କୋଲକାତା, ୦୪/୦୬ : ବିବାଦୀୟ ବୟାନ ଦେଇ ଅକଳରେ ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ। ମମତା ବାନାର୍ଜୀଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ। ଖୁବଶୀଘ୍ର ବନ୍ଧା ହୋଇପାରନ୍ତି ଦିଦି। ସିଲିଗୁଡ଼ି ସାଇବର କ୍ରାଇମ୍ ଥାନାରେ ମମତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ମମତାଙ୍କୁ ଗିରଫ କରିବା ପାଇଁ ଅଭିଯୋଗକାରିଣୀ ଓକିଲ ରିଙ୍କି ସିଂହ ଚାଟାର୍ଜୀ ଜୁନ ୮ରେ କୋଲକାତା ହାଇକୋର୍ଟରେ ଯାଚିକା ଦାୟର କରିବେ ବୋଲି ଦାବି କରିଛନ୍ତି।
ଅଭିଯୋଗ ଅନୁଯାୟୀ, ନିର୍ବାଚନ ପ୍ରଚାର ସମୟରେ ମମତା ଭ୍ରମାତ୍ମକ ଭାଷଣ ଦେଇଥିଲେ। କୋଲକାତାର ରାଣୀ ରାସମଣି ରୋଡରେ ବାଂଲାଦେଶୀ ନାଗରିକ ଓସମାନ ହାଦିକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ। ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶରେ ବାଂଲାଦେଶରେ ହତ୍ୟାକାଣ୍ଡ ହେଉଥିବା କହିଥିଲେ। ଏଭଳି ମିଥ୍ୟା ଏବଂ ଭ୍ରମାତ୍ମକ ବୟାନ ଦେଇ ମମତା ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କକୁ ବୈଶ୍ଵିକ ସ୍ତରରେ ମଳିନ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି। ତାଙ୍କର ଏଭଳି ବୟାନ ଦ୍ଵାରା ବାଂଲାଦେଶରେ ଥିବା ଅଳ୍ପସଂଖ୍ୟକ ହିନ୍ଦୁଙ୍କ ସୁରକ୍ଷା ଉପରେ ପ୍ରଭାବ ପଡିବ ବୋଲି କୁହାଯାଇଛି।
ଆହୁରି ପଢନ୍ତୁ- ଜଳୁଥିଲା ହସ୍ପିଟାଲ; ୯୭ ବର୍ଷୀୟ ବୃଦ୍ଧା ନିଜ ଅକ୍ସିଜେନ ମାସ୍କ କାଢି ଅନେକ ରୋଗୀଙ୍କୁ ବଞ୍ଚାଇଲେ, ICUରେ କ'ଣ ଘଟିଥିଲା ସବୁ କହିଲେ...
ଅଭିଯୋଗକାରିଣୀ କହିଛନ୍ତି ଯେ, ମମତା ପଦରେ ଥିବା ବେଳେ ଦେଶର ଗୋପନୀୟତାର ଶପଥ ନେଇଥିଲେ। ହେଲେ ଦୁର୍ଭାଗ୍ୟର ବିଷୟ ସେ ପଦରେ ଥିବା ବେଳେ ଏବଂ ପଦରୁ ଯିବା ପରେ କଟ୍ଟରପନ୍ଥୀମାନଙ୍କୁ ଉସକାଇବାକୁ ଚେଷ୍ଟା କରୁଛନ୍ତି।