‘ପଠାନ’ର ସଫଳତାରେ ଶାହରୁଖଙ୍କ ପ୍ରତିକ୍ରିୟା , କହିଲେ …

ମୁମ୍ୱାଇ : ପଠାନ ର ସଫଳତାରେ ଫିଲ୍ମର ପୂରା ଟିମ୍ରେ ଖୁସିର ମାହୋଲ। ଦୀର୍ଘ ଦିନ ପରେ ସିନେମା ହଲ୍ରେ ଏହିପରି ପରିବେଶ ଦେଖିବାକୁ ମିଳିଛି। ଶାହରୁଖ ଖାନଙ୍କ ପ୍ରଶଂସକଙ୍କ ପାଇଁ ଏହା କୌଣସି ଉତ୍ସବ ଠାରୁ ବି କମ୍ ନୁହେଁ। ପ୍ରତିଦିନ ଫିଲ୍ମର ଆୟର ନୂଆ ରେକର୍ଡ ସୃଷ୍ଟି କରିଛି। ଶନିବାର ଶାହରୁଖ ଟ୍ୱିଟରରେ ଲାଇଭ୍ ଆସିଛନ୍ତି। ପଠାନ ର ପ୍ରମୋଶନ ପାଇଁ ଏହିଥର ଶାହରୁଖ ସୋସିଆଲ ମିଡ଼ିଆକୁ ବଡ଼ ଅସ୍ତ୍ର କରିଛନ୍ତି । ସେ #AskSRK ସେସନ ରଖି ଥିଲେ, ଯେଉଁଠି ସେ ପ୍ରଶଂସକଙ୍କ ପ୍ରଶ୍ନର ଜବାବ ଦେଇଛନ୍ତି।

ଶାହରୁଖ ପଠାନ ର ପ୍ରମୋଶନ ପାଇଁ ଏବେସୁଦ୍ଧା କୌଣସି ସାକ୍ଷାତକାର ଦେଇ ନାହାନ୍ତି । ସେ କୌଣସି ଟିଭି ଶୋ’ ରେ ମଧ୍ୟ ପ୍ରମୋସନ ପାଇଁ ଯାଇ ନାହାନ୍ତି । ହେଲେ ଫିଲ୍ମର ରିଲିଜ୍ ପୂର୍ବରୁ ଲଗାତାର ଫିଲ୍ମର ବୟକଟ୍ ପାଇଁ ଦାବି କରାଯାଉ ଥିଲା । ଟ୍ୱିଟରରେ ଗୋଟିଏ ଗୋଷ୍ଠୀ ଶାହରୁଖ ଓ ତାଙ୍କ ଫିଲ୍ମକୁ ବିରୋଧ କରୁଥିଲେ। ଜଣେ ପ୍ରଶଂସକ ତାଙ୍କୁ ପ୍ରଶ୍ନ ପଚାରିଥିଲେ କି କୌଣସି ପ୍ରମୋସନ ବିନା ତାଙ୍କର ଫିଲ୍ମ ବକ୍ସ ଅଫିସରେ କେମିତି ପ୍ରଭାବ ବିସ୍ତାର କରିଛି। ଶାହରୁଖ ଜବାବ ଦେଇ ନିଜର ତୁଳନା ଜଙ୍ଗଲର ସିଂହ ସହ କରିଛନ୍ତି ।

‘ପଠାନ’ର ବମ୍ପର କଲେକ୍ସନ ମଧ୍ୟରେ ଶାହରୁଖ ଖାନଙ୍କର ଟ୍ୱିଟ୍ ,…
ୟୁଜର ଲେଖିଥିଲେ , କୌଣସି ଘରୋଇ ପ୍ରମୋସନ ବିନା , ରିଲିଜ ପୂର୍ବରୁ କୌଣସି ସାକ୍ଷାତକାର ବି ନାହିଁ , ଏହା ସତ୍ତ୍ୱେ ପଠାନ ଏତେ କମାଲ କରିଛି । #BoxOfficeCollection. ଶାହରୁଖ କହିଛନ୍ତି , ମୁଁ ଭାବିଲି ସିଂହ ଇଣ୍ଟରଭ୍ୟୁ କରେ ନାହିଁ ତ ଏହିଥର ମୁଁ ବି କରିବି ନାହିଁ । ବାସ୍ ଜଙ୍ଗଲରେ ଆସି ଦେଖି ନିଅ ।#Pathaan .