ଜି. ଉଦୟଗିରି, ୨୫।୨ : ନନ୍ଦଗିରି ନିକଟରେ ସିରିଜ୍ ଦୁର୍ଘଟଣା ଘଟାଇଲା କାର। ଜି ଉଦୟଗିରି ପଟୁ କାରଟି କ୍ଷିପ୍ର ଗତିରେ ଆସି ନନ୍ଦଗିରୀ ପାଖରେ ଦୁଇ ଜଣ ଚାଲି ଚାଲି ଆସୁଥିବା ବେଳେ ଧକ୍କା ଦେଇଥିଲା। ପରେ ଏକ ଅଟୋକୁ ଏବ ଏକ ସ୍କର୍ପିଓକୁ ଧକ୍କା ଦେଇଥିଲା। କାର ଧକ୍କାରେ ଚାଲି ଆସୁଥିବା ଦୁଇ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଜି ଉଦୟଗିରି ମେଡିକାଲରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ଘଟାଇଥିବା କାରଟି ସମ୍ପୂର୍ଣ ଭାଙ୍ଗି ଯାଇଛି। ଦୁର୍ଘଟଣା ପରେ କାରରେ ବସି ଥିବା ଦୁଇ ଜଣ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି।ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଛି।