PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ସେରେନା, ଓସାକା, ଜୋକୋଭିକ୍‌ କ୍ୱାର୍ଟରରେ

ମେଲ୍‌ବୋର୍ଣ୍ଣ, ୨୧ା୧(ଏଜେନ୍ସି): ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ ଗ୍ରାଣ୍ଡସ୍ଲାମରେ ପ୍ରସିଦ୍ଧ ମହିଳା ଖେଳାଳି ସେରେନା ୱିଲିୟମ୍ସ ୨୪ତମ କ୍ୟାରିୟର ଗ୍ରାଣ୍ଡସ୍ଲାମ୍‌ ଟାଇଟଲ ନିକଟତର ହୋଇଛନ୍ତି । ସେହିପରି ପୁରୁଷ ସିଙ୍ଗଲ୍ସରେ ନୋଭାକ ଜୋକୋଭିକ୍‌ ରେକର୍ଡ ଆଡକୁ ଗତି କରୁଛନ୍ତି । ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଆଧିପତ୍ୟ ଜାରି ରଖିଥିବା ସେରେନା ଚତୁର୍ଥ ରାଉଣ୍ଡ୍‌ରେ ଟପ୍‌ ସିଡ୍‌ ସିମୋନା ହାଲେପ୍‌ଙ୍କୁ ହରାଇ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚତୁର୍ଥ ସିଡ୍‌ ନାଓମି ଓସାକା, ଷଷ୍ଠ ସିଡ୍‌ ଏଲିନା ସ୍ୱିତୋଲିନା, ସପ୍ତମ ସିଡ୍‌ କାରୋଲିନ୍‌ ପ୍ଲିସ୍‌କୋଭା ଲଢୁଆ ବିଜୟ ସହ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ପୁରୁଷ ବର୍ଗରେ ଚତୁର୍ଥ ସିଡ୍‌ ଆଲେକଜାଣ୍ଡାର ଭେରେଭଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିବାବେଳେ ଅନ୍ୟ ପ୍ରମୁଖ ଖେଳାଳିମାନଙ୍କ ବିଜୟ ଜାରି ରହିଥିଲା । ଅଷ୍ଟମ ଦିବସରେ ଅନେକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଥିଲା ।
ମହିଳା ସିଙ୍ଗଲ୍ସ: ମହିଳା ସିଙ୍ଗଲ୍ସର ପ୍ରତ୍ୟେକ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ରହିଥିଲା । ହାଲେପଙ୍କ ବିପକ୍ଷରେ ସେରେନା ୬-୧, ୪-୬, ୬-୪ ସେଟ୍‌ରେ ବିଜୟ ହାସଲ କରିଥିଲେ । ୧ଘଣ୍ଟା ୪୭ମିନିଟ୍‌ର ଏହି ମୁକାବିଲାରେ ସେ ୫ଟି ବ୍ରେକ୍‌ ପଏଣ୍ଟ ହାସଲ କରିଥିଲେ । ଗତ ୟୁଏସ ଓପନ ଚାମ୍ପିଅନ୍‌ ଚତୁର୍ଥ ସିଡ୍‌ ନାଓମି ଓସାକା ମଧ୍ୟ ୧ଘଣ୍ଟା ୪୭ମିନିଟ୍‌ର ସଂଘର୍ଷ କରିବା ପରେ ଲାଟଭିଆର ଆନାସ୍ତସିଜା ସେବାତ୍ସୋଭାଙ୍କୁ ହରାଇଥିଲେ । ସେ ୪-୬, ୬-୩, ୬-୪ ସେଟ୍‌ରେ ବିଜୟ ହାସଲ କରିଥିଲେ । ଷଷ୍ଠ ସିଡ୍‌ ଏଲିନା ସ୍ୱିତୋଲିନା ଓ ୧୭ତମ ସିଡ୍‌ ମାଡିସନ କିଜ୍‌ଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା । ଶେଷରେ ସ୍ୱିତୋଲିନା ୬-୨, ୧-୬, ୬-୧ ସେଟ୍‌ରେ ବିଜୟ ହାସଲ କରିଥିଲେ । ସପ୍ତମ ସିଡ୍‌ ଚେକ୍‌ ଗଣରାଜ୍ୟର କାରୋଲିନା ପ୍ଲିସ୍‌କୋଭା ଏକତରଫା ଭାବେ ୧୮ତମ ସିଡ୍‌ ଗାର୍ବିନ ମୁଗୁରୁଜାଙ୍କୁ ହରାଇ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଥିଲେ । ସେ ସିଧାସଳଖ ୬-୩, ୬-୧ ସେଟ୍‌ରେ ବିଜୟ ହାସଲ କରିଥିଲେ ।
କ୍ୱାର୍ଟର ଫାଇନାଲ୍‌: ସେରେନା କ୍ୱାର୍ଟର ଫାଇନାଲ୍‌ରେ ପ୍ଲିସ୍‌କୋଭାଙ୍କୁ ଭେଟିବେ । ସେହିପରି ଅନ୍ୟ ଏକ କ୍ୱାର୍ଟରରେ ନାଓମି ଓସାକା ଓ ଏଲିନା ସ୍ୱିତୋଲିନାଙ୍କ ମଧ୍ୟରେ ମୁକାବିଲା ହେବ ।
ପୁରୁଷ ସିଙ୍ଗଲ୍ସ: ପୁରୁଷ ସିଙ୍ଗଲ୍ସ ଚତୁର୍ଥ ରାଉଣ୍ଡ୍‌ରେ ଜୋକୋଭିକ୍‌ ୧୫ତମ ସିଡ୍‌ ରୁଷିଆର ଡାନିଲ୍‌ ମେଡୱେଡ୍‌ଙ୍କୁ ୬-୪, ୬-୭(୫-୭), ୬-୨, ୬-୩ ସେଟ୍‌ରେ ପରାସ୍ତ କରିଥିଲେ । ଏହି ମ୍ୟାଜ୍‌ ଜିତିବା ପାଇଁ ଜୋକୋଭିକ୍‌ଙ୍କୁ ୩ଘଣ୍ଟା ୧୫ ମିନିଟ୍‌ ଲାଗିଥିଲା । ମ୍ୟାଚ୍‌ ଆରମ୍ଭରୁ ଜୋକୋଭିକ୍‌ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରି ପ୍ରଥମ ସେଟ୍‌ ଅକ୍ତିଆର କରିଥିଲେ । ଦ୍ୱିତୀୟ ସେଟ୍‌ରେ ମେଡୱେଡ୍‌ ଲଢୁଆ ଖେଳ ପ୍ରଦର୍ଶନ କରିଥିଲେ । ୬-୬ରେ ସ୍ଥିତି ବରାବର ହୋଇଥିଲା । ଟାଇବ୍ରେକର୍‌ରେ ମେଡୱେଡ୍‌ ବିଜୟ ହାସଲ କରିଥିଲେ । ଏହାପରେ ଜୋକୋଭିକ୍‌ କୌଣସି ତ୍ରୁଟି କରିନଥିଲେ । ପରବର୍ତ୍ତୀ ଦୁଇଟି ସେଟ୍‌କୁ ସେ ସହଜରେ ଅକ୍ତିଆର କରି ବିଜୟ ହାସଲ କରିଥିଲେ । ମ୍ୟାଚ୍‌ରେ ଜୋକୋଭିକ୍‌ ୭ଟି ବ୍ରେକ୍‌ ପଏଣ୍ଟ ହାସଲ କରିଥିଲେ ।
ଚତୁର୍ଥ ସିଡ୍‌ ଭେରେଭଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । କାନାଡ଼ାର ମିଲୋସ ରାଓନିକ୍‌ଙ୍କ ବିପକ୍ଷ ଚତୁର୍ଥ ରାଉଣ୍ଡ ମୁକାବିଲାରେ ଭେରେଭ ଅନେକ ତ୍ରୁଟି କରି ପ୍ରଥମ ଦୁଇଟି ସେଟ୍‌ ହରାଇଥିଲେ । ତୃତୀୟ ସେଟ୍‌ରେ ଲଢୁଆ ଖେଳ ପ୍ରଦର୍ଶନ କରିଥିଲେ ହେଁ ରାଓନିକ୍‌ଙ୍କ ଉନ୍ନତ ଖେଳ ଆଗରେ ହାର ମାନିଥିଲେ । ରାଓନିକ୍‌ ଏହି ମ୍ୟାଚ୍‌କୁ ସିଧା ସଳଖ ୬-୧, ୬-୧, ୭-୬(୭-୫) ସେଟ୍‌ରେ ଜିତିଥିଲେ ।
ଅଷ୍ଟମ ସିଡ୍‌ ନିଶିକୋରିଙ୍କୁ ଆଜିର ମ୍ୟାଚ୍‌ ଜିତିବା ପାଇଁ ଜୋରଦାର ସଂଘର୍ଷ କରିବାକୁ ପଡ଼ିଥିଲା । ସ୍ପେନ୍‌ର ପାବଲୋ କାରେନୋ ବୁଷ୍ଟାଙ୍କ ବିପକ୍ଷରେ ୫ଘଣ୍ଟା ଲଢେଇ ପରେ ନିଶିକୋରି ଶେଷରେ ୬-୭(୮-୧୦), ୪-୬, ୭-୬(୭-୪), ୬-୪, ୭-୬(୧୦-୮) ସେଟ୍‌ରେ ବିଜୟ ହାସଲ କରିଥିଲେ । ନିଶିକୋରି କ୍ୱାର୍ଟର ଫାଇନାଲ୍‌ରେ ଜୋକୋଭିକ୍‌ଙ୍କୁ ଭେଟିବେ । ଅନ୍ୟ ଏକ ମ୍ୟାଚ୍‌ରେ ଲୁକାସ ପୌଲି ୬-୭(୪-୭), ୬-୪, ୭-୫, ୭-୬(୭-୨) ସେଟ୍‌ରେ ବୋନା କୋରିକଙ୍କୁ ହରାଇ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଥିଲେ । ପୌଲି କ୍ୱାର୍ଟରରେ ରାଓନିକ୍‌ଙ୍କୁ ସାମ୍ନା କରିବେ ।

ସମ୍ବନ୍ଧିତ ଖବର