PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

୯ ଦିନର ଶିଶୁପୁତ୍ରକୁ ବିକ୍ରି

source:www.samaa.tv

ଅନୁଗୁଳ,୨୯ା୧(ବ୍ୟୁରୋ): ମାତ୍ର ୧୦ ହଜାର ଟଙ୍କାରେ ୯ ଦିନର କଅଁଳ ଶିଶୁପୁତ୍ରକୁ ବିକିଦେଲେ ବାପା-ମା’ । ଅନୁଗୁଳ ସହରାଞ୍ଚଳରେ ଏଭଳି ଏକ ସମ୍ବେଦନଶୀଳ ଘଟଣା ମଙ୍ଗଳବାର ଲୋକଲୋଚନକୁ ଆସିବା ପରେ ଆଲୋଡନ ସୃଷ୍ଟି କରିଛି । ଶିଶୁପୁତ୍ରଟି ଉଦ୍ଧାର ହୋଇଥିବା ବେଳେ ବେଆଇନ୍‌ ଶିଶୁ ବିକ୍ରି ନେଇ ଅଭିଯୋଗ ପାଇବା ପରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ତନାଘନା ଚଳାଇଛି । ଜିଲ୍ଲା ଶିଶୁ ମଙ୍ଗଳ କମିଟି ଉଭୟ ପକ୍ଷକୁ ଡାକି ଘଟଣାର ତଦନ୍ତ ଚଳାଇଥିବା ବେଳେ ନବଜାତ ଶିଶୁ ହଠାତ୍‌ ଅସୁସ୍ଥ ହୋଇ ପଡିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏସ୍‌ଏନ୍‌ସିୟୁରେ ଭର୍ତ୍ତି କରାଯାଇଛି । ନବଜାତ ଶିଶୁର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଚେତାବନୀ ଦେଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଆଠମଲ୍ଲିକ ଅଏଡ଼ା ଅଞ୍ଚଳର ବାଇଧର ବେହେରା ନାମକ ଜଣ ବ୍ୟକ୍ତି ଅନୁଗୁଳ ମଦନମୋହନପଡ଼ାରେ ଘରଭଡ଼ା ନେଇ ସପରିବାର ରହୁଛନ୍ତି । ଗତ ୧୫ ତାରିଖରେ ତାଙ୍କ ଦ୍ୱିତୀୟ ପତ୍ନୀ ସବିତା ବେହେରା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ପୂର୍ବରୁ ତାଙ୍କର ୩ ବର୍ଷର ଶିଶୁକନ୍ୟାଟିଏ ରହିଛି । ତେବେ ଗତ ୨୫ ତାରିଖରେ ମାତ୍ର ୧୦ ହଜାର ଟଙ୍କାରେ ବାଇଧର ୯ ଦିନର ଶିଶୁ ପୁତ୍ରକୁ ଅନୁଗୁଳ ସୌଭାଗ୍ୟନଗରରେ ରହୁଥିବା ସୁନିଲ୍‌ ଅଗ୍ରୱାଲ୍‌ଙ୍କୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଥିଲା । ଏ ନେଇ ସ୍ୱେଚ୍ଛାସେବୀ ସଙ୍ଗଠନ ‘ଯୁବଶକ୍ତି’ର ସଭାପତି ବ୍ରହ୍ମଜ୍ୟୋତି ମିଶ୍ର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଶିଶୁ ମଙ୍ଗଳ କମିଟି ପୁଲିସ୍‌ ସହାୟତାରେ ଆଜି ଶିଶୁ ପୁତ୍ରକୁ ଉଦ୍ଧାର କରି ଉଭୟ ପକ୍ଷକୁ ତଦନ୍ତ ପାଇଁ ଡକାଇଥିଲା । ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଶିଶୁପୁତ୍ରର ପ୍ରକୃତ ବାପା-ମା’କୁ ଡକାଇ ନବଜାତ ଶିଶୁକୁ ଫେରାଇ ନେବାକୁ ବୁଝାଇ ଥିଲେ । ମାତ୍ର ହୃଦୟହୀନା ମା’ ନିଜର ଜନ୍ମିତ ଶିଶୁକୁ କୋଳେଇ ନେବାକୁ ମନା କରିଥିଲା । ଅପରପକ୍ଷରେ ଶିଶୁ ପୁତ୍ରର ବାପା ବାଇଧର କଥାରେ କୌଣସି ତାଳମେଳ ରହୁନି । ଶିଶୁପୁତ୍ରକୁ ବିକି ସେ କେତେଟଙ୍କା ଆଣିଛି ସଠିକ୍‌ ଭାବରେ କହିନଥିଲା । ଘଟଣାର ତଦନ୍ତ ଚାଲିଥିବା ବେଳେ ଶିଶୁପୁତ୍ରର ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ପାଟିରୁ ରକ୍ତ ସ୍ରାବ ହେବାରୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏସ୍‌ଏନ୍‌ସିୟୁରେ ଭର୍ତ୍ତି କରାଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀଶଙ୍କର ବେହେରା ଏ ସମ୍ପର୍କରେ କହିଛନ୍ତି ଯେ, ଗତକାଲି ଶିଶୁବିକ୍ରି ଅଭିଯୋଗ ଆସିବା ପରେ ଅନୁଗୁଳ ପୁଲିସକୁ ଜଣାଇ ଦିଆଯାଇଥିଲା । ଆଜି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର କର୍ମକର୍କା ଓ ପୁଲିସ ମିଳିତ ଭାବେ ଚଢ଼ଉ କରି ଅଗ୍ରୱାଲ ଦମ୍ପତିଙ୍କଠାରୁ ଶିଶୁପୁତ୍ର ଉଦ୍ଧାର କରିବା ପରେ ଜିଲ୍ଲା ଶିଶୁ ମଙ୍ଗଳ କମିଟିରେ ହାଜର କରାଯାଇଥିଲା ।