PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁର : ବଡ଼ଭାଇ ସାର୍ଟିଫିକେଟ୍‌ ଦେଇ ଆର୍ମିରେ କରିଥିଲେ ଚାକିରୀ, ଅବସର ପରେ ବନ୍ଧାହେଲେ
  • ||
  • ଯାଜପୁର : ୨ ବର୍ଷ ହେଲାଣି ମିଳୁନି ନିଖୋଜ ପିହୁର ପତ୍ତା, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପରିବାର
  • ||
  • କଟକ : ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କଟକ : ଗୋଟିଏ ମଞ୍ଚରେ ଶାହ-ନବୀନ-ଧର୍ମେନ୍ଦ୍ର, ପ୍ରଜାତନ୍ତ୍ରର ସ୍ଵନକ୍ଷତ୍ର ଉତ୍ସବରେ ସାମିଲ ହେଲେ ତିନି ନେତା
  • ||
  • ରାଜ୍ୟରେ ନାହିଁ ଟିକା ଅଭାବ, ଗାଁ ଗାଁରେ ଟିକାକରଣ ଉପରେ ଦିଆଯାଉଛି ଗୁରୁତ୍ଵ : ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||

ରେଡ୍‌ ମାର୍କରେ ବନ୍ଦ ହେଲା ସେନସେକ୍ସ ଏବଂ ନିଫ୍ଟି, ବ୍ୟାଙ୍କିଂ ସେକ୍ଟରରେ ଭାରି ହ୍ରାସ

ନୂଆଦିଲ୍ଲୀ ୦୫/ ୦୭: ସେୟାର ବଜାରରେ ଲଗାତାର ଭାବେ ହ୍ରାସ ଦେଖିବାକୁ ମିଳୁଛି । ମଙ୍ଗଳବାର ସକାଳେ କାରବାର ଗ୍ରୀନ ସିଗନାଲ୍ ସହିତ ଆରମ୍ଭ ହୋଇଥିବା ବେଳେ ଟ୍ରେଡିଂ ସମୟରେ ଉଭୟ ସେନସେକ୍ସ ଏବଂ ନିଫ୍ଟି ଲଗାତାର ଭାବେ ହ୍ରାସ ପାଇଥିଲା । କାରବାର ଶେଷ ବେଳକୁ ବିଏସଇ ସେନସେକ୍ସ ଏବଂ ନେସନାଲ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍ଟି ଉଭୟ ଲାଲ୍‌ ସଙ୍କେତରେ ବନ୍ଦ ହୋଇଛି ।

ମଙ୍ଗଳବାର କାରବାର ଶେଷ ବେଳକୁ ସେନସେକ୍ସ ୧୦୦.୪୨ (୦.୧୯%) ହ୍ରାସ ପାଇ ୫୩,୧୩୪.୩୫ ପଏଣ୍ଟରେ ବନ୍ଦ ହୋଇଥିବା ବେଳେ ନିଫ୍ଟି ୨୪.୫୦ ଅଙ୍କ (୦.୧୫%) ହ୍ରାସ ପାଇ ୧୫,୮୧୦.୮୫ ପଏଣ୍ଟରେ ବନ୍ଦ ହୋଇଛି । ସେନସେକ୍ସର ଟପ୍‌ ୩୦ଟି ସେୟାର ମଧ୍ୟରୁ ୧୯ଟି ସେୟାର ରେଡ୍‌ ମାର୍କରେ ବନ୍ଦ ହୋଇଥିବା ବେଳେ ୧୧ଟି ସେୟାର ଗ୍ରୀନ୍‌ ମାର୍କରେ ବନ୍ଦ ହୋଇଛି ।

ଆଜି ଆଇଟିସି କମ୍ପାନୀର ସେୟାର ସର୍ବାଧିକ ୧.୭୮ ପ୍ରତିଶତ ହ୍ରାସ ପାଇଛି । ଏହା ବାଦ୍‌ ପାଓ୍ବାର ଗ୍ରୀଡ୍‌ ଷ୍ଟକ୍‌ରେ ୧.୫୪ ପ୍ରତିଶତ ବୃଦ୍ଧି ସହ ଆଜି ଟପ୍‌ ଗେନର୍‌ ହୋଇପାରିଛି । ତେବେ ମଙ୍ଗଳବାର ବୃଦ୍ଧି ପାଇଥିବା ସେୟାର ଗୁଡିକ ମଧ୍ୟରେ ରହିଛନ୍ତି ବଜାଜ ଫିନସର୍ଭ, ହିନ୍ଦୁସ୍ଥାନ ୟୁନିଲିଭର୍, ସନ ଫାର୍ମା, ରିଲାଏନ୍ସ, ଟାଟା ଷ୍ଟିଲ, ଡଃ ରେଡ୍ଡୀ, ଅଲଟ୍ରା କେମିକାଲ, ଟେକ୍‌ ମହିନ୍ଦ୍ରା, ବଜାଜ ଫାଇନାନ୍ସ ଏବଂ ଭାରତୀ ଏୟାରଟେଲ୍‌ ।

ସେହିଭଳି ହ୍ରାସ ପାଇଥିବା ସେୟାର ଗୁଡିକ ମଧ୍ୟରେ ରହିଛନ୍ତି, ଓ୍ବିପ୍ରୋ, ଆକ୍ସିସ୍‌ ବ୍ୟାଙ୍କ, ଏମ୍‌ ଆଣ୍ଡ ଏମ୍, ମାରୁତି, ଇଣ୍ଡସଇଣ୍ଡ ବ୍ୟାଙ୍କ, ଏଲଟି, ଏସିଆନ୍‌ ପେଣ୍ଟସ, ଏଚଡିଏଫସି, ଇନଫୋସିସ୍, ଟିସିଏସ୍, କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ, ଏନଟିପିସି, ଏଚଡିଏଫସି ବ୍ୟାଙ୍କ, ଏସବିଆଇ ସମେତ ଅନେକ ସେୟାରରେ ବିକ୍ରି ଦେଖିବାକୁ ମିଳିଛି ।

ସେକ୍ଟୋରିୟାଲ ଇଣ୍ଡେକ୍ସ କଥା କହିବାକୁ ଗଲେ ଅଧିକାଂଶ ଷ୍ଟକ୍‌ ଲାଲ ସଙ୍କେତରେ ବନ୍ଦ ହୋଇଛନ୍ତି । ଅଏଲ୍‌ ଆଣ୍ଡ ଗ୍ୟାସ, ହେଲଥକେୟାର, ଫାର୍ମା ଏବଂ ମେଟାଲ ସେକ୍ଟର ସବୁଜ ସଙ୍କେତରେ ବନ୍ଦ ହୋଇଥିବା ବେଳେ ନିଫ୍ଟି ବ୍ୟାଙ୍କ, ଅଟୋ, ଫାଇନାନସିଆଲ ସର୍ଭିସେସ୍, ଏଫଏମସିଜି, ଆଇଟି, ମିଡିଆ, ପିଏସୟୁ, ପ୍ରାଇଭେଟ୍‌ ବ୍ୟାଙ୍କ ଏବଂ କନଜ୍ୟୁମର ଡ୍ୟୁରେବଲ ସେକ୍ଟର ଲାଲ୍‌ ସଙ୍କେତରେ ବନ୍ଦ ହୋଇଛନ୍ତି ।