ମାଲକାନଗିରି, ୨।୧୧: ଭଡ଼ା ଘରେ ସେକ୍ସ ରାକେଟ୍ ଠାବ । ଦେହ ବ୍ୟବସାୟ ଚାଲିଥିବା ବେଳେ ଅତର୍କିତ ପୁଲିସର ଚଢ଼ାଉ । ରାଣୀ ମହୁମାଛି ସମେତ ୬ଜଣ ଗିରଫ । ସେଠାରୁ ଏକ ସ୍କର୍ପିଓ ଗାଡ଼ି ସହିତ ବହୁ ଆପତ୍ତିଜନକ ସାମଗ୍ରୀ ଜଗତ କରିଛି ପୁଲିସ । ମାଲକାନଗିରି ଜିଲ୍ଲା ସଦର ମହକୁମାରୁ ସାମ୍ନାକୁ ଆସିଛି ଏଭଳି ଖବର ।

ସୂଚନା ମୁତାବକ, ମାଲକାନଗିରି ଜିଲ୍ଲା ସଦର ମହାକୁମା ସ୍ଥିତ ପାତ୍ରଗୁଡା ସାହିରେ ଏକ ଭଡ଼ା ଘରେ ସେକ୍ସ ରାକେଟ୍ ଚାଲିଥିଲା । ଏନେଇ ଖବର ପାଇ ଅଚାନକ ଚଢ଼ାଉ କରିଥିଲା ପୁଲିସ । ଏସଡିପିଓ ଦିବ୍ୟ ସଙ୍କର ଦଳେଇଙ୍କ ନେତୃତ୍ୱରେ ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋ ଏବଂ ଅନ୍ୟ ପୁଲିସକର୍ମୀ ରେଡ୍ ମାରିଥିଲେ । ଯାହାଫଳରେ ଗ୍ରାହକ ଏବଂ ରୂପଜୀବୀ ଖସିଯିବାକୁ ବାଟ ପାଇନଥିଲେ । ଚଢ଼ାଉ ବେଳେ ୨ଜଣ ଦେହଜୀବୀ, ୨ଜଣ ଗ୍ରାହକ, ଜଣେ ପୁରୁଷ ମାଷ୍ଟର ମାଇଣ୍ଡ୍ ଏବଂ ରାଣୀ ମହୁମାଛି ଗିରଫ ହୋଇଛି । ​​​​​​​

ଏହି ରାଣୀ ମହୁମାଛି ଜଣଙ୍କ ପୂର୍ବରୁ ମଧ୍ୟ ଗିରଫ ହୋଇ ଜାମିନ୍ ଆସିଥିବା ଜଣାପଡ଼ିଛି । ସେହିପରି ଗିରଫ ହୋଇଥିବା ୨ ଦେହଜୀବୀ ଜଗତସିଂହପୁର ଓ ଭଦ୍ରକ ଜିଲ୍ଲାର ହୋଇଥିବା ବେଳେ ଗ୍ରାହକମାନେ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ସୁକୁମା ଜିଲ୍ଲାର ବୋଲି ପୁଲିସ ସୂଚନା ଦେଇଛି । ସେମାନଙ୍କ ପଚରାଉଚରା ଚାଲିଛି, ରବିବାର ଅପରାହ୍ଣରେ କୋର୍ଟ ଚାଲାଣ କରାଯିବ । ଏହାଛଡ଼ା ଏହି ସେକ୍ସ ରାକେଟରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ସେ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି ପୁଲିସ ।