PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ସ୍ୱାଧୀନତା ସଂଗ୍ରାମୀ ଥିଲେ ଶାହରୁଖ ଖାନଙ୍କ ପିତା , କହୁଥିଲେ ତୁମେ ହିରୋ ହୋଇ …

ମୁମ୍ୱାଇ : ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ ଅନେକ ସମୟରେ ନିଜ ପିତାମାତାଙ୍କ ବିଷୟରେ କହିଥାନ୍ତି। ସେ ନିଜର ମାଆଙ୍କୁ ଅନେକ ସମୟରେ ମନେପକାନ୍ତି । ଶାହରୁଖ  ବହୁ ଦିନ ପୂର୍ବେ ଏକ ସାକ୍ଷାତକାରରେ କହିଥିଲେ, ତାଙ୍କର ପିତା ତାଜ ମହମ୍ମଦ ଖାନ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ। ତାଙ୍କ ପିତା ଦେଶର ସବୁଠୁ କମ୍‌ ବୟସର ଫ୍ରିଡମ୍‌ ଫାଇଟରଙ୍କ ମଧ୍ୟରେ ଜଣେ ଥିଲେ। ସେତେବେଳେ ଶାହରୁଖଙ୍କ ବୟସ ମାତ୍ର ୧୫ ବର୍ଷ ଥିଲା । ଖାଲି ଏତିକି ନୁହେଁ ଦେଶର ସ୍ୱାଧୀନତାକୁ ବିଷୟରେ ଶାହରୁଖଙ୍କର ପିତା କିଛି କହିଥିଲେ ତାଙ୍କୁ । ଶାହରୁଖ ସେହି ସମୟରେ ଏହାକୁ ଇଂରେଜଙ୍କ ଠାରୁ ସ୍ୱାଧୀନତା ବୋଲି ବୁଝୁଥିଲେ , କିନ୍ତୁ ପରେ ସେ ଏହାର ଅର୍ଥ ଆଉ କିଛି ବୁଝିଲେ।

ଶାହରୁଖ ଖାନଙ୍କର ପିତା ପେଶାବରରୁ ଭାରତ ଆସିଥିଲେ । ଶାହରୁଖଙ୍କୁ ଯେବେ ୧୫ ବର୍ଷ ବୟସ ଥିଲା , ସେତେବେଳେ କ୍ୟାନସରରେ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା । ଶାହରୁଖଙ୍କର ମାଆ ଲତିଫ ଫାତିମା  ଖାନ ବହୁଦିନ ରୋଗରେ ପୀଡ଼ିତ ହୋଇ ୧୯୯୦ରେ ଚାଲିଯାଇ ଥିଲେ।

ଶାହାରୁଖ କହିଛନ୍ତି , ତାଙ୍କର ପିତା କହୁଥିଲେ , ଏ ବଦମାସ୍‌ ଏଠାକୁ ଆସ , ତୁମେ ନିଜକୁ ନିଜେ ଏତେ ହିରୋ ସଜାଇ ବୁଲୁଛ , ତୁମକୁ ନିଜ ସ୍ୱାଧୀନତାକୁ ଏତେ ହାଲକାରେ ନେବା ଉଚିତ ନୁହେଁ । ଏହା ଆମେ ତୁମକୁ ଦେଇଛୁ , ଏଥିପାଇଁ ଏହାକୁ ଏମିତି ହିଁ କରି ରଖ । ସେତେବେଳେ ମୋତେ ଲାଗୁଥିଲା କି ସେ ଇଂରେଜୀଙ୍କ ଠାରୁ ସ୍ୱାଧୀନତା ବିଷୟରେ କହୁଛନ୍ତି , କିନ୍ତୁ ଏବେ ବଡ଼ ହେବା ପରେ ବୁଝିଛି କି ଏହି ସ୍ୱାଧୀନତାର ତାଙ୍କର ଅର୍ଥ ଥିଲା ଗରିବୀ ,ବୋଧହୁଏ ଦୁଃଖରୁ ସ୍ୱାଧୀନତା ପାଇବା ଥିଲା ତାଙ୍କ କହିବାର ଅର୍ଥ ।