‘ପଠାନ’ର ସଫଳତା ପରେ ନିଜକୁ ଉପହାର ଦେଲେ ଶାହାରୁଖ, କିଣିଲେ ଲଗ୍ଜରୀ କାର୍

presswire18
ମୁମ୍ବାଇ ୨୯/୦୩ : ଆଜିକାଲି ଶାହାରୁଖ ଖାନ ତାଙ୍କ ଫିଲ୍ମ ‘ପଠାନ’ର ସଫଳତାକୁ ଏନ୍ଜଏ କରୁଛନ୍ତି। ପଠାନ ଚଳିତ ବର୍ଷର ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇପାରିଛି। ଫିଲ୍ମଟି କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଭଲ ପ୍ରତିକ୍ରିୟା ପାଇଛି। ଫିଲ୍ମର ସଫଳତାରେ ଶାହାରୁଖ ବେଶ୍ ଖୁସି ଅଛନ୍ତି। ଏଥି ମଧ୍ୟରେ କିଙ୍ଗ୍ ଖାନ ଏକ କାର କିଣିଛନ୍ତି। ସେ ଲଗ୍ଜରୀ କାରକୁ ଭଲ ପାଆନ୍ତି। ତାଙ୍କ ପାଖରେ ଅଡି, ବିଏମଡବ୍ଲୁ, ମର୍ସିଡିଜ୍-ବେଞ୍ଜ୍ ଭଳି ଅନେକ ବିଳାସପୂର୍ଣ୍ଣ କାର ଅଛି। ତାଙ୍କ କାରର ଲିଷ୍ଟରେ ସେ ଆଉ ଏକ ବିଳାସପୂର୍ଣ୍ଣ କାର ଅନ୍ତର୍ଭୁକ୍ତ କରିଛନ୍ତି। ଏହି କାରଟି ହେଉଛି ରୋଲ୍ସ-ରୋଏସ୍ କୁଲିନାନ୍ ବ୍ଲାକ୍ ବ୍ୟାଜ୍ ଏସୟୁଭି।

ଶାହାରୁଖ ଖାନଙ୍କ ଏହି ନୂଆ କାରର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନିକଟରେ ଅଭିନେତା ମୁମ୍ବାଇ ରାସ୍ତାରେ ରାତିରେ ନିଜର ନୂଆ କାର ଚଳାଉଥିବାର ନଜର ଆସିଥିଲେ। ଏହି କାରଟି ଆର୍କଟିକ୍ ଧଳା ରଙ୍ଗରେ ଥିବାବେଳେ ଭିତର ଅଂଶ ଧଳା ଲେଦର୍ ସହିତ ମେଳ ଖାଉଛି।
#ShahRukhKhan𓀠 new car Rolls-Royce 555 entrying in #Mannat last night 🌙 @iamsrk pic.twitter.com/tU1GWgkC9T
— SRK Khammam Fan club (@srkkhammamfc) March 27, 2023
ତେବେ ଶାହାରୁଖଙ୍କ ଏହି କାରର ମୂଲ୍ୟ ୧୦ କୋଟିରୁ ଅଧିକ। ‘ପଠାନ’ର ସଫଳତା ପରେ ସେ ଏହି କାର କିଣିଥିବା ଜଣାପଡିଛି। ଏହା ବ୍ୟତୀତ ଶାହାରୁଖଙ୍କର ଫାଣ୍ଟମ୍ ଡ୍ରପହେଡ୍ କୁପ୍, ଲ୍ୟାଣ୍ଡ୍ ରୋଭର ରେଞ୍ଜ ରୋଭର ସ୍ପୋର୍ଟ ଏବଂ ଇଲେକ୍ଟ୍ରିକ୍ ବିଏମଡବ୍ଲୁ i8 ଅଛି।