PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୁଷୋତ୍ତମପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ପଦ୍ମପୁର : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କୃଷି ଅଧିକାରୀ, ଲାଇସେନ୍ସ ବାତିଲ କରିବାକୁ ଧମକ ଦେଇ ସାର ଡିଲରଙ୍କ ଠାରୁ ନେଉଥିଲେ ଲାଞ୍ଚ
  • ||
  • ଭୁବନେଶ୍ଵର : ଏଥର ହେବନି ରାଜ୍ୟସ୍ତରୀୟ ପରେଡ, ଭାଗ ନେବେନି ସ୍କୁଲ ଛାତ୍ରଛାତ୍ରୀ
  • ||
  • ପୁରୀ : ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁବତୀ, ବ୍ଲୁଫ୍ଲାଗ୍ ବିଚ୍‌ରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜୁଜୁମରା : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ଘଉଡ଼ାଇବା ବେଳେ ଅଘଟଣ, ବନ କର୍ମଚାରୀଙ୍କ ହାତରେ ଫୁଟିଗଲା ବାଣ
  • ||
  • ବିହାରରେ ଭାଙ୍ଗିଲା ଏନ୍‌ଡିଏ ମେଣ୍ଟ: ଅଲଗା ହେଲା ବିଜେପି-ଜେଡିୟୁର ରାସ୍ତା, ରାଜ୍ୟପାଳଙ୍କୁ ଭେଟିବେ ନୀତୀଶ
  • ||

ବଡ଼ ଧରଣର ସିଲିଣ୍ଡର ବିସ୍ପୋରଣ : ଭୁଶୁଡିଲା କୋଠା, ୩ଶିଶୁଙ୍କ ସମେତ ୭ଜଣଙ୍କ ମୃତ୍ୟୁ, ୭ ଆହତ

ଉତ୍ତରପ୍ରଦେଶ ୨।୬ : ୟୁପିର ଗୋଣ୍ଡାରେ ଗତକାଲି ରାତିରେ ଏକ ବଡ଼ ଧରଣର ସିଲିଣ୍ଡର ବିସ୍ଫୋରଣ ହୋଇଛି। ଫଳରେ ୨ କୋଠା ଭୁଶୁଡି ପଡିଛି । କୁହାଯାଉଛି ଯେ କୋଠା ଭୁଶୁଡ଼ିବା କାରଣରୁ ପ୍ରାୟ ୧୪ ଜଣ ମାଟି ତଳଫସିରହିଥିଲେ । ତେବେ ଏମାନଙ୍କୁ ବହୁତ କଷ୍ଟରେ ବାହାର କରିଥିଲେ ଆଖପାଖର ଲୋକ । ତେବେ ଏଥିରେ ୭ ଜଣଙ୍କ ମୃତ୍ୟୁ ହେବା ସହ ଆଉ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କର ଚିକିତ୍ସା ଚାଲିଛି।

୭ ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି । ୱାଜିରଗଞ୍ଜ ପୋଲିସ ଷ୍ଟେସନ ଅଧୀନରେ ଥିବା ଟିକ୍ରି ଠେରପୁର ଗାଁରେ ଘଟିଛି ଏହି ଅଘଟଣ । ଯେଉଁଠାରେ ଏକ ଘରେ ହଠାତ୍ ବିସ୍ଫୋରଣ ହୋଇଥିଲା । ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପୋଲିସ ଅନୁମାନ କରୁଛି । ଦୁର୍ଘଟଣାରେ ୨ଜଣ ପୁରୁଷ, ଦୁଇ ମହିଳା ଏବଂ ୩ ଶିଶୁଙ୍କ ମୃତ୍ୟୁ ହୋଇଥିବା ଖବର ରହିଛି । ତେବେ ଭୁଶୁଡି ପଡିଥିବା ଛାତ ତଳେ ଆଉ କେହି ଫଶିରହିଥିବା ଆଶଙ୍କା କରି ପୋଲିସ ପକ୍ଷରୁ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।