ନୂଆଦିଲ୍ଲୀ,୦୨/୦୧; ବାଂଲାଦେଶରେ ସ୍ଥିତି ଦିନକୁ ଦିନ ଗମ୍ଭୀର ହେଉଛି । ହିନ୍ଦୁଙ୍କ ଉପରେ ଆକ୍ରମଣ ବଢି ବଢି ଚାଲିଛି । ୧୪ ଦିନରେ ୪ ହିନ୍ଦୁଙ୍କୁ ଆକ୍ରମଣ ହୋଇଛି । ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଜୀବନ ମୃତ୍ୟୁ ସହ ଲଢୁଛନ୍ତି । ଏହାରି ଭିତରେ ଆଇପିଏଲ ପାଇଁ ବାଂଲା ପ୍ଲେୟାରଙ୍କୁ କିଣି ବିବାଦରେ କିଙ୍ଗ୍ ଖାନ । ଶାହାରୁଖ ଖାନଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା । ହେଲେ କଂଗ୍ରେସ ଶାହରୁଖଙ୍କୁ ସମର୍ଥନ କରିବା ସହିତ ବିଜେକିକୁ ସମାଲୋଚନା କରିଛି ।
ବାଂଲାଦେଶ ବାମହାତୀ ଫାଷ୍ଟ ମିଡିୟମ ବୋଲର ମୁସ୍ତାଫିଜୁର ରେହମାନଙ୍କୁ କିଣିଛି ଶାହରୁଖ ଖାନଙ୍କ କୋଲକାତା ନାଇଟ୍ ରାଇଡର୍ସ । ବାଂଲାରେ ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣକୁ ଭାରତରେ ସ୍ଥିତି ସରଗରମ ଥିବାବେଳେ ପ୍ଲେୟାର କିଣାକୁ ନେଇ କେକେଆର ଟାର୍ଗେଟକୁ ଆସିଛି । ଭାରତୀୟ ଜନତା ପାର୍ଟି ନେତା ତଥା ଉତ୍ତରପ୍ରଦେଶ ପୂର୍ବତନ ସାଂସଦ ସଙ୍ଗୀତ ସୋମ ଶାହରୁଖ ଖାନକୁ ସମୋଲୋଚନା କରିଛନ୍ତି । ସେ କହିଛନ୍ତି, ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ହେଉଛି । ହତ୍ୟା କରାଯାଉଛି । ହିନ୍ଦୁ ମାଆ-ଭଉଣୀଙ୍କୁ ସହ ଦୁଷ୍କର୍ମ ହେଉଛି । ଘର ଜାଳି ଦିଆଯାଉଛି । ଭାରତ ବିରୋଧୀ ନାରା ଦିଆଯାଉଛି । ଯାହାର ଖବର ଏଠାରେ ପହଞ୍ଚି ପାରୁନାହିଁ । ଶାହରୁଖ ଖାନଙ୍କ ପରି ଦେଶଦ୍ରୋହୀ ମୁଁ ତାଙ୍କୁ ଦେଶଦ୍ରୋହୀ ଏଥିପାଇଁ କହୁଛି ତାଙ୍କ ପାଖରେ ଆଜି ଯାହା କିଛି ବି ଅଛି ସବୁ ଭାରତ ପାଇଁ । ଭାରତର ଜନତା ତାଙ୍କୁ ଦେଇଛନ୍ତି । ହେଲେ ସେ ଭାରତ ବିରୋଧରେ କାମ କରୁଥିବାଙ୍କ ଲୋକଙ୍କ ପାଇଁ ଟଙ୍କା ଲଗାଉଛନ୍ତି ।
ରେହମାନଙ୍କ ପରି ଖୋଳାଳିଙ୍କ ପଛରେ ପଇସା ଲଗାଉଛନ୍ତି । ମୁଁ ଶାହରୁଖ ଖାନଙ୍କୁ କହିବାକୁ ଚାହୁଁଛି କି ସେ କେବେବି ସଫଳ ହେବେ ନାହିଁ । ରେହମାନ ଖେଳିପାରିବେ ନାହିଁ । ଏୟାରପୋର୍ଟ ଟପି ବାହାରକୁ ଆସିପାରିବେ ନାହିଁ ମୁସ୍ତାଫିଜୁର ରେହମାନ । ଶାହରୁଖ ଖାନ ଭାରତୀୟଙ୍କ ଭାବନାକୁ ସମ୍ମାନ ଦେବା ଉଚିତ୍ । ''
#WATCH | Haridwar, Uttarakhand: On Spiritual leader Devkinandan Thakur's statement, BJP leader Sangeet Singh Som says, "The way Hindus are being persecuted in Bangladesh, women and girls are being raped, their homes are being burned, and anti-India slogans are being chanted… pic.twitter.com/wshV7rfk9Q
— ANI (@ANI) January 2, 2026
ଆଇପିଏଲ୍ ୨୦୨୬ ପାଇଁ ବାଂଲାଦେଶର ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନ ଖେଳିବେ ନା ନାହିଁ । ଏହା ଉପରେ ବିସିସିଆଇ ଏବେ ଯାଏ କିଛି ନିଷ୍ପତ୍ତି ନେଇନାହିଁ । କିନ୍ତୁ ନିଲାମୀରେ ତାଙ୍କୁ କୋଲକାତା ନାଇଟ୍ ରାଇଡର୍ସ ୯.୨୦ କୋଟି ଟଙ୍କାରେ କିଣିଛି । ଯାହାକୁ ନେଇ କେକେଆର ସହମାଲିକ ତଥା ବଲିଉଡ଼ ସୁପଷ୍ଟାର କିଙ୍ଗ୍ ଶାହରୁଖ ଖାନଙ୍କୁ ସମାଲୋଚନା କରିଛନ୍ତି ବିଜେପି ନେତା ସଙ୍ଗୀତ ସୋମ ।
କଂଗ୍ରେସର ସମର୍ଥନ- ଶାହରୁଖ ଖାନଙ୍କୁ ବିଜେପି ନେତା ଦେଶଦ୍ରୋହୀ କହିବାକୁ ଗ୍ରହଣ କରିନାହିଁ କଂଗ୍ରେସ । ଶାହରୁଖଙ୍କୁ ସମର୍ଥନ କରିଛନ୍ତି କଂଗ୍ରେସ ସାସଂଦ ମାଣିକାମ ଟାଗୋର । ଦେଶଦ୍ରୋହୀ ଟିପ୍ପଣୀକୁ ନିନ୍ଦା କରିଛନ୍ତି । ସୁପରଷ୍ଟାର ଶାହରୁଖ ଖାନଙ୍କ ନେଇ ଏପରି ମନ୍ତବ୍ୟକୁ ଭାରତର ବହୁଳବାଦ ଉପରେ ଆକ୍ରମଣ ବୋଲି କହିଛନ୍ତି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ସମାଜକୁ ବିଷାକ୍ତ କରିବା ବନ୍ଦ କରିବା ଉଚିତ୍ । ଘୃଣା ଜାତିୟତାବାଦକୁ ପରିଭାଷିତ କରିପାରିବ ନାହିଁ ବୋଲି କହିଛନ୍ତି ।