ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ପାତ୍ରପଡ଼ାରେ ସିରିଜ ବୋମାମାଡ଼ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୩ ।୨(ବ୍ୟୁରୋ): ଖଣ୍ଡଗିରି ଥାନା ଅନ୍ତର୍ଗତ ପାତ୍ରପଡ଼ାରେ ସିରିଜ୍‌ ବୋମାମାଡ଼ ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ତାଙ୍କ ନାମ ବାବୁ ନାଏକ(୩୫) । ଘର ପାତ୍ରପଡ଼ା । ଆଜି ସକାଳେ ବାବୁଙ୍କୁ ଏମ୍‌ସ ରାସ୍ତାରୁ ଖଣ୍ଡଗିରି ଥାନା ପୁଲିସ ଉଠାଇ ଆଣିଥିଲା । ଏହି ସରିଜ୍‌ ବୋମାମାଡ଼ରେ ସଂପୃକ୍ତ ବାବୁଙ୍କ ଅନ୍ୟ ଦୁଇ ସହଯୋଗୀ ଏବେ ଫେରାର୍‌ ଅଛନ୍ତି । ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି ।
ପୁଲିସ ସୂଚନା ଅନୁଯାୟୀ, ଜାନୁଆରୀ ୧୦ ତାରିଖ ରାତିରେ ପାତ୍ରପଡ଼ାରେ ଘନଘନ ବୋମାମାଡ଼ ହୋଇଥିଲା । ରାତି ସାଢ଼େ ଗୋଟାଏ ବେଳେ ପ୍ରଥମେ ଗାଁର ମନୋଜ ରାଉତରାୟ ଓ ପୂର୍ବତନ ସରପଞ୍ଚ ସନ୍ତୋଷ ପାଇକରାୟଙ୍କ ଘର କାନ୍ଥକୁ ୩ ଟି ବୋମାମାଡ଼ ହୋଇଥିଲା । ଦୁଇଟି ବୋମା ଫୁଟିଥିବା ବେଳେ ଗୋଟିଏ ବୋମା ଫୁଟି ନଥିଲା । ତା’ପରେ ଅତିଶ କୁମାର ମାର୍ଥାଙ୍କ ଘର ନିକଟରେ ୨ଟି ବୋମା ମାଡ଼ ହୋଇଥିଲା । ପାତ୍ରପଡ଼ାରୁ ସିଜୁଆ ଏମ୍ସ ହସ୍ପିଟାଲ୍‌ ରାସ୍ତାର ମାଣିବନ୍ଧ ନିକଟରେ ୨ଟି, ନମ୍ରକାନି ମନ୍ଦିର ନିକଟରେ ୨ଟି ଓ ଜାତୀୟ ରାଜପଥ କଡ଼ ପାତ୍ରପଡ଼ା ଛକରେ ଥିବା ମାମାଲି ଷ୍ଟୋର ନିକଟରେ ଗୋଟିଏ ବୋମା ମାଡ଼ ହୋଇଥିଲା । ରାତି ଅଧରେ ଘନଘନ ବୋମାମାଡ଼କୁ ନେଇ ପାତ୍ରପଡ଼ାରେ ଆତଙ୍କ ଖେଳି ଯାଇଥିଲା । ପରଦିନ ସକାଳେ ଖଣ୍ଡଗିରି ଥାନା ପୁଲିସ ପହଞ୍ଚି ଗୋଟିଏ ଅଫୁଟା ବୋମା ଓ କିଛି ସୁତୁଲି ଟୁକୁଡ଼ା ଜବତ କରି ଆଣିଥିଲା । ସନ୍ତୋଷ ପାଇକରାୟଙ୍କ ଘରେ ଲାଗିଥିବା ସିସିଟିଭି ଫୁଟେଜ୍‌ରେ ୩ ଯୁବକ ଏକ ବାଇକ୍‌ରେ ଆସି ଏଭଳି ବୋମାମାଡ଼ କରିଥିବାର ଦୃଶ୍ୟ କଏଦ୍‌ ହୋଇଥିଲା । ସିସିଟିଭି ଫୁଟେଜ୍‌କୁ ନେଇ ତଦନ୍ତ କରିବା ପରେ ପୁଲିସ ୩ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା ।
ସୂଚନା ଥାଉକି, ବହୁ ଚର୍ଚ୍ଚିତ ପାତ୍ରପଡ଼ା ଦିଲ୍ଲୀପ ନାଏକ ହତ୍ୟାକାଣ୍ଡରେ ବାବୁ ସଂପୃକ୍ତ ଥାଇ ଗିରଫ ହୋଇ ଜେଲ୍‌ ଯାଇଥିଲେ । ସେ ଜାମିନ୍‌ରେ ଆସିବା ପରେ ମାମଲା ପ୍ରତ୍ୟାହାର ପାଇଁ ମୃତ ଦିଲ୍ଲୀପଙ୍କ ପରିବାର ଉପରେ ଚାପ ପକାଇବା ପାଇଁ ବିଭିନ୍ନ ସମୟରେ ଧମକଚମକ ଦେଉଥିଲେ । ଦିଲ୍ଲୀପଙ୍କ ଦାଦା କରୁଣାକରଙ୍କୁ ମାଡ଼ମାରି ପୁଣି ଥରେ ଜେଲ୍‌ ଯାଇଥିଲେ ବାବୁ । ଜେଲ୍‌ରୁ ଆସିବା ପରେ ସେ ଆତଙ୍କ ଜାରି ରଖିଥିଲେ । ଜାନୁଆରୀ ୧୦ରେ ଦୁଇ ସହଯୋଗୀଙ୍କ ସହ ପାତ୍ରପଡ଼ା ଗାଁରେ ଘନଘନ ବୋମାମାଡ଼ କରି ଫେରାର୍‌ ହୋଇ ଯାଇଥିଲେ । ଗିରଫ ବାବୁଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି ।

Copyright © 2022 - Summa Real Media Private Limited. All Rights Reserved.