ପ୍ରମୂଖ ଖବର
  • ରାଉରକେଲା : ପାରିବାରିକ କଳହର କରୁଣ ପରିଣତି , ୨ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମା’
  • ||
  • ରାଜ୍ୟରେ ଖୋଲିବ ୫ ନୂଆ ଏନସିସି ଛାତ୍ରୀ ବାଟାଲିୟନ
  • ||
  • ଆମେରିକାର ପୋଲ୍ ଖୋଲିଲା ଏହି ରିପୋର୍ଟ, ଇରାନର କେବଳ ଗୋଟିଏ ପରମାଣୁ ଠିକଣା ହୋଇଥିଲା ଧ୍ବଂସ
  • ||
  • ବିନିକା : ମହାନଦୀରୁ ମିଳିଲା ଏକ କୁଇଣ୍ଟାଲର ବୋଦା ମାଛ
  • ||
  • ପ୍ରତିବନ୍ଧକର ଧମକ ଦେଇଥିଲେ ନାଟୋ ମୁଖ୍ୟ, କଡ଼ା ଜବାବ ଦେଲା ଭାରତ
  • ||
  • ଏଫଏମ କଲେଜ ଘଟଣା ପରେ ଆକ୍ସନରେ ସରକାର; ଜିଏମ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
  • ||
  • କଣ୍ଟାବଞ୍ଜି: ରାୟପୁର- ବିଶାଖପାଟଣା ପାସେଞ୍ଜର ଟ୍ରେନର ଏକ ବଗିର ଯାନ୍ତ୍ରିକ ତ୍ରୁଟି,ଦୀର୍ଘ ସମୟ ଧରି ଅଟକିଥିଲା ଟ୍ରେନ
  • ||
  • ନୂଆପଡ଼ା : ସାହାଜଟ ସେବାଶ୍ରମରେ ଅଘଟଣ, ଗଛରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର
  • ||
  • କେନ୍ଦ୍ରାପଡ଼ା : ଖରସ୍ରୋତାକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଓଡ଼ିଶା ବନ୍ଦ; ସାଲେପୁର କଂଗ୍ରେସରେ ଫାଟ, ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା
  • ||
  • କୋଣାର୍କ : ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ପର୍ଯ୍ୟଟକଶୂନ୍ୟ କୋଣାର୍କ ଓ ଚନ୍ଦ୍ରଭାଗା
  • ||
  • କଳାହାଣ୍ଡି : କେସିଙ୍ଗାରେ ଓଡିଶା ବନ୍ଦ ପ୍ରଭାବ, ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ
  • ||
  • ଆଲାସ୍କା ଦ୍ୱୀପରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ, ସୁନାମି ଚେତାବନୀ ଜାରି
  • ||
  • ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳି ୫୦ ମୃତ, ଅନେକ ଆହତ
  • ||
  • ଖଲ୍ଲିକୋଟ : ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍, ଜଣେ ମୃତ ୮ ଗୁରୁତର
  • ||
  • ଓଡ଼ିଶା ବନ୍ଦ, ଚକଅଖ ଜାମ୍, ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ, ବାମପନ୍ଥୀ ଦଳ
  • ||
  • ଗୁରୁବାରଠୁ କମିବ ବର୍ଷାର ପରିମାଣ, ୨୩ ଜିଲ୍ଲାରେ ବଜ୍ରଘାତ ଆଶଙ୍କା; ୨୦ରୁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
  • ||

କପା ଓ ଧାନ ବିହନ ଚଢ଼ା ଦରରେ ବିକ୍ରୀ ଅଭିଯୋଗ, ଚାଷୀ ନିରାଶ

Published By : Suraj Kumar | June 21, 2025 5:58 PM

କଣ୍ଟାବାଞ୍ଜି, ୨୧।୬ : ବର୍ଷ ତମାମ ଜଣେ ଚାଷୀ ଜଗି ବସିଥାଏ ଯେ କେବେ ବର୍ଷା ଋତୁ ଆସିବ ଏବଂ ଚାଷ କରି ଦୁଇ ପଇସା ରୋଜଗାର କରି ନିଜ ପରିବାରର ଭରଣପୋଷଣ କରିବ। ହେଲେ କେତେବେଳେ ବର୍ଷା ଦାଉ ସାଧୁଛି ତ କେତେବେଳେ ବିହନ ବ୍ୟବସାୟୀ ଦାଉ ସାଧୁଛନ୍ତି।  ଫଳରେ ଚାଷୀ କୋଣସି ଉପାୟ ନପାଇ ଚାଷ କରି ନପାରି ନିରାଶ ହୋଇପଡୁଛି। 

ଏପଟେ ଏ ଅଞ୍ଚଳରେ ସ୍ୱାଭାବିକ ବର୍ଷା ହେଉନଥିବାବେଳେ କାଁ ଭାଁ କେତକ ଅଞ୍ଚଳରେ ଦୁଇରୁ ତିନି ଦିନ ମାତ୍ର ବର୍ଷା ହୋଇଛି। ଏହି ଦୁଇ ତିନି ଦିନର ବର୍ଷାକୁ ଦେଖି କେତକ ଚାଷୀ କପା ଏବଂ ଧାନ ଅମଳ ପାଇଁ ଉପଯୋଗୀ ସମୟ ଭାବି କପା ଏବଂ ଧାନ ବିହନ କିଣିବା ପାଇଁ ବିହନ ଦୋକାନୀଙ୍କ  ପାଖକୁ ଆସୁଛନ୍ତି।  ହେଲେ ବ୍ୟବସାୟୀମାନେ ବିହନ ଗୁଡିକୁ ଚଢା ଦରରେ ବିକ୍ରି କରୁଥିବାରୁ ଚାଷୀ ବିହନ କିଣିନପାରି ନିରାଶ ହୋଇ ଫେରୁଛନ୍ତି। ଆଖ ପାଖର ଚାଷୀମାନେ କଣ୍ଟାବାଞ୍ଜି ଉପରେ ନିର୍ଭର କରିଥାନ୍ତି। ଏହି ସହରର ୫ରୁ ଅଧିକ ବିହନ ଓ ସାର ଦୋକାନ ରହିଛି।  ହେଲେ ଏହି ବ୍ୟବସାୟୀମାନେ ଚାଷୀଙ୍କୁ ଉଚିତ ମୂଲ୍ୟରେ ସାର ବିହନ ବିକ୍ରି ନକରି ଚଢା ଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ପ୍ରତ୍ୟେକ କମ୍ପାନୀର ସାର ବିହନର ଛପା ମୂଲ୍ୟ ଠାରୁ ପ୍ରାୟ ୩୦୦ରୁ ୪୦୦ ଟଙ୍କା ଅଧିକ ବିକ୍ରି କରୁଛନ୍ତି।   ଏ ନେଇ ଭୁବନେଶ୍ୱର ବେହେରା, ଏକାମ୍ବର ବନଛୋର,ରାଜା ହାତୀ କୃଷି ଅଧିକାରୀଙ୍କ ପାଖରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଏ ପର୍ଯ୍ୟନ୍ତ କୌଣସି ସୁଫଳ ପାଇପାରିନାହାନ୍ତି ଚାଷୀମାନେ । ଏ  ନେଇ କୃଷିଅଧିକାରୀ ଆନନ୍ଦ ମଲ୍ଲିକଙ୍କୁ ଫୋନ ଯୋଗେ ପଚାରିବାରୁ ସେ କେହିଥିଲେ ଯେ ଅଭିଯୋଗ ମିଳିଛି। ସମ୍ପୃକ୍ତ ସାର ଓ ବିହନ ଦୋକାନର ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ସହ ଷ୍ଟକ ରେଜିଷ୍ଟ୍ରର ଏବଂ ଅନ୍ୟାନ୍ୟ କାଗଜ ପତ୍ର ଦେବା ପାଇଁ କୁହାଯାଇଛି।  ହେଲେ ସମ୍ପୃକ୍ତ ଦୋକାନ ମାଲିକ ଏପର୍ଯ୍ୟନ୍ତ ତାହା  ଦେଇ  ନାହାନ୍ତି, କାଗଜ ଆଦି  ଯଦି ନ ଦେଖେଇବେ ତା’ହେଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ସହ ଲାଇସେନ୍ସକୁ ରଦ୍ଦ କରାଯିବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.