PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

‘ବ୍ରହ୍ମାସ୍ତ୍ର’ରୁ ଲିକ୍ ହେଲା ଶାହାରୁଖଙ୍କ ପ୍ରଥମ ଲୁକ୍, ନିଆଁ ସହ ଖେଳୁଥିବାର ନଜର ଆସିଲେ ଅଭିନେତା  

ମୁମ୍ବାଇ ୧୨/୦୮: ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ‘ବ୍ରହ୍ମାସ୍ତ୍ର’ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛି। ବିଶେଷ କଥା ହେଉଛି ଶାହାରୁଖ ଖାନ ମଧ୍ୟ ଏଥିରେ କାମିଓ କରିଛନ୍ତି। ଫ୍ୟାନ୍ସ ଜାଣିବାକୁ ଚାହୁଁଥିଲେ ଯେ ଶାହାରୁଖ କେଉଁ ଭୂମିକାରେ ଅଛନ୍ତି ଏବଂ ତାଙ୍କର ପ୍ରଥମ ଲୁକ୍ କିପରି ହେବ। ଏବେ କିଙ୍ଗ୍ ଖାନଙ୍କ ‘ବ୍ରହ୍ମାସ୍ତ୍ର’ ଲୁକ୍ ସାମ୍ନାକୁ ଆସିଛି । ସେ ଏଥିରେ ଦମଦାର୍ ଲୁକ୍‌ରେ ନଜର ଆସିଛନ୍ତି।

ଟ୍ୱିଟରରେ ଅନେକ ୟୁଜର୍ସ ‘ବ୍ରହ୍ମାସ୍ତ୍ର’ରୁ ଶାହରୁଖଙ୍କ ପ୍ରଥମ ଲୁକ୍ ସେୟାର କରିଛନ୍ତି। ଏହି ଫଟୋ ଦେଖି ସମସ୍ତଙ୍କର କେବଳ ଗୋଟିଏ ପ୍ରତିକ୍ରିୟା OMG ଅଛି। ଫଟୋରେ ଅଭିନେତା ରକ୍ତରେ ଜୁଡୁବୁଡୁ ହୋଇ ନିଆଁ ମଧ୍ୟରେ ନଜର ଆସିଛନ୍ତି।

ଯେତେବେଳେ ‘ବ୍ରହ୍ମାସ୍ତ୍ର’ର ଟ୍ରେଲର୍ ରିଲିଜ ହୋଇଥିଲା, ସେତେବେଳେ ଫ୍ୟାନ୍ସ ମଧ୍ୟ ଶାହାରୁଖଙ୍କୁ ନୋଟିସ୍ କରିଥିଲେ । ଫ୍ୟାନ୍ସ କିଛି ଫଟୋ ସେୟାର କରିଥିଲେ ଯାହା ସେମାନଙ୍କୁ ଶାହାରୁଖ ଖାନଙ୍କ ପରି ଦେଖାଉଥିଲା। ବର୍ତ୍ତମାନ ଏହି ଲିକ୍ ହୋଇଥିବା ପୋଷ୍ଟର ଦେଖିବା ପରେ ଫ୍ୟାନ୍ସ ଅଧିକ ଉତ୍ସାହିତ ହୋଇଛନ୍ତି।