PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ପୁଣି ରେଡ୍‌ ମାର୍କରେ ସେୟାର ବଜାର: ୫୭ ହଜାର ତଳକୁ ଖସିଲା ସେନସେକ୍ସ, ନିଫ୍ଟି ବି ତଳମୁହାଁ

ମୁମ୍ବାଇ ୨୮/ ୦୯: ଅନ୍ତର୍ଜାତୀୟ ବଜାରରେ କାରବାର ବ୍ୟାପକ ହ୍ରାସ ଫଳରେ ବୁଧବାର ଭାରତୀୟ ସେୟାର ବଜାର ଉପରେ ମଧ୍ୟ ପ୍ରଭାବ ପଡିଛି । ଲଗାତାର ୩ୟ ଦିନ ପାଇଁ ଷ୍ଟକ୍‌ ମାର୍କେଟ୍‌ ଲାଲ୍‌ ସଙ୍କେତରେ ବନ୍ଦ ହୋଇଛି । ବୁଧବାର କାରବାର ଶେଷ ବେଳକୁ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନସେକ୍ସ ୦.୮୯ ପ୍ରତିଶତ ଅର୍ଥାତ ୫୦୯ ଅଙ୍କ ହ୍ରାସ ପାଇ ୫୬,୫୯୮ ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି ନ୍ୟାସନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍ଟି ୦.୮୭ ପ୍ରତିଶତ ଅର୍ଥାତ୍‌ ୧୪୯ ପଏଣ୍ଟ ହ୍ରାସ ପାଇ ୧୬,୮୫୯ ପଏଣ୍ଟରେ ବନ୍ଦ ହୋଇଛି ।

ଆଜି କାରବାର ଶେଷ ସୁଦ୍ଧା ନିଫ୍ଟି ବ୍ୟାଙ୍କ, ଫାଇନାନସିଆଲ୍‌ ସର୍ଭିସେସ୍‌, ମେଟାଲ୍, ମିଡିଆ, ଏନର୍ଜି, ଅଏଲ୍‌ ଆଣ୍ଡ ଗ୍ୟାସ୍‌ ସେକ୍ଟରରେ ହ୍ରାସ ପରିଲକ୍ଷିତ ହୋଇଛି । ସେହିଭଳି ଆଇଟି ସେକ୍ଟରରେ ୦.୨୪ ପ୍ରତିଶତ ଏବଂ ଫାର୍ମା ୦.୮୫ ପ୍ରତିଶତ ବୃଦ୍ଧି ପାଇଛି । ଅନ୍ୟପଟେ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ଲଗାତାର ଭାବେ ହ୍ରାସ ଏବଂ ଆରବିଆଇ ଦ୍ବାରା ରେପୋ ରେଟ୍‌ ବୃଦ୍ଧି ଆଶଙ୍କା ମଧ୍ୟରେ ଭାରତୀୟ ସେୟାର ବଜାରରେ କାରବାର ଲଗାତାର ଭାବେ ହ୍ରାସ ପାଉଛି ।

ବୁଧବାର ବୃଦ୍ଧି ପାଇଥିବା ସେୟାର ଗୁଡିକ ମଧ୍ୟରେ ରହିଛନ୍ତି ଏସିଆନ୍‌ ପେଣ୍ଟସ୍, ଜାଇଡସ୍, ଲୁପିନ୍, ପାଓ୍ବାର୍‌ ଗ୍ରୀଡ୍, ନେସଲେ, ହିନ୍ଦୁସ୍ଥାନ ୟୁନିଲିଭର, ବ୍ରିଟାନିଆ, ଡାବର ଇଣ୍ଡିଆ, ଟିସିଏସ୍, ଏଚସିଏଲ୍‌ ଟେକନୋଲୋଜି, ବଜାଜ୍‌ ଅଟୋ, ଭାରତୀ ଏୟାରଟେଲ୍, ଇନଫୋସିସ୍, ଟାଟା ମୋଟର୍ସ । ସେହିଭଳି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଆଦାନୀ ଗ୍ରୀନ୍‌ ଏନର୍ଜି, ବନ୍ଧନ ବ୍ୟାଙ୍କ, ହିଣ୍ଡାଲକୋ, ଆଇଟିସି, ଆକ୍ସିସ୍‌ ବ୍ୟାଙ୍କ, ପେଟିଏମ୍, ଟାଟା ଷ୍ଟିଲ, ଏଚଡିଏଫ୍‌ସି, ସେଲ୍, ଓଏନଜିସି, ଆଇଓସିଏଲ୍, କୋଲ ଇଣ୍ଡିଆ ସମେତ ଅନ୍ୟ କିଛି ସେୟାର ମୂଲ୍ୟ ହ୍ରାସ ପାଇଛି ।

ସମ୍ବନ୍ଧିତ ଖବର