PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

‘ପଦ୍ମାବତ’ ପରେ ସଞ୍ଜୟ ଲୀଲା ଭଂସାଲୀଙ୍କ ବଡ ଧମାକା, ଏକାଠି ନଜର ଆସିବେ କିଙ୍ଗଖାନ୍ ଓ ଭାଇଜାନ୍

source:www.peepingmoon.com

ମୁ୍ମ୍ବାଇ, ୧/୨: ପୁଣି ଏକାଠି ନଜର ଆସିବେ କିଙ୍ଗଖାନ୍ ଓ ଭାଇଜାନ୍ । ଶାହାରୁଖଙ୍କ ଫିଲ୍ମ ଜିରୋ ରିଲିଜ  ହେବା ସମୟରେ ଏହି ଖବର ସୋସିଆଲ ମିଡିଆରେ ବ୍ୟାପୁଥିଲା ଯେ ଶାହାରୁଖ ଓ ସଲମାନଙ୍କ ଫିଲ୍ମ ‘ଇଂଶା ଅଲ୍ଲାହ’ର ଖୁବ୍ ଶୀଘ୍ର ସୁଟିଂ ଆରମ୍ଭ ହେବ । ଏହା ଏକ ମଲ୍ଟି ଷ୍ଟାରର ଫିଲ୍ମ  ଏବଂ ଏହାର ନିର୍ଦ୍ଦେଶନା ଦେବେ ସଞ୍ଜୟ ଲୀଲା ବଂସାଲୀ । କିନ୍ତୁ ସେହି ସମୟରେ ଏହି ଖବର କନଫର୍ମ ହୋଇନଥିଲା । ତେବେ ଏହି ଖବର ପୁଣି ସାମ୍ନାକୁ ଆସିଛି ଯେ ସଞ୍ଜୟ ଏହି ୨ ଖାନଙ୍କ ସହିତ ଫିଲ୍ମ କରିବା ପାଇଁ ବହୁତ ଆଗ୍ରହୀ ଅଛନ୍ତି । ଫିଲ୍ମଫେୟାରଙ୍କ ସୂଚନା ଅନୁସାରେ ଭଂସାଲୀ ଉଭୟଙ୍କ ସହିତ ଖୁବ୍ ଶୀଘ୍ର ଫିଲ୍ମ କାଷ୍ଟ କରିବେ ।

ଆପଣଙ୍କୁ କହିରଖୁଛୁ ସଲମାନ୍ ଖାନ୍ ଭଂସାଲୀଙ୍କ ସହିତ ଖାମୋଶୀ, ହମ୍ ଦିଲ୍ ଦେ ଚୁକେ ହେ ସନମ୍ ଭଳି ସଫଳ ଫିଲ୍ମରେ କାମ କରିସାରିଛନ୍ତି । ଅନ୍ୟପଟେ ଶାହାରୁଖ ଭଂସାଲୀଙ୍କ ସହିତ ଫିଲ୍ମ ଦେବଦାସରେ କାମ କରିସାରିଛନ୍ତି । ଏହି ଫିଲ୍ମଟି ଦର୍ଶକଙ୍କୁ କାଫି ପସନ୍ଦ ଆସିଥିଲା । ତେବେ ଯେତେବେଳେ ଉଭୟ ଖାନ୍ ଏକାଠି ନଜର ଆସିବେ ତେବେ ଏହା ଫ୍ୟାନ୍ସଙ୍କ ପାଇଁ କୌଣସି ଉତ୍ସବଠୁ କମ୍ ହେବନି । କହିରଖୁଛୁ ଯେତେବେଳେ ୨ ଖାନଙ୍କ ଝଗଡା ଶେଷ ହେଲା ଏବଂ ଉଭୟ ପୁଣି ଏକାଠି ହେଲେ ସେବେଠାରୁ ଉଭୟ ପରସ୍ପର ଫିଲ୍ମରେ କେମିଓ ରୋଲରେ ନଜର ଆସୁଛନ୍ତି । ତେବେ ଯଦି ଉଭୟ ଗୋଟିଏ ଫିଲ୍ମରେ ନଜର ଆସିବେ ଦର୍ଶକଙ୍କ ଭରପୁର ମନୋରଞ୍ଜନ ମିଳିବା ସହିତ ବକ୍ସ ଅଫିସରେ ମଧ୍ୟ ଭଲ ଆୟ କରିବ ।