ଇଟାଲୀର ହୋଟେଲରେ ମିଳିଲାନି ମୀରା ରାଜପୁତଙ୍କୁ ଭେଜ୍ ଖାଦ୍ୟ, ସୋସିଆଲ ମିଡିଆରେ ରାଗିକି ଲେଖିଲେ ଏଭଳି

ନୂଆଦିଲ୍ଲୀ,୨୯।୬: ଶାହିଦ କପୁରଙ୍କ ପତ୍ନୀ ମୀରା ରାଜପୁତ ବଲିଉଡ ଦୁନିଆର ନହୋଇ ମଧ୍ୟ ସବୁବେଳେ ଲାଇମଲାଇଟ୍ରେ ରୁହନ୍ତି। ଏବେ ମୀରା ନିଜର ପରିବାର ସହିତ ଇଟାଲି ଖୁବ୍ ଖୁସି ଛୁଟି କାଟୁଛନ୍ତି। ଇଟାଲୀ ଟ୍ରିପ୍ ବେଳେ ମୀରାଙ୍କ ସହିତ ଏଭଳି କିଛି ଘଟିଥିଲା ଯେଉଁଥିପାଇଁ ସେ ନିଜର ରାଗ କନଟ୍ରୋଲ କରିପାରିନଥିଲେ। ବାସ୍ ଏହାପରେ ସିଧା ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ରଖିଥିଲେ ମୀରା।

ମୀରା ଯେତେବେଳେ ଇଟାଲୀରେ ପହଁଞ୍ଚିଥିଲେ, ସେଠାରୁ ଲଗାତାର ଫଟୋ ଓ ଭିଡିଓ ପୋଷ୍ଟ କରାଯାଉଛି। ମୀରାଙ୍କ ଟ୍ରିପ ଭଲ ହେଉଛି। ବାସ୍ କେବଳ ଅଭାବ ହେଉଛି ଭଲ ଓ ଭେଜ୍ ଖାଦ୍ୟ ଖାଇବାର। ଶାହିଦ କପୁରଙ୍କ ପତ୍ନୀ ଭେଜିଟେରିଆନ୍ ଓ ଦୁଃଖର କଥା ଏହା ଯେ, ଇଟାଲୀର ହୋଟେଲରେ ତାଙ୍କୁ ଭଲ ଓ ଭେଜ୍ ଖାଦ୍ୟ ମିଳୁନି। ମୀରା ଇନଷ୍ଟାଗ୍ରାମ୍ ପୋଷ୍ଟରେ ହୋଟେଲକୁ ଟ୍ୟାଗ୍ କରି ଏକ ଫଟୋ ସେୟାର କରିଛନ୍ତି।

ମୀରା ଲେଖିଛନ୍ତି, ଯଦି ଆପଣ ଭେଜିଟେରିଆନ୍ ତେବେ ଏହି ହୋଟେଲରୁ ସ୍କିପ୍ କରନ୍ତୁ। ଫୁଡ୍ ଅପ୍ସନ ଲିମିଟେଡ୍। ଖରାପ ଲିନନ ଓ ମଇଳା ଚାଦର। ଅଭିଯୋଗ କରିବାକୁ କେହି ନାହିଁ, କିନ୍ତୁ ଲିଷ୍ଟ ଟାଇଟ୍ ରଖନ୍ତୁ। ଏବେ ପର୍ଲେମା ଯାଉଛି। ମୀରା ଅଳ୍ପ ଲାଇନ୍ରେ ହୋଟେଲ ବିଷୟରେ ବହୁତ କିଛି କହିଛନ୍ତି। ବିଦେଶ ଯାଇ ତାଙ୍କ ସହିତ ଯାହା କିଛି ବି ହୋଇଥିଲା, ତାହା ହେବା ଉଚିତ ନଥିଲା। ତେବେ ପ୍ରଥମ ଥର ମୀରା ସୋସିଆଲ ମିଡିଆରେ କୌଣସି ପ୍ରସଙ୍ଗ ନେଇ ମୁହଁ ଖୋଲିଛନ୍ତି ତାହା ନୁହେଁ ପୂର୍ବରୁ ବହୁବାର ଗମ୍ଭୀର ପ୍ରସଙ୍ଗ ଉଠାଛନ୍ତି। ମୀରା କିଛି ଭୁଲ ହେବାର ଦେଖିଲେ ତୁରନ୍ତ ସୋସିଆଲ ମିଡିଆରେ ତାହା ଲେଖି ଦିଅନ୍ତି।