PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ , ଗୁଳିମାଡ଼ ପରେ ତାଙ୍କୁ ଭୁବନେଶ୍ୱରରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା
  • ||
  • ମାଲକାନଗିରି : ମାଓଗଡ଼ରେ ସରକାରଙ୍କ ପକ୍ଷରୁ ୨୦୦ ଗରିବ ଆଦିବାସୀଙ୍କୁ ମୋବାଇଲ ଫୋନ ବଣ୍ଟନ
  • ||
  • ପାକିସ୍ତାନରେ ପୁଣି ମହଙ୍ଗା ମାଡ଼, ପେଟ୍ରୋଲ-ଡିଜେଲ ଦାମରେ ୩୫ ଟଙ୍କା ବୃଦ୍ଧି
  • ||
  • ଝାରସୁଗୁଡ଼ା: ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼: ଛାତିରେ ବାଜିଛି ଗୁଳି, ଗୁରୁତର ଅବସ୍ଥାରେ ନିଆଯାଉଛି ହସ୍ପିଟାଲ
  • ||
  • ହକି ବିଶ୍ୱକପ୍‌: ସୁପର ସଣ୍ଡେରେ ଫାଇନାଲ୍ ଫାଇଟ୍, ବେଲଜିୟମ-ଜର୍ମାନୀ ମଧ୍ୟରେ ଟାଇଟଲ ଟକ୍କର
  • ||
  • ଭୂକମ୍ପରେ ଥରିଲା ଇରାନ୍, ୭ ମୃତ, ୪୦୦ରୁ ଅଧିକ ଆହତ
  • ||
  • ମୟୂରଭଞ୍ଜ: ହାତୀମୃତ ଦେହ ମିଳିବା ଘଟଣାରେ ୪ ଶିକାରୀ ଗିରଫ, ୨ ହାତୀଦାନ୍ତ ଜବତ…
  • ||
  • ଆଜି ଦ୍ୱିତୀୟ ଟି-ଟ୍ୱେଣ୍ଟି: ଭାରତ ପାଇଁ ‘କର ବା ମର’, ସିରିଜ ଜିତି ସ୍ୱଦେଶ ଫେରିବା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱର: ଫେବ୍ରୁଆରୀ ୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ! ସଜେଇ ହେଉଛି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ
  • ||
  • ଭୁବନେଶ୍ୱର: ଚିନାବାଦାମ ଚାଷର ନୂତନ ଜ୍ଞାନକୌଶଳ ଶିଖିବେ ଓଡ଼ିଆ କୃଷକ, ୮୦ ଚାଷୀଙ୍କୁ ଗୁଜରାଟ ପଠାଇଲା ସୋଆ
  • ||

ଝିଅ ଶୁହାନାଙ୍କ ପାଇଁ ପରଦାରୁ ଦୂରେଇ ରହିଥିଲେ ଶାହାରୁଖ, ଅଭିନେତା କଲେ ଖୁଲାସା

ନୂଆଦିଲ୍ଲୀ ୦୩/୧୨: ବଲିଉଡ୍‌ର ବାଦଶାହ ଶାହାରୁଖ ଖାନ ଗତ ଚାରି ବର୍ଷ ଧରି ବଡ ପରଦାରୁ ଦୂରେଇ ରହିଥିଲେ। ଫ୍ୟାନ୍ସ ତାଙ୍କ କମବ୍ୟାକ୍‌କୁ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ। ତେବେ ଆସନ୍ତା ବର୍ଷ କିଙ୍ଗ ଖାନ ତିନୋଟି ଫିଲ୍ମ ସହିତ ବକ୍ସ ଅଫିସରେ ଧମାଲ କରିବାକୁ ଯାଉଛନ୍ତି। ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଆସୁଥିଲା ଯେ କାହିଁକି ଶାହାରୁଖ ବଡ ପରଦାରୁ ଦୂରେଇ ରହିଥିଲେ? ବର୍ତ୍ତମାନ ଅଭିନେତା ଏତେ ବର୍ଷ ପର୍ଯ୍ୟନ୍ତ ପରଦାରୁ ଦୂରରେ ରହିବାର କାରଣ ଖୁଲାସା କରିଛନ୍ତି।

ସାଉଦି ଆରବର ଜେଦ୍ଦା ଠାରେ ଆୟୋଜିତ ରେଡ୍ ସି ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବରେ ଶାହରୁଖ ଖାନ ଏହାର ଉତ୍ତର ଦେଇଛନ୍ତି। ଫିଲ୍ମ ମହୋତ୍ସବରେ ଦିଆଯାଇଥିବା ଏକ ଇଣ୍ଟରଭ୍ୟୁରେ ଅଭିନେତା କହିଛନ୍ତି, ସେ ତାଙ୍କ ଝିଅ ସୁହାନାଙ୍କ କାରଣରୁ ବ୍ରେକ୍‌ରେ ଥିଲେ। ଅଭିନେତା କହିଛନ୍ତି, ‘ସୁହାନା ନ୍ୟୁୟର୍କ ପଢିବାକୁ ଯାଇଥିଲେ। ମୁଁ ଆଠ ମାସ ପର୍ଯ୍ୟନ୍ତ ସୁହାନାଙ୍କ ଫୋନକୁ ଅପେକ୍ଷା କରିଥିଲି ଯେ ସେ ମୋତେ କଲ୍ କରିବେ। ଦିନେ ମୁଁ ସୁହାନାଙ୍କୁ ଫୋନ୍ କରି ପଚାରିଲି ମୁଁ ବର୍ତ୍ତମାନ କାମ ଆରମ୍ଭ କରିପାରିବି କି? ଏହା ଉପରେ ସୁହାନା କହିଲେ, ତୁମେ କାହିଁକି କାମ କରୁନାହଁ? ମୁଁ କହିଲି, ଯଦି ତୁମେ ନ୍ୟୁୟର୍କରେ ଏକୁଟିଆ ଅନୁଭବ କରିବ ତେବେ ତୁମେ ମୋତେ କଲ କରିବ।’

ଶାହରୁଖ ଅନୁଭବ କରୁଥିଲେ ଯେ ଯଦି ସୁହାନା ଏକାକୀ ଅନୁଭବ କରନ୍ତି, ତେବେ ସେ ତାଙ୍କ ସହ ରହିବାକୁ ନ୍ୟୁୟର୍କ ଯିବେ ଏବଂ ସେଥିପାଇଁ ସେ କୌଣସି ନୂଆ ପ୍ରୋଜେକ୍ଟ ନେଇ ନଥିଲେ।