ଘରୋଇ ସେୟାର ବଜାରରେ ବଡ଼ ଧରଣର ହ୍ରାସ; ୮୭୪ ପଏଣ୍ଟରେ ଖସିଲା ସେନ୍ସେକ୍ସ; ୧୭୬୦୦ରେ ପହଞ୍ଚିଲା ନିଫ୍ଟି

Image Courtesy: Amarujala
ନୂଆଦିଲ୍ଲୀ,୨୭/୦୧: ସପ୍ତାହର ଅନ୍ତିମ କାର୍ଯଦିବସ ଘରୋଇ ସେୟାର ବଜାର ପାଇଁ ବ୍ଳାକ ଫ୍ରାଇଡେ ସାବ୍ୟସ୍ତ ହୋଇଛି। ଅର୍ଥାତ୍ ଶୁକ୍ରବାର ସେନ୍ସେକ୍ସରେ ୮୭୪ଅଙ୍କ ହ୍ରାସ ପାଇଥିବା ବେଳେ ୫୦ ସେୟାର ନିଫ୍ଟି ଇଣ୍ଡେକ୍ସ ୨୮୭ ପଏଣ୍ଟ ହ୍ରାସ ସହିତ ୧୭୬୦୪ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ଶୁକ୍ରବାର ଦିନ ବ୍ୟାଙ୍କ ନିଫ୍ଟିରେ ୧୨୮୬ ଅଙ୍କ ହ୍ରାସ ପାଇବା ସହିତ ୪୦୩୬୧ ଅଙ୍କ ସ୍ତରରେ ବନ୍ଦ ହୋଇଛି। ବଜାରର ଅସ୍ଥାୟୀ ଆକଳନ ଅନୁଯାୟୀ ଏହାରି ଭିତରେ ନିବେଶକଙ୍କର ପ୍ରାୟ ୬.୫ ଲକ୍ଷ କୋଟି ଟଙ୍କା ବୁଡ଼ି ଯାଇଛି। ଗତ ଦୁଇ ଦିନର ସେନ୍ସେକ୍ସରେ ୧୬୪୮ ପଏଣ୍ଟ ହ୍ରାସ ହୋଇଛି।
ଭାରତ VIX ବୃଦ୍ଧି ପାଇ ୧୮%ରେ ପହଞ୍ଚିଛି:
ହିଣ୍ଡେନବର୍ଗଙ୍କ ରିପୋର୍ଟର ପ୍ରଭାବ ହେତୁ ଶୁକ୍ରବାର ଦିନ ଆଦାନୀ ଗ୍ରୁପରେ ସେୟାର ହ୍ରାସ ହେବାର ଧାରା ମଧ୍ୟ ଜାରି ରହିଛି। ଅନ୍ୟପକ୍ଷରେ, ଭାରତର ୟୁନିୟନ ବଜେଟ୍ ଏବଂ ଆମେରିକାର ଫେଡ ବୈଠକ ଫଳାଫଳ ପରେ ପ୍ରଥମ ସପ୍ତାହରେ ଭାରତ VIX ୧୮% କୁ ବୃଦ୍ଧି ପାଇଛି। ଶୁକ୍ରବାର ଦିନ ନିବେଶକମାନେ ବଜାରରେ ପ୍ରାୟ ୬.୬ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି ବୋଲି ଜଣାପଡିଛି। BSE ରେ ତାଲିକାଭୁକ୍ତ କମ୍ପାନୀଗୁଡିକର ବଜାର କ୍ୟାପ୍ ୨୬୯.୯ ଲକ୍ଷ କୋଟିକୁ ଖସି ଆସିଛି।

ଏହି ଖବର ଉପରେ ନଜର ପକାନ୍ତୁ: ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ରେ ଭାରତର ପରାଜୟ;୨୧ ରନ୍ରେ ଜିତିଲା କିଓ୍ବି ଟିମ୍
ସେୟାର ବଜାରରେ ହ୍ରାସ ଯୋଗୁ ସବୁଠାରୁ ଅଧିକ ବ୍ୟାଙ୍କିଙ୍ଗ୍ ସେକ୍ଟରରକୁ ସହିବାକୁ ପଡ଼ିଛି। ନିଫ୍ଟି ବ୍ୟାଙ୍କରେ ଏହା ପ୍ରାୟ ୩.୧ ପ୍ରତିଶତ ଦୁର୍ବଳ ହୋଇଛି। ଏହା ୧୩୦୦ ପଏଣ୍ଟ ହ୍ରାସ ହୋଇ ବନ୍ଦ ହୋଇଛି। ଗତ କିଛି ମାସ ମଧ୍ୟରେ ଚମତ୍କାର ପ୍ରଦର୍ଶନ କରୁଥିବା PSU ବ୍ୟାଙ୍କର ସେୟାରଗୁଡିକ ୭% ପର୍ଯ୍ୟନ୍ତ ହ୍ରାସ ପାଇଛି। ସେହିପରି ନିବେଶକମାନେ ଜାଣିବାକୁ ଚାହିଁଥିଲେ ଯେ ବ୍ୟାଙ୍କିଙ୍ଗ ସେକ୍ଟର ଷ୍ଟକ୍ ଉପରେ ଆଦାନୀ ଗ୍ରୁପକୁ ନେଇ ହୋଇଥିବା ଖୁଲାସାର ପ୍ରଭାବ କ’ଣ ହେବ? ବିଶ୍ବ ବଜାରର ବୃଦ୍ଧି ତୁଳନାରେ ଶୁକ୍ରବାର ଦିନ ଭାରତୀୟ ବଜାର ବହୁଳ ଭାବରେ ବିକ୍ରି ହୋଇଛି। ବିଶ୍ୱ ବଜାରରେ ସାମିଲ ଥିବା ୱାଲ୍ ଷ୍ଟ୍ରିଟ୍ ଏବଂ ଏସୀୟ ବଜାର ମଧ୍ୟରେ ନଅ ମାସର ଉଚ୍ଚତାରେ ବନ୍ଦ ହୋଇଛି।