ରିଲିଜ ହେଲା ‘କବୀର ସିଂହ’ର ପ୍ରଥମ ଗୀତ, ରୋମାଣ୍ଟିକ୍ ହେଲେ ସାହିଦ-କିଆରା

ମୁମ୍ବାଇ ୨୪/୫: ସାହିଦ କପୁର ନିଜ ଆଗାମୀ ଫିଲ୍ମ ‘କବୀର ସିଂହ’ ପାଇଁ ବହୁତ ପରିଶ୍ରମ କରିଛନ୍ତି । ଫିଲ୍ମରେ ସାହିଦ କପୁର ଜଣେ ଇଣ୍ଟେସ୍ ଲଭର୍ ଭୂମିକାରେ ନଜର ଆସିବେ । ଫିଲ୍ମର ଟ୍ରେଲର ପୂର୍ବରୁ ରିଲିଜ ହୋଇସାରିଛି । ଆଉ ଏବେ ୨ ଘଣ୍ଟା ତଳେ ଫିଲ୍ମର ଏକ ଗୀତ ‘ବେଖୟାଲି’ ସାମ୍ନାକୁ ଆସିଛି । ଗୀତରେ ସାହିଦ ଓ କିୟାରାଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି । ଗୀତରେ ଏକ କିସ୍ ସିନ୍ ମଧ୍ୟ ଅଛି । ଯାହାକି ବେଶି ହାଇଲାଇଟ୍ ହେଉଛି ।
ଫିଲ୍ମ ‘କବୀର ସିଂହ’ର ପ୍ରଥମ ଗୀତ ‘ବେଖୟାଲି’ରେ ଫିଲ୍ମର ଷ୍ଟୋରୀ ବୁଝାପଡୁଛି । ଏଥିରେ ସାହିଦ ଓ କିଆରାଙ୍କ ଲଭ୍ ସିନ୍ ଅଛି ଏବଂ ବ୍ରେକଅପ ପରର ମୁହୂର୍ତ୍ତ ବି ଦେଖିବାକୁ ମିଳିଛି । ହୃଦୟ ଭାଙ୍ଗିବା ପରେ ସାହିଦ ନିଶାରେ ଡୁବି ଯାଉଛନ୍ତି । ସେ ମଦ, ସିଗାରେଟର ନିଶାରେ ପଡିଯାଉଛନ୍ତି ।
For him, love was > then everything! Watch him rekindle the flames of romance, love, & passion in #Bekhayali out tomorrow!@shahidkapoor @Advani_Kiara @imvangasandeep @itsBhushanKumar @MuradKhetani #KrishanKumar @ashwinvarde @dop_santha @nirajkothari pic.twitter.com/VJfWBY9MEt
— Kabir Singh (@KabirSinghMovie) May 23, 2019
ଫିଲ୍ମରେ ସାହିଦ କପୁର ଜଣେ ଡାକ୍ତରଙ୍କ ଭୂମିକାରେ ନଜର ଆସିବେ ଯାହାକୁ ବ୍ରେକଅପ୍ ପରେ ମଦ ନିଶା ଲାଗିଯାଉଛି । ଫିଲ୍ମର କାହାଣୀ ଦିଲ୍ଲୀ ଇନଷ୍ଟିଚ୍ଯୁଟ୍ ଅଫ ମେଡିକାଲର ଏକ୍ସ ଷ୍ଟୁଡେଣ୍ଟ ଯିଏକି ପରେ ଡାକ୍ତର ହୋଇଯାଉଛି । ତେବେ ବ୍ରେକଅପ ପରେ ସେ ରାଗୀ ସ୍ୱଭାବର ହୋଇଯାଉଛି । ଆପଣଙ୍କୁ କହିରଖୁଛୁ କବୀର ସିଂହ, ସାଉଥ୍ ଫିଲ୍ମ ଅର୍ଜୁନ୍ ରେଡ୍ଡୀର ହିନ୍ଦୀ ରିମେକ୍ । ଯେଉଁଥିରେ ବିଜୟ ଦେବରକୋଣ୍ଡା ମୁଖ୍ୟ ଭୂମିକାରେ ନଜର ଆସିଥିଲେ । କବୀର ସିଂହ ଡାଇରେକ୍ଟର ସନ୍ଦୀପ ବାଙ୍ଗା ଏବଂ ସିନେ ୧ ଷ୍ଟୁଡିଓଜ୍ ଓ ଟି-ସିରିଜ ଦ୍ୱାରା ନିର୍ମିତ ହୋଇଛି । ଫିଲ୍ମଟି ୨୧ ଜୁନରେ ରିଲିଜ ହେବ ।