‘ପଠାନ’ର ବମ୍ପର କଲେକ୍ସନ ମଧ୍ୟରେ ଶାହରୁଖ ଖାନଙ୍କର ଟ୍ୱିଟ୍ , କହିଲେ- ଯାହା ଆରମ୍ଭ କରିଛ ତାକୁ ଶେଷ କର …

ମୁମ୍ୱାଇ – ଶାହରୁଖ ଖାନଙ୍କର ଫିଲ୍ମ ପଠାନ ବକ୍ସ ଅଫିସର ଝଡ଼ ସୃଷ୍ଟି କରିଛି। ଗଣତନ୍ତ୍ର ଦିବସ ଅବସରରେ ରିଲିଜ୍ ହୋଇଥିଲା ଫିଲ୍ମ ଖୁବ୍ ଆୟ କରିଛି। ଓପନିଂ ଡେ’ରେ ପଠାନ ଯେତେ କଲେକ୍ସନ କରିଥିଲା ୨ୟ ଦିନ ଏହି ସଂଖ୍ୟା ଆହୁରି ବଢ଼ି ଯାଇଛି। ଫିଲ୍ମ ଦୁଇ ଦିନରେ ପାଖାପାଖି ୧୨୭ କୋଟି ଟଙ୍କାର ବିଜନେସ୍ କରିବାରେ ସଫଳ ହୋଇଛି। ୱିକେଣ୍ଡରେ ବି ପଠାନର ଆୟ ଧୁଆଁଧାର ରହିବାର ଆଶା ରହିଛି। ଶାହାରୁଖଙ୍କର ପ୍ରଶଂସକମାନେ ସିନେମାହଲରେ ଖୁବ୍ ଉପଭୋଗ କରିବାର ନଜର ଆସୁଛି। ଖବର ଆସୁଛି କି ଶାହରୁଖ ନିକଟତମ ଲୋକଙ୍କୁ ମନ୍ନତରେ ପାର୍ଟି ବି ଦେଇଛନ୍ତି । ଆଶା କରାଯାଉଛି କି,ସେ ଖୁବ୍ ଶୀଘ୍ର ମିଡ଼ିଆ ସାମ୍ନାକୁ ଆସିବେ ଏବଂ ଏହି ସଫଳତା ପାଇଁ ନିଜର ପ୍ରଶଂସକଙ୍କ ସହ ସମସ୍ତଙ୍କୁ ଧନ୍ୟବାଦ ଦେବେ। ଏସବୁ ଭିତରେ ଏବେ ଶାହରୁଖ ଏକ ଟ୍ୱିଟ୍ କରିଛନ୍ତି।
ଶାହରୁଖ ଏଠାରେ ପଠାନ କଥା ତ ଦୋହରାଇ ନାହାନ୍ତି , କିନ୍ତୁ ପ୍ରଶଂସକମାନେ ତାଙ୍କର ଟ୍ୱିଟକୁ ଫିଲ୍ମର ସଫଳତା ସହ ଯୋଡ଼ି ଦେଖିଛନ୍ତି । ସେ ନିଜର ପ୍ରଶଂସକଙ୍କୁ ପରାମର୍ଶ ଦେଇ କହିଛନ୍ତି ଯାହାକୁ ଆରମ୍ଭ କରିଛ , ତାକୁ ଶେଷ ବି କର । ଶାହରୁଖ ହଲିଉଡ୍ ଫିଲ୍ମ Gattaca ର ଏକ ଲାଇନ୍ ଲେଖିଛନ୍ତି , ମୁଁ ଫେରିବା ନେଇ କିଛି ବି ଭାବି ନାହିଁ । ପୁଣି ଶାହରୁଖ ଲେଖିଛନ୍ତି , ମୋତେ ଲାଗୁଛି କି ଜୀବନ କିଛି ଏମିତି … ଆପଣ ନିଜର ଫେରିବାର ଯୋଜନା ପ୍ରସ୍ତୁତ କରିବାକୁ ସୃଷ୍ଟି ହୋଇ ନାହାନ୍ତି …ଆପଣ ଆଗକୁ ବଢ଼ିବା ପାଇଁ ଜନ୍ମ ହୋଇଛନ୍ତି … ଯାହା ବି ଆରମ୍ଭ କରିଛ ତାକୁ ଶେଷ କରିବାକୁ ଚେଷ୍ଟା କର । ୫୭ ବର୍ଷିଯ ଜଣେ ବ୍ୟକ୍ତିର ପରାମର୍ଶ ।

ଉଲ୍ଲେଖନୀୟ ଯେ, ଶାହରୁଖଙ୍କ ସହିତ ପୂରା ଟିମ୍ ପାଇଁ ଏହି ସମୟ ସେଲିବ୍ରେସନର ସମୟ। ପଠାନ , କେଜିଏଫ୍ -୨ ଓ ବାହୁବଳୀ ଭଳି ଫିଲ୍ମର ରେକର୍ଡ ଭାଙ୍ଗି ଦେଇଛି । ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶ ଏଏନଆଇ ସହ କଥା ହୋଇ କହିଛନ୍ତି , ପଠାନ ରିଲିଜର ପ୍ରଥମ ଦିନ ୫୭ କୋଟି ଟଙ୍କା ଆୟ କରିଛି। ଦ୍ୱିତୀୟ ଦିନ ର ଫାଇନାଲ ସଂଖ୍ୟା ଏବେସୁଦ୍ଧା ଆସିନାହିଁ , କିନ୍ତୁ ଅନୁମାନ କି ୭୦ କୋଟିର ଆଖପାଖ ହେବା ଉଚିତ । କୌଣସି ହିନ୍ଦୀ ଫିଲ୍ମ ଗୋଟିଏ ଦିନରେ ୭୦ କୋଟିର ବିଜନେସ କରିନାହିଁ।