ନୂଆଦିଲ୍ଲୀ,୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାକ୍ଷୀ ପଠାଇଲେ ପାକିସ୍ତାନୀ ମହିଳା ସୀମା ହାଇଦର। ଏ ସମ୍ପର୍କରେ ସୀମା ନିଜର ୟୁଟ୍ୟୁବ ଚ୍ୟାନେଲରେ ସୂଚନା ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସହ ରାଷ୍ଟ୍ରପତି ଏବଂ ଆରଏସଏସ୍ ମୁଖ୍ୟଙ୍କ ସହ ବହୁ ନେତାଙ୍କୁ ସେ ରାକ୍ଷୀ ପଠାଇଛନ୍ତି। ତେବେ ପିଏମ୍ ମୋଦିଙ୍କୁ ରାକ୍ଷୀ ପଠାଇ ସୀମା କରିଦେଇଛନ୍ତି ବଡ଼ ଭୁଲ। କାରଣ ସେ ପ୍ରଧାନମନ୍ତ୍ରୀଙ୍କ ଠିକଣା ଭୁଲରେ ଲେଖିଥିଲେ।
ସୀମା ପଠାଇଥିବା ରାକ୍ଷୀ ଲଫାଫାରେ ପିଏମ୍ଙ୍କୁ ‘ମାନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ, ଦିଲ୍ଲୀ ଲୋକ ନାୟକ ମାର୍ଗ ନୂଆଦିଲ୍ଲୀ ଲେଖିଥିଲେ। ଏହା ସହ ବିନା ପିନ୍କୋଡ୍ କିମ୍ବା ଡାକ ଟିକେଟ ନଲଗାଇ ନଥିଲେ। ସେଭଳି ପ୍ରଧାନମନ୍ତ୍ରୀଙ୍କ ବାସଭବନ ଲୋକ କଲ୍ୟାଣ ମାର୍ଗରେ ରହିଛି। ହେଲେ ସୀମା ‘ଲୋକ ନାୟକ ମାର୍ଗ’ ଲେଖିଥିଲେ।
ମଇ ୨୦୨୩ ରେ ବେଆଇନ ଭାବରେ ନିଜର ୪ ସନ୍ତାନଙ୍କ ସହ ସୀମା ଭାରତରେ ଆସି ପହଁଞ୍ଚିଥିଲେ। ସୀମା ଏବେ ନିଜକୁ ସଚିନ ମିଣାଙ୍କ ପତ୍ନୀ ବୋଲି କହୁଛନ୍ତି। ଅନଲାଇନ୍ ଗେମ୍ ଖେଳି ସଚିନଙ୍କ ପ୍ରେମରେ ପଡିଥିଲେ ସୀମା। ଏହାପରେ ସେ ନିଜର ପିଲାଙ୍କୁ ସା୍ଗରେ ଧରି ନେପାଳ ବାଟ ଦେଇ ଭାରତରେ ପ୍ରବେଶ କରିଥିଲେ। ସୀମା ନିଜକୁ ହିନ୍ଦୁ ବୋଲି କହୁଛନ୍ତି ଓ ସବୁ ପର୍ବ ପର୍ବାଣୀକୁ ଧୁମଧାମରେ ପାଳନ କରୁଛନ୍ତି।