PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ-ଦୁର୍ଗ ଏକ୍ସପ୍ରେସରେ ନିଆଁ , ସ୍ଥାନୀୟ ଦମକଳ ବାହୀନୀ ଆସି ନିଆଁକୁ ଆୟତ୍ତ କଲେ
  • ||
  • କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ଝିଅ ବିବାହ ବନ୍ଧନରେ ବାନ୍ଧି ହେଲେ
  • ||
  • ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ। ସିଏଚ୍‌ଏସ୍‌ସି କାର୍ଯ୍ୟାଳୟରେ ଫଳାଫଳ ଘୋଷଣା କଲେ ଗଣଶିକ୍ଷା ସଚିବ।
  • ||
  • ସୁପ୍ରିମକୋର୍ଟରେ ପହଞ୍ଚିଲେ ମୃତ ଗ୍ୟାଙ୍ଗଷ୍ଟାର ସଂଜୀବ୍ ଜୀବାର ପତ୍ନୀ; କହିଲେ ମୋ ଜୀବନ ପ୍ରତି ବିପଦ ଅଛି, ସୁରକ୍ଷା ଯୋଗାଇ ଦିଆଯାଉ…
  • ||
  • ପୁରୀ : ଚାଲିଛି ଶ୍ରୀଜିଉଙ୍କ ଅନବସର ନୀତି: ଗୁରୁବାର ଶ୍ରୀଅଙ୍ଗ ଫିଟିବ, ୯ରେ ଫୁଲୁରୀ ତେଲ ଲାଗି ନୀତି
  • ||
  • ଅସ୍ତରଙ୍ଗ : ଗୁଟଖା ଖାଇବାକୁ ମନା କରିବାରୁ ଆତ୍ମହତ୍ୟା; ସାଇଣ୍ଟିଫିକି ଟିମ୍ ଓ ପୁଲିସର ତଦନ୍ତ ଜାରି
  • ||

କ୍ୟାନସର ପୀଡ଼ିତ ପ୍ରଶଂସକଙ୍କ ଶେଷ ଇଚ୍ଛା ପୂରଣ କଲେ ଶାହରୁଖ, କଲେ ଭିଡ଼ିଓ କଲ୍ ; ଆର୍ଥିକ ସାହାଯ୍ୟ କରିବାକୁ ଦେଲେ ପ୍ରତିଶ୍ରୁତି

ମୁମ୍ୱାଇ : ବଲିଉଡ୍‌ ଅଭିନେତା ଶାହରୁଖ ଖାନ । ଯିଏକି କୋଟି କୋଟି ପ୍ରଶଂସକଙ୍କ ହୃଦୟରେ ରାଜୁତି କରୁଛନ୍ତି। ସେ ଅଭିନାୟ ମାଧ୍ୟମରେ ଯେମିତି ଲୋକଙ୍କ ମନ ଜିଣନ୍ତି , ସେମିତି ଉତ୍ତମ ସାହାଯ୍ୟ ସହଯୋଗର କାର୍ଯ୍ୟ କରିବି ଲୋକଙ୍କ ଠାରୁ ପ୍ରଶଂସା ସାଉଁଣ୍ଟନ୍ତି। ଏବେ ସେ ନିଜର ଜଣେ ପ୍ରଶଂସକଙ୍କ ପାଇଁ କିଛି ଏମିତି କରିଛନ୍ତି , ଯାହାକୁ ଲୋକେ ପସନ୍ଦ କରିଛନ୍ତି। ନିଜର ବ୍ୟସ୍ତ ଜୀବନଶୈଳୀରୁ ସମୟ ବାହାର କରି ସେ କ୍ୟାନସର ପୀଡ଼ିତ ରହେ ପ୍ରଶଂସକଙ୍କ ଇଚ୍ଛା ପୂରଣ କରିଛନ୍ତି। ଆଉ ସାହାଯ୍ୟର ହାତ ବଢାଇଛନ୍ତି ।

ପଶ୍ଚିମବଙ୍ଗର ଖରଦାହରେ ରହୁଥିବା ୬୦ ବର୍ଷିୟା ଶିବାନୀ ଚକ୍ରବର୍ତ୍ତୀ ନିକଟରେ ଚର୍ଚ୍ଚାକୁ ଆସିଥିଲେ , ଯେବେ ସେ କହିଥିଲେ କି,  ସେ ଜୀବନରେ ଥରେ ଶାହରୁଖ ଖାନଙ୍କୁ ଭେଟିବାକୁ ଚାହୁଁଛନ୍ତି। ଶିବାନୀ ଟର୍ମିନଲ କ୍ୟାନସରରେ ପୀଡ଼ିତ। ସେ ଏକ ଟିଭି ଇଣ୍ଟରଭ୍ୟୁରେ କହିଥିଲେ କି, ତାଙ୍କର ଇଚ୍ଛା ଥରେ ଶାହରୁଖଙ୍କୁ ଭେଟି କଥାବାର୍ତ୍ତା ହେବେ । ବାସ୍‌ ଏହାପରେ ଯେବେ ଅଭିନେତା ଏହି କଥା ଜାଣିଲେ ତ ସେ ତୁରନ୍ତ ସରପ୍ରାଇଜ୍‌ ଦେଇ ଦେଲେ।

SRK video calls fan in Kolkata.

 

ଶାହରୁଖ କ୍ୟାନସର ରୋଗୀଙ୍କ ସହ ଭିଡ଼ିଓ କଲ୍‌ରେ କଥା ହୋଇଥିଲେ। ଭିଡ଼ିଓ କଲ୍‌ ବେଳେ ଶାହରୁଖଙ୍କର ଏକ ଫଟୋଲ ଭାଇରାଲ ହେଉଛି , ଯାହାକୁ ଫ୍ୟାନ୍ ପେଜ୍‌ରୁ ସେୟାର କରାଯାଇଛି। ଫଟୋକୁ ସେୟାର କରି କ୍ୟାପସନରେ ଲେଖା ଯାଇଛି , ୬୦ବର୍ଷିୟା ଶିବାନୀ , ଯିଏ କୋଲକାତାର ଏବଂ କ୍ୟାନସରର ଶେଷ ପର୍ଯ୍ୟାୟରେ। ତାଙ୍କର ଶେଷ ଇଚ୍ଛା ଥିଲା କି ଶାହରୁଖ ସାରଙ୍କୁ ଭେଟିବେ। ଗତ ରାତିରେ ତାଙ୍କର ଏହି ଇଚ୍ଛା ପୂରଣ ହୋଇଛି। ଶାହରୁଖ ସାର୍‌ ତାଙ୍କ ସହ ପାଖାପାଖି ୩୦ ମିନିଟ୍‌ କଥାବାର୍ତ୍ତା ହୋଇଥିଲେ। ଏହି କାରଣ କି ତାଙ୍କୁ ଜଣେ ନମ୍ର ସ୍ୱଭାବର ଷ୍ଟାର କୁହାଯାଏ।

ଇଣ୍ଡିଆ ଟୁଡେର ରିପୋର୍ଟ ମୁତାବିକ, ଶାହରୁଖ ଫ୍ୟାନ୍‌ଙ୍କୁ ସରପ୍ରାଇଜ୍‌ କରି ଦେଇଛନ୍ତି। ସେ କଥା ଦେଇଛନ୍ତି କି ଖୁବ୍ ଶୀଘ୍ର ତାଙ୍କୁ ଭେଟିବେ ଓ ଚିକିତ୍ସା ପାଇଁ ଆର୍ଥିକ ଭାବେ ସାହାଯ୍ୟ କରିବେ। ଶିବାନୀଙ୍କର ଝିଅ ପ୍ରିୟା କହିଛନ୍ତି କି ଶାହରୁଖ ତାଙ୍କର ମାଆଙ୍କର ସୁସ୍ଥତା ନେଇ ପ୍ରାର୍ଥନା କରିଛନ୍ତି। ତାଙ୍କୁ ଭେଟିବାକୁ କଥା ଦେଇଛନ୍ତି ଏବଂ ଘରେ ମାଛ ତରକାରୀ ଖାଇବା କଥା କହିଛନ୍ତି।