PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ସେକ୍ସ ରାକେଟର ପର୍ଦ୍ଦାଫାସ୍: ଭଡାଘରେ ଦେହବ୍ଯାପାର ଚଲାଉଥିଲେ ମହିଳା, ୨ ଯୁବତୀ ଉଦ୍ଧାର

ମଣ୍ଡି ୨୩/୭: ହିମାଚଳ ପ୍ରଦେଶର ମଣ୍ଡି ସହରରେ ପୋଲିସ ପୁଣି ସେକ୍ସ ରାକେଟର ପର୍ଦ୍ଦାଫାସ୍ କରିଛି । ୧୫ ଦିନ ଭିତରେ ୨ଟି ସେକ୍ସ ରାକେଟର ପର୍ଦ୍ଦାଫାସ୍ କରିବାରେ ସଫଳ ହେଲାଣି ପୋଲିସ । ରାମନଗରରେ ପୋଲିସ ଗୁପ୍ତ ସୂଚନା ପାଇ ଏକ ଭଡା ଘରେ ତଲାସି କରି ଦେହ ବ୍ୟାପାର କରୁଥିବା ମୁଖ୍ଯ ମହିଳାଙ୍କୁ ଗିରଫ କରିଛି । ଘଟଣାସ୍ଥଳରୁ ୨ ମହିଳାଙ୍କୁ ଉଦ୍ଧାର କରିଛି ପୋଲିସ । ଏମାନଙ୍କ ମଧ୍ଯରୁ ଜଣେ ବିହାରର ଓ ଅନ୍ଯଜଣ ମଣ୍ଡି ସହରର । ଉଭୟଙ୍କ ବୟସ ୩୦ ରୁ ୩୫ ମଧ୍ଯରେ ହେବ । ପୋଲିସ ନକଲି ଗ୍ରାହକଙ୍କୁ ପଠାଇ ଏହି ସେକ୍ସରାକେଟ ଠାବ କଲା । ଏହା ପୂର୍ବରୁ ୬ ଜୁଲାଇରେ ମଣ୍ଡି ସହରରେ ସଟେ ଚାଡିୟାରା ଅଞ୍ଚଳରେ ପୋଲିସ ସେକ୍ସ ରାକେଟ୍ ମାମଲାର ପର୍ଦ୍ଦାଫାଶ କରି ଏକ ପ୍ରାଇଭେଟ୍ ହୋଟେଲରୁ ୨ ଯୁବତୀଙ୍କୁ ଉଦ୍ଧାର କରିଥିଲା ।

ପୋଲିସ ସୂଚନା ଅନୁସାରେ ରବିବାର ସନ୍ଧ୍ଯାରେ ଗୁପ୍ତ ସୂଚନା ମିଳିଲା ଯେ ରାମନଗରରେ ଏକ କ୍ୱାର୍ଟରରେ ଜଣେ ମହିଳା ବେଶ୍ୟାବୃତ୍ତି ଧନ୍ଦା କରୁଛି । ସୂଚନା ପାଇବା ପରେ ମଣ୍ଡି ଏସପି ୮ ସଦସ୍ୟଙ୍କ ଟିମ୍ ପ୍ରସ୍ତୁତ କଲେ । ଟିମରେ ଏସଆଇୟୁ ମଣ୍ଡି ଓ ଥାନାରୁ ଜଣେ ଜଣେ କର୍ମଚାରୀ ସମେତ ୨ ମହିଳା କର୍ମଚାରୀଙ୍କୁ ମଧ୍ୟ ଟିମରେ ସାମିଲ କରାଗଲା ।

ଏହା ବ୍ୟତୀତ ତଲାସି ପାର୍ଟିରେ ଆରକ୍ଷୀଙ୍କୁ ନକଲି ଗ୍ରାହକ ରୂପେ ଟିମରେ ସାମିଲ କରାଗଲା । ଉପ ପୋଲିସ ଅଧିକ୍ଷକ ଅନିଲ ପଟିୟାଲ ଟିମର ନେତୃତ୍ୱ ନେଲେ । ମିଳିଥିବା ସୂଚନା ଅନୁସାରେ ଯୋଜନା କରି ୩ ଡମି ଗ୍ରାହକଙ୍କୁ ଠିକଣାକୁ ପଠାଗଲା । ଯେମିତି ମହିଳାଙ୍କ ସଉଦା ହେଲା ପୋଲିସ ଟିମ୍ ରାକେଟର ମୁଖ୍ଯକୁ ଧରପକାଇଲା ।

ଘଟଣାସ୍ଥଳରୁ ୨ ମହିଳାଙ୍କୁ ଉଦ୍ଧାର କରାଗଲା । ମାମଲାରେ ରାକେଟର ମୁଖ୍ଯକୁ  ଗିରଫ କରାଗଲା । ଏହି ମୁ୍ଖ୍ୟ ମହିଳା ମାଧ୍ଯମରେ ହିଁ ସଉଦା ହୋଇଥିଲା । ସୋମବାର ସନ୍ଧ୍ଯାରେ ପୋଲିସ ତାକୁ କୋର୍ଟରେ ହାଜର କଲା । ସେଠାରୁ ତାକୁ ୩ ଦିନ ପାଇଁ ପୋଲିସ ରିମାଣ୍ଡରେ  ପଠାଇ ଦିଆଗଲା ।

ଏସପି ମଣ୍ଡି ଗୁରଦେବ ଚନ୍ଦ ଶର୍ମା କହିଛନ୍ତି ଯେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ବେଶ୍ୟାବୃତ୍ତି ଧନ୍ଦା କରୁଥିବା ଓ ଗ୍ରାହକଙ୍କଠାରୁ ମିଳିଥିବା ପଇସାକୁ ବ୍ୟକ୍ତଗତ କାମରେ ଲଗାଇବା ଅଭିଯୋଗରେ ଗିରଫ କରିଛି । ପୋଲିସ ଧାରା ୩,୪,୬ ଅନୈତିକ ଦେହ ବ୍ୟାପାର ନିବାରଣ ଅଧିନିୟମ ଅନୁସାରେ ମୋକଦ୍ଦମା ରୁଜୁ କରି ଯାଞ୍ଚ ଆରମ୍ଭ କରିଦେଇଛି ।

ସମ୍ବନ୍ଧିତ ଖବର