ନୂଆଦିଲ୍ଲୀ,୦୪/୦୬; ମୁଜାଫରପୁରର ପ୍ରସାଦ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୫ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ବଞ୍ଚିବାକୁ ଆସି ଜଳିଗଲେ ରୋଗୀ । ଯେଉଁଠି ଜୀବନ ଜିତିବାର ଥିଲା, ମୃତ୍ୟୁ ଜିତିଗଲା । ଅଗ୍ନିକାଣ୍ଡରେ ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ହସ୍ପିଟାଲର ପଞ୍ଚମ ମହଲାରେ ଥିବା ଆଇସିୟୁରେ ଅଗ୍ନିକାଣ୍ଡ ଘଟିଥିଲା, ଯେଉଁଠାରେ ଗୁରୁତର ରୋଗୀଙ୍କୁ ଭର୍ତ୍ତି କରାଯାଇଥିଲା । ଏହି ରୋଗୀମାନଙ୍କ ମଧ୍ୟରୁ ଅନେକ ଅକ୍ସିଜେନ ସପୋର୍ଟରେ ଥିଲେ । ଅଗ୍ନିକାଣ୍ଡ ପରେ ଆଇସିୟୁ ଧୂଆଁରେ ପରିପୂର୍ଣ୍ଣ ହୋଇଯାଇଥିଲା । ଫଳରେ ରୋଗୀମାନେ ଶ୍ୱାସରୁଦ୍ଧ ହୋଇଯାଇଥିଲେ । ଦୁର୍ଘଟଣା ଘଟିବା ପରେ ଆଇସିୟୁରେ ଭର୍ତ୍ତି ହୋଇଥିବା ରୋଗୀମାନଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ଘଟଣାସ୍ଥଳରୁ ମିଳିଥିବା ଫଟୋଗୁଡ଼ିକ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ, ICUରେ ନିଆଁ କେତେ ଭୟଙ୍କର ଥିଲା । ଅଗ୍ନିକାଣ୍ଡରେ ICU ବେଡ୍, ଉପକରଣ ଏବଂ ଅନ୍ୟାନ୍ୟ ସମସ୍ତ ଜିନିଷ ପାଉଁଶ ହୋଇଯାଇଚି । ଜଣେ ୯୫ ବର୍ଷୀୟା ବୃଦ୍ଧା ତୁରନ୍ତ ସାହାଯ୍ୟ ପାଇଁ ଦୌଡି ଯାଇଥିଲେ । ହସ୍ପିଟାଲର ICUରେ ନିଆଁ ଲାଗି ଆହୁରି ଅନେକ ରୋଗୀଙ୍କ ଜୀବନ ନେଇପାରିଥାନ୍ତା । ୯୫ ବର୍ଷୀୟା ବୃଦ୍ଧା ମହିଳା ନିଜେ ସେହି ICUରେ ଭର୍ତ୍ତି ହୋଇଥିଲେ ଯେଉଁଠାରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ।
ଏହା ବି ପଢନ୍ତୁ...Bihar Hospital Fire: ICUରେ ରୋଗୀଙ୍କୁ ଜଳନ୍ତା ଅବସ୍ଥାରେ ଛାଡ଼ି ଫେରାର ହେଲେ ଡାକ୍ତର ଓ ଷ୍ଟାଫ୍, ମୁଜାଫରପୁର ଅଗ୍ନିକାଣ୍ଡରେ ବଡ଼ ଖୁଲାସା
ଆଇସିୟୁରେ ଧୂଆଁ ବ୍ୟାପିବା ମାତ୍ରେ ଏହି ୯୫ ବର୍ଷ ବୟସ୍କା ଜେଜେମା ’ମୁହଁରୁ ଅକ୍ସିଜେନ୍ ମାସ୍କ ବାହାର କରି ସଙ୍ଗେ ସଙ୍ଗେ ଉଠି ବାହାରକୁ ଆସିଲେ। ତା’ପରେ ସେ ଆଇସିୟୁରେ ନିଆଁ ଲାଗି ନର୍ସଙ୍କୁ ସୂଚନା ଦେଇଥିଲେ । ଏହା ପରେ ଡାକ୍ତରଖାନା ପ୍ରଶାସନର ଲୋକମାନେ ତୁରନ୍ତ ସକ୍ରିୟ ହୋଇ ରୋଗୀଙ୍କୁ ବାହାରକୁ ନିଆଗଲା। ଅଗ୍ନିଶମ ବିଭାଗକୁ ମଧ୍ୟ ସୂଚନା ଦିଆଯାଇଥିଲା ।
ଏହି ୯୫ ବର୍ଷୀୟ ବୃଦ୍ଧା ମହିଳା ଜଣକ ମୁଜାଫରପୁରର ଛାପରା ମେଘର ବାସିନ୍ଦା । ତାଙ୍କ ନାମ ରାଧା ଦେବୀ। ତାଙ୍କ ସହିତ ଥିବା ପରିବାର ସଦସ୍ୟମାନେ କହିଛନ୍ତି ଯେ ତାଙ୍କର ରକ୍ତଚାପ ଏବଂ ନିଶ୍ୱାସ ନେବାରେ କଷ୍ଟ ହେବା ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରାଧା କହିଥିଲେ ଯେ ନିଆଁ ଲାଗିବା ସମୟରେ ହଠାତ୍ ଅନ୍ଧାର ହୋଇଗଲା । “ମୁଁ କିପରି କହିବି ଯେ ନିଆଁ କିପରି ଲାଗିଲା ? ଧୂଆଁ ବ୍ୟାପିବା ମାତ୍ରେ ମୁଁ ବାହାରକୁ ଆସି ‘ମାଡାମ’ (ନର୍ସ)ଙ୍କୁ ଜଣାଇଲି; ତା’ପରେ ସେ ଦେଖିବାକୁ ପାଇଁ ଭିତରକୁ ଗଲେ ।”