PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

୬୫ ନମ୍ବର ରାଜ୍ୟ ରାଜପଥରେ ସିରିଜ୍‌ ଦୁର୍ଘଟଣା

ଆଠଗଡ,୧୨/ ୮: ୬୫ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ସିରିଜ୍‌ ଦୁର୍ଘଟଣା ଘଟିଛି । ଆଠଗଡ ଥାନା ଅନ୍ତର୍ଗତ ସାପୁଆ ନଦୀ ବ୍ରିଜ ଉପରେ ଏକ କ୍ଷୀର ଗାଡ଼ି ଭାରସାମ୍ୟ ହରାଇ ଲଗାତାର ଦୁଇଟି ସିରିଜ୍ ଦୁର୍ଘଟଣା ଘଟାଇଛି । ଏଥିରେ ଜଣେ ଗୁରୁତର ଆହତ ହୋଇଥିବାବେଳେ ଦୁଇ ଜଣ ସାପୁଆନଦୀକୁ ଖସି ପଡ଼ି ନିଖୋଜ ହୋଇଯାଇଥିବା ଜଣାପଡିଛି । ଆଠଗଡ ପଟୁ ଖୁଣ୍ଟୁଣୀ ଆଡ଼କୁ ଯାଉଥିବା କ୍ଷୀର ଗାଡିଟି ପ୍ରଥମେ ଜଣେ ଏକ୍ସଲ ଆରୋହୀଙ୍କୁ ଧକ୍କା ଦେବା ଫଳରେ ସେ ଗୁରୁତର ଆହତ ହୋଇଛନ୍ତି । ଅହାତ ଜଣଙ୍କ ଆଠଗଡ ଥାନା ଆଶ୍ବରା ଗ୍ରାମର ସୁନୀଲ କୁମାର ଦାସ(୨୮) ବୋଲି ଜଣାପଡ଼ିଛି ।

ପରେ କ୍ଷୀର ଗାଡିଟି ଭାରସାମ୍ୟ ହରାଇ ଆଠଗଡ ଆଡକୁ ଆସୁଥିବା ଗୋବରା ପ୍ରାଇମେରୀ ସ୍କୁଲର ପ୍ରଧାନଶିକ୍ଷକ ପିବିତ୍ର ମୋହନ ରାଉଳ ଏବଂ ତାଙ୍କ ସହ ଆସୁଥିବା ଅନ୍ୟଜଣେ ବ୍ୟକ୍ତି (ଯାହାଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳିପାରିନାହିଁ)ଙ୍କୁ  ଧକ୍କା ଦେବା ଫଳରେ ଉଭୟ ସାପୁଆ ନଦୀକୁ ଛିଟିକି ପଡିଥିବା ପୋଲିସ ସୂତ୍ରରୁ ଜଣାପଡିଛି । ଲଗାଣ ବର୍ଷା ଫଳରେ ସାପୁଆନଦୀରେ ପାଣି ଆସିଥିବାରୁ ଉଭୟ ସେଥିରେ ଭାସି ଯାଇଥିବା ଅନୁମାନ କରାଯାଉଛି । ଖବରପାଇ ଆଠଗଡ଼ ପୋଲିସ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟଙ୍କର କୌଣସି ପତ୍ତା ମିଳିନାହିଁ ।