ଫେଲ୍ ମାରିଲା ‘ପଠାନ୍’ ବୟକଟ୍ ଟ୍ରେଣ୍ଡ, ବିକ୍ରି ସରିଲାଣି ୨୦ କୋଟି ଟଙ୍କାର ଟିକେଟ୍: ଦକ୍ଷିଣ ଭାରତରେ ସର୍ବାଧିକ ବୁକ୍

- ଫେଲ୍ ମାରିଲା ବୟକଟ୍ ଟ୍ରେଣ୍ଡ
- ଦକ୍ଷିଣ ଭାରତରେ ଅଧିକ କ୍ରେଜ୍
- ବ୍ରହ୍ମାସ୍ତ୍ରକୁ ଟପିଲା ପଠାନ୍
ନୂଆଦିଲ୍ଲୀ ୨୩/ ୦୧: ରିଲିଜ୍ ପୂର୍ବରୁ ଫିଲ୍ମ ‘ପଠାନ୍’ର କ୍ରେଜ୍ ଆକାଶଛୁଆଁ ହୋଇଛି । ଦୀର୍ଘ ୪ ବର୍ଷ ପରେ କମ୍ବ୍ୟାକ୍ କରିଥିବା ବଲିଉଡ ବାଦଶାହ ଶାହାରୁଖ ଖାନଙ୍କ ପାଇଁ ବ୍ଲକ୍ବଷ୍ଟର ହେବାକୁ ଯାଉଛି । କାରଣ ଫିଲ୍ମ ରିଲିଜ୍ ପୂର୍ବରୁ ହିଁ ଆଗୁଆ ଟିକେଟ୍ ବିକ୍ରି ରେକର୍ଡ କରିଛି । କେବଳ ହିନ୍ଦି ନୁହେଁ ଦକ୍ଷିଣ ଭାରତରେ ମଧ୍ୟ ବିପୁଳ ପରିମାଣର ଟିକେଟ୍ ଆଡଭାନ୍ସ ଆକାରରେ ବିକ୍ରି ହୋଇସାରିଛି । ଟିଜର୍କୁ ନେଇ ବିବାଦରେ ଥିଲେ ସୁଦ୍ଧା ଫିଲ୍ମ ଉପରେ କୌଣସି ପ୍ରଭାବ ପଡୁନଥିବା ଦେଖିବାକୁ ମିଳୁଛି । ଶାହାରୁଖ ଖାନଙ୍କ ଫିଲ୍ମ ପଠାନ୍ ରିଲିଜ୍ ପୂର୍ବରୁ ଅନଲାଇନ୍ ଜରିଆରେ ୨୦ କୋଟି ଟଙ୍କାର ଟିକେଟ୍ ଆଡଭାନ୍ସ ବୁକିଂ ସରିଲାଣି ।
ଆଗୁଆ ଟିକେଟ୍ ବୁକିଂରୁ ଜଣାପଡୁଛି ଯେ, ପଠାନ୍କୁ ଦର୍ଶକ କେତେ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି । ସବୁଠାରୁ ବଡ କଥା ହେଉଛି ବିନା ପ୍ରମୋଟ୍ରେ ଚଳଚିତ୍ର ପାଇଁ ୨୦ କୋଟି ଟଙ୍କାର ଟିକେଟ୍ ଆଗୁଆ କିଣି ସାରିଲେଣି ଦର୍ଶକ । ପୂର୍ବରୁ ରଣବୀର କପୁରଙ୍କ ବ୍ରହ୍ମାସ୍ତ୍ର ଫିଲ୍ମ ଆଗୁଆ ଟିକେଟ୍ ବିକ୍ରି ୧୯.୬୬ କୋଟି ଟଙ୍କା ହୋଇଥିଲା ।
ପଢନ୍ତୁ ଏହି ଖବର: ‘ଏଥର ମୁଁ ନିର୍ବାଚନ ଲଢିବି, ଦଳକୁ ଅନୁରୋଧ କରିଛି’: ଜାତୀୟ ଗଣମାଧ୍ୟମକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ସାକ୍ଷାତ ପରେ ରାଜ୍ୟ ରାଜନୀତି ସରଗରମ
ପଠାନ୍ ଟିକେଟ୍ ବିକ୍ରି ନେଇ ଅନଲାଇନ୍ ବିକ୍ରି ଆପ୍ BookMyShow ମୁଖ୍ୟ ଆଶୀଷ ସାକ୍ସେନା କହିଛନ୍ତି ଯେ, ‘ଅନ୍ଲାଇନ୍ରେ ବିପୁଳ ସଂଖ୍ୟାରେ ଟିକେଟ୍ ବିକ୍ରି ସରିଲାଣି । ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷରୁ ଅଧିକ ଟିକେଟ୍ ବିକ୍ରି ସରିଲାଣି । ଦେଶବ୍ୟାପୀ ୩୫ ହଜାର ସିନେମା ହଲ୍ରେ ଫିଲ୍ମ ସ୍କ୍ରିନ୍ ହେବାକୁ ଯାଉଛି । ଏପରିକି ସକାଳୁ ମଧ୍ୟ କିଛି ସିନେମା ହଲ୍ରେ ଫିଲ୍ମ ଚଲାଇବାକୁ ଯୋଜନା ଚାଲିଛି’।
BookMyShow ମୁଖ୍ୟ ଆଶୀଷ ସାକ୍ସେନା କହିଛନ୍ତି, ଦକ୍ଷିଣ ଭାରତରେ ପଠାନ୍ ଟିକେଟ୍ ବିକ୍ରି ଅଧିକ ରହିଛି । ୩୦ ପ୍ରତିଶତରୁ ଅଧିକ ଅଗ୍ରୀମ ଟିକେଟ୍ କେବଳ ଦକ୍ଷିଣ ଭାରତରେ ବିକ୍ରି ହୋଇଛି । ଯାହାକି ଏକ ବଡ ଉପଲବ୍ଧି । ଏଥିରୁ ଜଣାପଡୁଛି ଯେ, କେବଳ ହିନ୍ଦି ନୁହେଁ ଅନ୍ୟ ଭାଷାରେ ମଧ୍ୟ ଦର୍ଶକ ବେଶ ପସନ୍ଦ କରିବେ ।