିଲେ । ଆଉ ସେ ଚେତାଶୂନ୍ୟ ମଧ୍ୟ ହୋଇଥିବା ଦେଖିବାକୁ ମିଳିଥିଲା । ଯେଉଁ କାରଣରୁ କନ୍ୟା ଜଣକ ଏଭଳି ଦାବି କରିଥିଲେ । ଆଉ ଏବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।
ଉତ୍ତରପ୍ରଦେଶରୁ ଏଭଳି ଏକ ଖବର ଆସିବା ପରେ ସବୁଠି ଆରମ୍ଭ ହୋଇଛି । ବରଯାତ୍ରୀ ସହ କନ୍ୟାଘରେ ପହଞ୍ଚିଥିଲେ ବର । ସମସ୍ତେ ଧୁମ୍ ନାଚିଲେ ଆଉ କନ୍ୟାଘର ଲୋକେ ବରଣି କରି ପାଛୋଟି ନେଲେ । ହେଲେ ଯେତେବେଳେ ବର ଚେୟାରରେ ବସିଥିଲେ ସେ ହଠାତ୍ ପଡ଼ିଯାଇଥିଲେ । ଯାହା ଦେଖିବା ପରେ ସମସ୍ତେ ପାଖକୁ ଦୌଡ଼ି ଆସିଥିଲେ । ଆଉ ପାଣି ମାରିବା ସହ ଚେତା ଫେରାଇଥିଲେ । କୁହାଗଲା କି ଉପାସରେ ଥିବାରୁ ଏଭଳି ହୋଇଥିଲା । ମାତ୍ର କନ୍ୟା ଏହାକୁ ମାନିନଥିଲେ ।
ଯୁବତୀ ଜଣକ ଅଡ଼ି ବସିଥିଲେ କି, ତାଙ୍କର କିଛି ରୋଗ ଅଛି ଯେଉଁ କାରଣରୁ ଏଭଳି ହୋଇଛି । ସେ ଲୁଚାଇ ତାଙ୍କ ସହ ବିବାହ କରାଇବାକୁ ଯାଇଥିଲେ । ସେଥିପାଇଁ ସେ କହିଥିଲେ କି, ମେଡିକାଲ ରିପୋର୍ଟ ଦେଖାଇଲେ ମୁଁ ତାଙ୍କୁ ବାହା ହେବି। ପରେ ଘଟଣାକୁ ନେଇ ଯୁକ୍ତିତର୍କ ବଢ଼ିଥିଲା ଆଉ ପୁଲିସକୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା । ପୁଲିସ ଆସିବା ପରେ ବୁଝାଶୁଝା କରିବା ପାଇଁ ରାତି ପାହି ଯାଇଥିଲା । କିନ୍ତୁ ଝିଅଘର ଲୋକେ ବାହା କରାଇବାକୁ ସିଧା ସିଧା ମନା କରିଥିଲେ । ବର ଶେଷରେ ଶିଶୁପାଳ ହୋଇ ଘରକୁ ଫେରିଥିଲେ ।
ଏହାସହ ପଢ଼ନ୍ତୁ : ଧରା ପକାଇଲା ଏହି ଭୁଲ୍: ପ୍ରେମିକ ପାଇଁ ସ୍ବାମୀକୁ କରେଣ୍ଟ ଦେବାକୁ ପଛାଇଲାନି ସ୍ତ୍ରୀ