କାଜିବଜାରରେ ସିରିଜ ଦୁର୍ଘଟଣା: ୩ଟି ବାଇକ ପଛପଟୁ ପିଟିଲା ଟାଟା ଏସି, ୨ ଗୁରୁତର

ସାଲେପୁର ୦୫/୦୨: କଟକ ଚାନ୍ଦବାଲି ରାସ୍ତାର କାଜିବଜାରରେ ସିରିଜ ଦୁର୍ଘଟଣା। ତିନୋଟି ବାଇକ ପଛପଟୁ ପିଟିଲା ଟାଟା ଏସି। ଦୁଇ ବାଇକ ଚାଳକ ଗୁରୁତର ଜଣେ ଆହତ। ବାଇକ ଚାଳକକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ୧୦୮ ଯୋଗେ ଗୁରୁତର ମାନଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଘଟଣାସ୍ଥଳରେ ପାଗା ଫାଣ୍ଡି ପୋଲିସ ପହଞ୍ଚି ଟାଟା ଏସିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି। ଏହା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ।