PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ – ରନୱେରେ ଧକ୍କା ହେଲା ଦୁଇଟି ବିମାନ ; ଆତଙ୍କରେ ଥରିଲେ ଯାତ୍ରୀ
  • ||
  • ଧାରା ୩୭୦ ଉଚ୍ଛେଦ ବେଳେ କେଜ୍ରିଓ୍ବାଲ କେଉଁଠି ଥିଲେ ? ଏବେ ଆମକୁ ସମର୍ଥନ ମାଗୁଛନ୍ତି : ଓମାର ଅବଦୁଲ୍ଲା
  • ||
  • ରାଉରକେଲା : ପାଞ୍ଚ ବର୍ଷର ପୁଅକୁ ମାରି ଟାଙ୍ଗି ଦେଲା ବାପା, ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ
  • ||
  • ହିନ୍ଦୋଳ : ହାତୀ ଆକ୍ରମଣରେ ବୃଦ୍ଧ ମୃତ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା
  • ||
  • ଭୁବନେଶ୍ଵର : ୧୭ରେ ଓଡ଼ିଶା ଆସିବେ ଅମିତ ଶାହ, ଢେଙ୍କାନାଳ ସମାବେଶରେ ୫୦ ହଜାର ଲୋକଙ୍କୁ ଦେବେ ଉଦବୋଧନ
  • ||

ରେଡ୍‌ ମାର୍କରେ ସେୟାର ବଜାର: Sensex ୩୬୧ ପଏଣ୍ଟ ହ୍ରାସ, ୧୭ ହଜାର ତଳେ Nifty

ନୂଆଦିଲ୍ଲୀ ୨୦/ ୦୩: ଭାରତୀୟ ସେୟାର ବଜାରରେ ସପ୍ତାହର ପ୍ରଥମ କାରବାର ଦିନ ନକାରାତ୍ମକ ରହିଛି । ସୋମବାର ଉଭୟ ସେନସେକ୍ସ ଓ ନିଫ୍ଟି ରେଡ୍‌ ମାର୍କରେ ବନ୍ଦ ହୋଇଛି । ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନସେକ୍ସ ୩୬୦.୯୫ ପଏଣ୍ଟ ହ୍ରାସ ପାଇ ୫୭,୬୨୮.୯୫ ପଏଣ୍ଟରେ ବନ୍ଦ ହୋଇଥିବା ବେଳେ ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍ଟି ସୂଚକାଙ୍କ ୧୧.୬୫ କମି ୧୬,୯୮୮.୪୦ରେ ବନ୍ଦ ହୋଇଛି । ସେହିଭଳି ବ୍ୟାଙ୍କ ନିଫ୍ଟି ସୂଚକାଙ୍କ ୨୩୬.୯୫ ହ୍ରାସ ପାଇ ୩୯,୩୬୧.୯୫ ପଏଣ୍ଟରେ ବନ୍ଦ ହୋଇଛି ।

ଆଜି କାରବାର ଶେଷ ସୁଦ୍ଧା HUL ସେୟାର ମୂଲ୍ୟ ସର୍ବାଧିକ ୬୩.୮୦ ଟଙ୍କା ବୃଦ୍ଧି ପାଇ ୨୫୧୧.୨୦ ଟଙ୍କାରେ ବନ୍ଦ ହୋଇଛି । ସେହିଭଳି ବଜାଜ ଫିନସର୍ଭ ସେୟାର ମୂଲ୍ୟ ସର୍ବାଧିକ ୫୬.୩୫ ଟଙ୍କା ହ୍ରାସ ପାଇ ୧୨୪୫.୪୦ ଟଙ୍କାରେ କାରବାର ଶେଷ କରିଇଛି । କେବଳ FMCG ସେକ୍ଟରକୁ ବାଦ୍‌ ବାକି ବାକି ସମସ୍ତ ସେକ୍ଟର ଯେପରିକି ରିଅଲ୍ଟି,, କ୍ୟାପିଟାଲ୍‌ ଗୁଡସ୍, ଆଇଟି, ମେଟାଲ୍, କଞ୍ଜ୍ୟୁମର ଡ୍ୟୁରେବଲ୍, ମିଡିଆ ସେକ୍ଟରରେ କାରବାର ହ୍ରାସ ପାଇଛି । ଆଦାନୀ ଗ୍ରୁପ୍‌ ସେୟାର ମୂଲ୍ୟ ମଧ୍ୟ କମିଛି । କେବଳ ଆଦାନୀ ଗ୍ରୀନ୍‌ ଏନର୍ଜି ସବୁଜ ସଙ୍କେତରେ କାରବାର ଶେଷ କରିଥିବା ବେଳେ ସମୂହର ବାକି ସମସ୍ତ ସେୟାର ମୂଲ୍ୟ ଖସିଛି ।

ଆଜି ବୃଦ୍ଧି ପାଇଥିବା ସେୟାର ଗୁଡିକ ମଧ୍ୟରେ ରହିଛନ୍ତି ଆଦାନୀ ଗ୍ରୀନ୍‌ ଏନର୍ଜି, ହିନ୍ଦୁସ୍ଥାନ ୟୁନିଲିଭର, ମୁଥୁଟ୍‌ ଫାଇନାନ୍ସ, ଗୋଦରେଜ୍‌ କଞ୍ଜ୍ୟୁମର, ଇଣ୍ଡସ୍‌ ଟାଓ୍ବାର, ଆଇସିଆଇସିଆଇ ଲୋମ୍ବାର୍ଡ, ବର୍ଜର ପେଣ୍ଟସ୍, ନେସଲେ ଇଣ୍ଡିଆ, କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ, ଡେଭିସ୍‌ ଲ୍ୟାବ୍‌ ସମେତ ଆଉ କିଛି ସେୟାର ସବୁଜ ସଙ୍କେତରେ ବନ୍ଦ ହୋଇଛନ୍ତି । ସେହିଭଳି ପିରାମଲ ଏଣ୍ଟରପ୍ରାଇଜର୍ସ, ବଜାଜ୍‌ ଫିନସର୍ଭ, ଆଦାନୀ ଏଣ୍ଟରପ୍ରାଇଜର୍ସ, ଅମ୍ବୁଜା ସିମେଣ୍ଟସ୍, ପେଟିଏମ୍, ବଜାଜ୍‌ ଫାଇନାନ୍ସ, ବନ୍ଧନ ବ୍ୟାଙ୍କ, ହିଣ୍ଡାଲକୋ, ଟାଟା ଷ୍ଟିଲ, ଗ୍ଲାଣ୍ଡ ଫାର୍ମା, କୋଲ୍ ଇଣ୍ଡିଆ,ଆଦାନୀ ପୋର୍ଟସ୍, ଇଣ୍ଡସଇଣ୍ଡ ବ୍ୟାଙ୍କ, ବେଦାନ୍ତ, ଲୁପିନ୍, ଟାକ୍‌ ମହିନ୍ଦ୍ରା, ପି ଆଣ୍ଡ ଜି ସମେତ ଆଉ କିଛି ସେୟାର ମୂଲ୍ୟ ହ୍ରାସ ପାଇ ବନ୍ଦ ହୋଇଛି

ସମ୍ବନ୍ଧିତ ଖବର