ପ୍ରମୂଖ ଖବର
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଲିଙ୍ଗରାଜ ମନ୍ଦିରରେ ସେବାୟତ ଖସି ପଡ଼ିବା ଘଟଣା : ଖୋର୍ଦ୍ଧା ଜିଲ୍ଲାପାଳ ଓ ଗୃହ ସଚିବଙ୍କୁ ନୋଟିସ୍

Published By : Gurupada Nath | July 11, 2025 5:54 PM

ଭୁବନେଶ୍ବର, ୧୧/୭ :   ମହାଶିବରାତ୍ରିରେ ପବିତ୍ର ମହାଦୀପ ଉଠାଇବାବେଳେ ଶ୍ରୀ ଲିଙ୍ଗରାଜ ମନ୍ଦିରର ଜଣେ ସେବାୟତ ଯୋଗେନ୍ଦ୍ର ସମର୍ଥା ପ୍ରାୟ ୨୦ଫୁଟ୍ ଉଚ୍ଚତାରୁ ଖସି ପଡ଼ି ଗୁରୁତର ଆହତ ହେବା ଘଟଣାକୁ ଜାତୀୟ ମାନବାଧିକାର ଆୟୋଗ (NHRC) ଅତି ଗୁରୁତର ସହ ନେଇଛନ୍ତି । ଏହି ଘଟଣାରେ କି କାର୍ଯ୍ଯାନୁଷ୍ଠାନ ନିଆଯାଇଛି, ସେ ସମ୍ପର୍କରେ କାର୍ଯ୍ଯାନୁଷ୍ଠାନ ରିପୋର୍ଟ(ଏଟିଆର) ଦେବାକୁ ଖୋର୍ଦ୍ଧା ଜିଲ୍ଲାପାଳ ଓ ଗୃହ ସଚିବଙ୍କୁ ନିର୍ଦେଶ ଦିଆଯାଇଛି । ଏହି ଦୁଃଖଦ ଘଟଣା ୨୬ଫେବୃଆରୀ ୨୦୨୫ରାତି ୧୦:୩୦ ବେଳେ ଘଟିଥିଲା। ଯୋଗେନ୍ଦ୍ର ସମର୍ଥାଙ୍କ ମୁହଁରେ ଗୁରୁତର ଆହତ ଲାଗିଥିବାବେଳେ ତାଙ୍କର ଗୋଟିଏ ଗୋଡ ଭାଂଗିଯାଇଥିଲା । ଘଟଣାସ୍ଥଳରେ ଉପସ୍ଥିତ ଅନ୍ୟ ଦୁଇ ଜଣ ସେବାୟତ ଓ ଜଣେ ପୋଲିସ କର୍ମଚାରୀ ମଧ୍ୟ ତେଲ ପଡି ଆହତ ହୋଇଥିଲେ। ସମସ୍ତଙ୍କୁ ତୁରନ୍ତ କ୍ଯାପିଟାଲ୍ ହସ୍ପିଟାଲକୁ ନେଇ ଚିକିତ୍ସା କରାଯାଇଥିଲା।

ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆଡଭୋକେଟ୍ ତଥା ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଏହି ଘଟଣା ସମ୍ପର୍କରେ ଏନଏଚଆରସିଙ୍କ ନିକଟରେ ପିଟିସନ ଦାଖଲ କରିଥିଲେ। ଆୟୋଗ ଖୋର୍ଦ୍ଧା ଜିଲ୍ଲାପାଳ ଓ ଓଡ଼ିଶା ସରକାରର ଗୃହ ବିଭାଗ ସ୍ଵତନ୍ତ୍ର ସଚିବଙ୍କୁ ନୋଟିସ୍ ଜାରି କରିଛନ୍ତି । ସପ୍ତାହକ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ (ATR) ଦେବାକୁ କମିଶନ ନିର୍ଦେଶ ଦେଇଛନ୍ତି । କମିଶନ ଖୋର୍ଦ୍ଧା ଜିଲ୍ଲାପାଳ, ଗୃହ ବିଭାଗ ପ୍ରମୁଖ ସଚିବଙ୍କୁ କରିଥିବା ନୋଟିସକୁ ମୁଖ୍ଯ ଶାସନ ସଚିବ ଓ ପୋଲିସ ଡିଜିଙ୍କ ନିକଟକୁ ପଠାଇଛନ୍ତି।

ଏହି ମାମଲା ଭୁବନେଶ୍ୱରରେ ଜୁଲାଇ ୨୧ରେ ହେବାକୁ ଥିବା ଏନଏଚଆରସିଙ୍କ କ୍ଯାମ୍ପ କୋର୍ଟରେ ଶୁଣାଣି ହେବ। ଏଥିପାଇଁ ଘଟଣାରେ ସଂପୃକ୍ତ ସମସ୍ତ ପକ୍ଷ ଯଥା ଅଭିଯୋଗକାରୀ, ଆହତ ବ୍ୟକ୍ତି ଓ ତାଙ୍କ ପ୍ରତିନିଧି ଏବଂ ସରକାରୀ ଅଧିକାରୀମାନେ ଉପସ୍ଥିତ ରହିବାକୁ ନିର୍ଦେଶ ଦିଆଯାଇଛି। ଗୃହ ବିଭାଗର ପ୍ରମୁଖ ସଚିବଙ୍କୁ ଏହି କ୍ଯାମ୍ପ ସିଟିଂର ନୋଡାଲ୍ ଅଫିସର୍ ଭାବେ ନିଯୁକ୍ତ ଦିଆଯାଇଛି । ସମସ୍ତ ପକ୍ଷ ଯେପରି ଉପସ୍ଥିତ ରୁହନ୍ତି, ସେ ଏହା ସୁନିଶ୍ଚିତ କରିବା ଲାଗି କମିଶନ ନିର୍ଦେଶ ଦେଇଛନ୍ତି ।

ସରକାରଙ୍କ ଦ୍ଵାରା ପରିଚାଳିତ ଉଚ୍ଚ ମନ୍ଦିର ଗୁଡ଼ିକରେ ବିଭିନ୍ନ ଧାର୍ମିକ ନୀତି ପାଇ ଚଢୁଥିବା ସେବାୟତଙ୍କ ପାଇଁ ସ୍ଵତନ୍ତ୍ର ଗାଇଡଲାଇନ୍ ଓ ସେମାନଙ୍କୁ ନିରାପତ୍ତା ଉପକରଣ ଯୋଗାଇଦେବାର ବ୍ଯବସ୍ଥା କରିବାର ଆବଶ୍ଯକତା ରହିଛି ବୋଲି ଆବେଦନକାରୀ ଅଖଣ୍ଡ କମିଶନଙ୍କ ନିକଟରେ ଯୁକ୍ତି କରିଛନ୍ତି । ସରକାର ଏହି ଦାଯିତ୍ଵକୁ ଅଣଦେଖା କରିପାରିବେ ନାହିଁ । ମହାଦୀପ ଚଢ଼ାଯିବା ପରି କାର୍ଯ୍ଯରେ ସେମାନଙ୍କ ପାଖରେ କୌଣସି ସୁରକ୍ଷା ଉପକରଣ ନ ରହିବା ସେମାନଙ୍କୁ ବିପଦ ମୁହଁକୁ ଠେଲି ଦେଉଛି । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର, ଶ୍ରୀ ଲିଙ୍ଗରାଜ ମନ୍ଦିର ଭଳି ରାଜ୍ଯରେ ଥିବା ସୁଉଚ୍ଚ ମନ୍ଦିର ଗୁଡିକରେ ଏହି ନିରାପତ୍ତା ଗାଇଡଲାଇନ କରିବାକୁ ଆବେଦନକାରୀ ପ୍ରର୍ଥନା କରିଛନ୍ତି।

ଶ୍ରୀ ଲିଙ୍ଗରାଜ ମନ୍ଦିର ଘଟଣା ଉପରେ ନିରପେକ୍ଷ ତଦନ୍ତ, ଆହତ ସେବାୟତଙ୍କୁ ଉପଯୁକ୍ତ କ୍ଷତିପୂରଣ ଏବଂ ରାଜ୍ୟର ସମସ୍ତ ମନ୍ଦିରରେ ସେବାୟତଙ୍କ ପାଇଁ ସୁରକ୍ଷା ପ୍ରଟୋକଲ୍ ଅନିବାର୍ଯ୍ୟ କରିବାକୁ ସେ ନିବେଦନ କରିଛନ୍ତି । ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତା ୨୧ରେ ଭୁବନେଶ୍ଵରରେ ସ୍ଵତନ୍ତ୍ର କ୍ଯାମ୍ପ ସିଟିଂରେ କରାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.